ସରକାରୀ ନିର୍ଦ୍ଦେଶନାମାକୁ ଫୁ

ସୋନପୁର,୩୧।୭(ମୃତ୍ୟୁଞ୍ଜୟ ଶତପଥୀ): ସ୍କୁଲ ପିଲାଙ୍କ ଉପରେ ବହି, ଖାତା ବୋଝ ଲଦି ଦିଆଯାଉଛି। କୋମଳମତି ଛାତ୍ରୀଛାତ୍ର ମାନେ ବାଧ୍ୟ ହୋଇ ଅଧିକ ଓଜନର ସ୍କୁଲ ବ୍ୟାଗ୍‌ କାନ୍ଧରେ ବୋହୁଛନ୍ତି। ଉଚ୍ଚ ନ୍ୟାୟାଳୟ ଓ କେନ୍ଦ୍ର ଶିକ୍ଷା ବିଭାଗ ସ୍କୁଲ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ ଓଜନ ଉପରେ କଟକଣା ଲାଗୁ କରିଛନ୍ତି। ମାତ୍ର ସୁବର୍ଣ୍ଣପୁର ଜିଲାରେ ଏହି ନିୟମ ପାଳନ ହେଉନି। ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ହେଉ ନ ଥିବାରୁ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ସ୍କୁଲ ପିଲାଙ୍କ ଉପରେ ଅଧିକ ବହି ବୋଝ ନ ଲଦିବା ପାଇଁ ପୂର୍ବରୁ ହାଇକୋର୍ଟ ରାୟ ଦେଇଛନ୍ତି। କେଉଁ ଶ୍ରେଣୀର ପିଲା କେତେ ଓଜନର ବହି ସ୍କୁଲ ବ୍ୟାଗ୍‌ରେ ଆଣିବେ ସେ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ରାୟରେ ଉଲ୍ଲେଖ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରିବା ସହ ପିଲାଙ୍କ ସ୍କୁଲ ବ୍ୟାଗ୍‌ ଓଜନ ନିୟମକୁ କଡାକଡି ପାଳନ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଅକ୍ଟୋବର ୨୦ରେ ଜାରି ହୋଇଥିବା ନିୟମ ଅନୁଯାୟୀ ପିଲାର ଓଜନ ଅନୁଯାୟୀ ସ୍କୁଲ ବ୍ୟାଗ୍‌ର ଓଜନ ୧୦ ପ୍ରତିଶତ ରହିବ। ତଦନୁଯାୟୀ ପ୍ରଥମରୁ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ ଓଜନ ୧.୫ କିଲୋ, ତୃତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ ଓଜନ ୨ରୁ ୩ କିଲୋଗ୍ରାମ, ଷଷ୍ଠରୁ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ ଓଜନ ୪ କିଲୋଗ୍ରାମ, ଅଷ୍ଟମରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ର ଓଜନ ୪.୫ କିଲୋଗ୍ରାମ, ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ ଓଜନ ୫ କିଲୋଗ୍ରାମ ରହିବ ବୋଲି ସରକାର ସ୍ଥିର କରିଛନ୍ତି। ସ୍କୁଲ ପାଠ୍ୟପୁସ୍ତକ ବ୍ୟତୀତ ଶିକ୍ଷୟତ୍ରୀ ଶିକ୍ଷକ କିଛି ଅନ୍ୟ ପୁସ୍ତକ କିଣିବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥାନ୍ତି। ଏଭଳି ସ୍ଥିତିରେ ଛାତ୍ରୀଛାତ୍ରମାନେ କ୍ଷମତା ଠାରୁ ଅଧିକ ଓଜନର ସ୍କୁଲ ବ୍ୟାଗ୍‌ ବୋହି ପରବର୍ତ୍ତୀ ସମୟରେ ମେରୁଦଣ୍ଡ, ବେକ ଓ ଅଣ୍ଟା ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି।
ନିୟମ ଅନୁଯାୟୀ ସ୍କୁଲ କର୍ତ୍ତୃପକ୍ଷ ପ୍ରତିଦିନ ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ ଯାଞ୍ଚ କରିବେ। ଛାତ୍ରୀଛାତ୍ର ସ୍କୁଲ ବ୍ୟାଗ୍‌ରେ ପାଣି ବୋତଲ ଆଣିବେ ନାହିଁ। କେବଳ ଘରୋଇ ଶୁଖିଲା ଖାଦ୍ୟ ଆଣିବେ। ରୁଟିନ୍‌ ଅନୁଯାୟୀ ପିଲା ବହି ଓ ଖାତା ଆଣିବେ। ଅଭିଭାବକମାନେ ଛାତ୍ରୀଛାତ୍ରଙ୍କ କାନ୍ଧରେ ସେମାନେ ବ୍ୟାଗ୍‌ ନ ଝୁଲେଇ ହାତରେ ଦେବେ। ଛାତ୍ରୀଛାତ୍ର ବସ୍‌କୁ ଅପେକ୍ଷା କରିବା ସମୟରେ ବ୍ୟାଗ୍‌ ଯେପରି ସେମାନଙ୍କ ପିଠିରେ ନ ରହେ, ସେଥିପ୍ରତି ଉଭୟ ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ଦୃଷ୍ଟି ଦେବାକୁ ସ୍ପଷ୍ଟ ସରକାରୀ ନିର୍ଦ୍ଦେଶ ରହିଛି। ଏପରି କି ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ କରିବା ପାଇଁ ଏକ ଟିମ୍‌ ଗଠନ ହେବ। ଏହି ଟିମ୍‌ ପ୍ରତିଦିନ ସହରାଞ୍ଚଳ, ଗ୍ରାମାଞ୍ଚଳରେ ଥିବା ସ୍କୁଲଗୁଡିକୁ ପରିଦର୍ଶନ କରିବେ। ପରେ ଏ ନେଇ ସେମାନେ ଜିଲା ପ୍ରଶାସନକୁ ଅବଗତ କରାଇବେ ବୋଲି ନିୟମ ଅଛି। ଅନ୍ୟ ଜିଲାରେ କାଁ ଭାଁ ଏହି ନିୟମ ଲାଗୁ ହେବା ସହ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ହେଉଛି। ତେବେ କଟକଣା ଲାଗୁ ହେବାର ୫ ବର୍ଷ ବିତି ଯାଇଥିଲେ ମଧ୍ୟ ସୁବର୍ଣ୍ଣପୁର ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲାରେ ଶତାଧିକ ସରକାରୀ ଓ ଘରୋଇ ସ୍କୁଲ ରହିଛି। ସ୍କୁଲର ଛାତ୍ରୀଛାତ୍ର ସରକାର ନିର୍ଦ୍ଧାରଣ କରିଥିବା ଓଜନରୁ ଅଧିକ ଓଜନର ସ୍କୁଲ ବ୍ୟାଗ୍‌ ବୋହୁଛନ୍ତି। ଏ ନେଇ ଜିଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଭୋଇ କୁହନ୍ତି, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଜିଲାର ଉଭୟ ସରକାରୀ ଓ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟକୁ ସର୍କୁଲାର ପଠାଯାଇଛି। ଏହି ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲର ଛାତ୍ରୀଛାତ୍ର ଏହି ନିୟମ ଅଧିକ ଉଲ୍ଲଂଘନ କରୁଛନ୍ତି। ବିଭାଗ ପକ୍ଷରୁ ଯାଞ୍ଚରେ ଧରାପଡିଲେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ କୁହାଯିବ। ଯଦି ସେମାନେ ଆଇନ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ଏନଓସି ରଦ୍ଧ କରାଯିବ। ସରକାରୀ ସ୍କୁଲରେ ନିୟମ ଉଲ୍ଲଂଘନ ହେଲେ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ କିମ୍ବା ନିଲମ୍ବନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଧରିତ୍ରୀ ପ୍ରଭାବ: ପହଞ୍ଚିଲେ ଟେକ୍ନିକାଲ ଟିମ୍, ଆରମ୍ଭ ହେଲା ପାନୀୟଜଳ ପ୍ରକଳ୍ପ ମରାମତି

ଭେଡେନ,୧୩।୫(ହୃଷିକେଶ ଖମାରୀ)-ବରଗଡ଼ ଜିଲା ଭେଡେନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମ ରାସ୍ତା ଉପରେ ଠିକାଦାର କଲର୍ଭଟ ନିର୍ମାଣ ଆରମ୍ଭ କରିବା ସମୟରେ ଜେସିବିରେ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

ଘୋଡ଼ାହାଡ଼ ପାଣି ପଞ୍ଚାୟତ ନିକଟରେ ଦୁର୍ଘଟଣା: ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣ…

ଦିଗପହଣ୍ଡି,୧୩|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବୁଧବାର ରାତି ପ୍ରାୟ ସାଢେ…

ଚମକିଲେ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ର: ବାଣିଜ୍ୟରେ ମୟଙ୍କ,ବିଜ୍ଞାନରେ ଶିଳା ନୟନ ଜିଲା ଟପ୍ପର

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ)- ସିବିଏସ୍‌ଇ ଦ୍ଵାଦଶ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଅଭୂତପୂର୍ବ ସଫଳତା ହାସଲ କରି ଜିଲାରେ ଚମକଛନ୍ତି। ବିଜ୍ଞାନ ବିଭାଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri