ଜବରଦଖଲ ପଛରେ ବଡ଼ କେଳେଙ୍କାରୀ

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଲେଙ୍ଗୁ ମିଶ୍ର ଛକରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହାକୁ ନେଇ ସହର ଉଠୁଛି ପଡ଼ୁଛି। ସମ୍ପୃକ୍ତ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ଦୀର୍ଘଦିନର ଦାବି ହୋଇଥିବାରୁ ସହରବାସୀ ସଙ୍ଗଠିତ ହୋଇଛନ୍ତି। ପ୍ରଶାସନ ଉଚ୍ଛେଦ ଆରମ୍ଭ କରି ନ ଥିଲେ ସୁଦ୍ଧା ସୀମା ଚିହ୍ନଟ କରିବା ସହିତ ଜବରଦଖଲ ସ୍ଥାନ ଖାଲି କରିବାକୁ ଡାକବାଜି ଯନ୍ତ୍ରରେ ସୂଚନା ଦେଇ ସାରିଛି। ପ୍ରଶାସନର ସୂଚନାମତେ ୪୮ଘଣ୍ଟାର ଅବଧି ରବିବାର ପୂରିଯାଇଛି। ସୋମବାର ୯ଟାରୁ ଉଚ୍ଛେଦ ଉଚ୍ଛେଦ ଆରମ୍ଭ ହୋଇଛି। ଏହାକୁ ନେଇ ପ୍ରତିବାଦ ମଧ୍ୟ ଜାରିରହିଛି। ଅନ୍ୟପଟେ ସୀମା ଚିହ୍ନଟ ଅନୁଯାୟୀ ବହୁସଂଖ୍ୟକ ବଡ଼ ବଡ଼ କୋଠା, ଦୋକାନ ଗୃହ ଜବରଦଖଲରେ ରହିଥିବା ଯୋଗୁ ଉଚ୍ଛେଦକୁ ଏଡ଼ାଇବା ପାଇଁ ସମ୍ପୃକ୍ତ ଘର, ଦୋକାନ ମାଲିକମାନେ ମଧ୍ୟ ଏକଜୁଟ୍‌ ହୋଇ ଯୋଜନା ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି।
ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବର୍ତ୍ତମାନ ସହର ଏଭଳି ଉଠୁଥିଲେ, ପଡ଼ୁଥିଲେ ହେଁ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ପଛରେ ହୋଇଥିବା ବଡ଼ କେଳେଙ୍କାରୀ ଦିନକୁ ଦିନ ସାମ୍ନାକୁ ଆସିବାରେ ଲାଗିଛି। ଏକଦା ଏହି ରାସ୍ତା ପୁରୁଣା ଜାତୀୟ ରାଜପଥ ରହିଥିଲା। ସେତେବେଳେ ରାଜପଥର ଓସାର ପ୍ରାୟ ୧୧୦ରୁ ୧୨୦ ଫୁଟ୍‌ ମଧ୍ୟରେ ଥିଲା ଏବଂ ହମିଦ ନକ୍ସାରେ ତାହା ବର୍ତ୍ତମାନ ମଧ୍ୟ ଉଲ୍ଲେଖ ରହିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମାତ୍ର ଏହା ସଙ୍କୁଚିତ ହୋଇ ପଡ଼ିଥିବାବେଳେ ସୀମା ଚିହ୍ନଟ ପରେ ବାସ୍ତବତା ପଦାକୁ ଆସିଛି। ରାସ୍ତାପାର୍ଶ୍ୱର କେଉଁ ଦୋକାନ ତଥା ଘର ଭିତରକୁ ୨୦ଫୁଟ୍‌ ତ ଆଉ କେଉଁଠାରେ ୫୦, ୬୦ଫୁଟ୍‌ ଭିତରକୁ ମଧ୍ୟ ସରକାରୀ ଜମି ରହିଥିବା ଚିହ୍ନଟ ହୋଇଛି। ସେହି ସ୍ଥାନରେ ବଡ଼ ବଡ଼ କୋଠାବାଡ଼ି, ଘରଦ୍ୱାର, ଦୋକାନ ଗଢ଼ି ଉଠିଛି। ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ, ପ୍ରାଥମିକ ପର୍ଯ୍ୟାୟରେ ଏଭଳି ୫୩ ପ୍ଲଟକୁ ରାଜସ୍ବ କର୍ମଚାରୀମାନେ ଚିହ୍ନଟ କରିଛନ୍ତି। ସେହି ସ୍ଥାନ ରାଜସ୍ବ, ପୌର ପରିଷଦ ଏବଂ ପୂର୍ତ୍ତ ବିଭାଗ ନାମରେ ଏବେ ମଧ୍ୟ ରହିଛି। ସେହିପରି ଅନ୍ୟ କେତେକ ପ୍ଲଟ ହମିଦ୍‌ରୁ ଯାଇ ମେଜର ବନ୍ଦୋବସ୍ତରେ କିଛି ଲୋକଙ୍କ ନାମରେ ରେକର୍ଡ଼ ହୋଇଛି। ଅସାଧୁ ଉପାୟ ଅବଳମ୍ବନ କରି ସେଭଳି ରେକର୍ଡ଼ କରାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିବାବେଳେ ରାଜପଥର କିସମ କିଭଳି କୋଠାବାଡ଼ିକୁ ପରିବର୍ତ୍ତନ ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
ଏଭଳି ଘଟଣାକ୍ରମରେ ରାସ୍ତା ଜବରଦଖଲରେ କିଭଳି କେଳେଙ୍କାରୀ ହୋଇଥିବ ତାହା ସହଜରେ ଅନୁମେୟ। ଏଥିରେ ତତ୍କାଳୀନ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ଦୃଢ଼ୀଭୁତ ହେବାରେ ଲାଗିଛି। ସେହିପରି ଦୀର୍ଘବର୍ଷରୁ ବିଭିନ୍ନ ସମୟରେ ଏହି ସ୍ଥାନ ଉଚ୍ଛେଦ ପାଇଁ ସହରବାସୀ ଦାବି କରିଆସୁଥିବା ବେଳେ ପ୍ରଶାସନ ପୂର୍ବରୁ ତାକୁ ହାଲୁକା ଭାବେ ଗ୍ରହଣ କରିଆସିଛି। ଏହାକୁ ନେଇ ଦୀର୍ଘଦିନରୁ କୁହୁଳୁଥିବା ଅସନ୍ତୋଷ ଏବେ ବଢ଼ିବା ସହିତ ଉଚ୍ଛେଦ ଦାବି ଜୋର୍‌ ଧରିଛି। ଏଥର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନର ଭୂମିକା କିଭିଳି ରହିବ, ତାହା ସୋମବାର ସ୍ପଷ୍ଟ ହୋଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ଶାସକ ଦଳ ହୁଅନ୍ତୁ କିମ୍ବା ବିରୋଧୀ ଦଳ ଲୋକଙ୍କ ଏହି ଦାବିକୁ ଗୁରୁତ୍ୱ ଦେଇ ଆଗେଇ ଆସିବା ବଦଳରେ ନିରବତା ଅବଲମ୍ବନ କରିବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?