କୁପୋଷଣରେ ୩୬୨୯ ଶିଶୁ ଶଢୁଛନ୍ତି

କେନ୍ଦ୍ରାପଡ଼ା, ୩୧ା୭ (ଜଗନ୍ନାଥ ଧଳ):ଶିଶୁ ଆମ ଦେଶର ବଡ଼ ସମ୍ପତ୍ତି। ଗୋଟିଏ କଅଁଳ ଶିଶୁର ଆଖିକୁ ଦେଖିଲେ ପୃଥିବୀର ସପ୍ତାଶ୍ଚର୍ଯ୍ୟ ଭୁଲିବାକୁ ପଡ଼େ। ଏପରି ଅନେକ କଥା ଶିଶୁ ସଚେତନତା କାର୍ଯ୍ୟକ୍ରମରେ ଶୁଣିବା ବିଚିତ୍ର ନୁହେଁ। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଯୋଜନା ପ୍ରଣୟନ କରୁଛନ୍ତି। ପ୍ରଣିତ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଅର୍ଥ ମଞ୍ଜୁର ସହ ପ୍ରଣୟନକାରୀଙ୍କୁ ନିଯୁକ୍ତି ମିଳିଛି। ତେବେ କେନ୍ଦ୍ରାପଡ଼ା ଜିଲାର ଶିଶୁଙ୍କ ସମ୍ପର୍କରେ ଯେଉଁ ତଥ୍ୟ ବିଭାଗୀୟ କାର୍ଯ୍ୟାଳୟରୁ ମିଳିଛି, ତାହା ଯୋଜନା ପ୍ରଣୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ଶିଶୁ ଓ ମହିଳା କଲ୍ୟାଣ ବିକାଶ ବିଭାଗ ଗତ ୨୦ ତାରିଖ ତଥ୍ୟ ଅନୁଯାୟୀ, ଜିଲାର ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ସଂଖ୍ୟା ୧,୦୬,୭୫୪। ଏଥିମଧ୍ୟରୁ ୧,୦୪,୮୭୮ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବିଭାଗ ନିକଟରେ ତଥ୍ୟ ରହିଛି। ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମଧ୍ୟରୁ ୪୨୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଉଦ୍‌ବେଗଜନକ। ଏଥିରୁ ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ୨୧୭ ଶିଶୁ କୁପୋଷଣ ଅଥବା ଅପପୁଷ୍ଟିର ଶିକାର ହୋଇଛନ୍ତି। ସେହିପରି ୧୬୨୯ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସର୍ବଦା ଆବଶ୍ୟକ ହେଉଛିି। ଏଥିସହିତ ୧୫୭୯ ଶିଶୁଙ୍କ ଉଚ୍ଚତା ଅନୁସାରେ ଓଜନ କମ୍‌ ରହିଛି। ବିଶେଷକରି ରାଜକନିକା, ମହାକାଳପଡା, ରାଜନଗର, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କୁପୋଷଣ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ମହାକାଳପଡ଼ାର ୭୫୬ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ରାଜନଗରରେ ୫୪୩, ପଟ୍ଟାମୁଣ୍ଡାଇରେ ୫୫୦ ଓ ରାଜକନିକାର ୨୮୧ ଶିଶୁ ଏଥିରେ ସାମିଲ ହୋଇଛନ୍ତି। ଏତେ ପରିମାଣରେ ଅପପୁଷ୍ଟିର ଶିକାର ଶିଶୁଙ୍କ ଭବିଷ୍ୟତ ଏବେ ଅନ୍ଧକାର ଦିଗକୁ ଯାଉଛି। ଅପରପକ୍ଷରେ ଜିଲା ଶିଶୁ ସୁରକ୍ଷା ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ୧୮୯ ପୁଅ ଓ ଝିଅ ଅନାଥ ଅବସ୍ଥାରେ ଅଛନ୍ତି। ସେହିପରି ୧୦୯୭ ଶିଶୁ ଅସହାୟ ଅବସ୍ଥାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୯୭୮ ଜଣଙ୍କୁ ଅଦ୍ୟାବଧି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିବା ବେଳେ ଅବଶିଷ୍ଟ ୧୧୯ ଜଣ ଜୁନ ଶେଷ ସୁଦ୍ଧା ସାମିଲ ହୋଇ ନ ଥିଲେ। ସଂଖ୍ୟାଧିକ ଶିଶୁ କନ୍ୟାଙ୍କୁ ପେଟ ଚିନ୍ତା ଅଧିକ ଘାରିଛି। ମା’ ଅଥବା ବାପାଙ୍କ ଜଣକିଆ ହେପାଜତରେ ଥିବା ଶିଶୁଙ୍କ ମଧ୍ୟରୁ ଶିକ୍ଷା ମହରଗ ହୋଇଛି। ବିଶେଷକରି ଏହି ଅନାଥଙ୍କ ମଧ୍ୟରୁ ୮୮ ଶିଶୁ ଜେଜେ ମା’, ଜେଜେବାପାଙ୍କ ପରିଣତ ବୟସରେ ଥିଲେ ମଧ୍ୟ ଲାଳନପାଳନ କରୁଛନ୍ତି। ବିଭିନ୍ନ କାରଣ ପାଇଁ ଜିଲାରେ ଅସୁରକ୍ଷିତ ଶୈଶବର କୋହ ବଢ଼ୁଛି ବୋଲି ବହୁ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ଇଂ. ନଳିନୀକାନ୍ତ ରଥ, ଅମରବର ବିଶ୍ୱାଳ, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରଶାନ୍ତ କୁମାର ନାୟକ, ମାତୃଦତ୍ତ ମହାନ୍ତି କହିଛନ୍ତି, ଦାରିଦ୍ର୍ୟ ଏହାର ମୁଖ୍ୟ କାରଣ ହୋଇଥିଲେ ମଧ୍ୟ ବାଲ୍ୟବିବାହ, ପ୍ରେମ ବିବାହ, ସଡ଼କ ଯୋଗାଯୋଗ ପଥ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବହୁ ଅବ୍ୟବସ୍ଥା କେନ୍ଦ୍ରାପଡ଼ା ଜିଲାରେ ଅଛି। ଜିଲାର ଉପାନ୍ତ ଅଞ୍ଚଳରେ ଅପପୁଷ୍ଟି ଓ ଅନାଥଙ୍କ ସଂଖ୍ୟା ଅଧିକ ଅଛି। ଉପାନ୍ତ ଅଞ୍ଚଳ ଏବେ ବଙ୍ଗଭାଷୀଙ୍କ କବଳରେ ଅଛି। ଏହି ସମ୍ପ୍ରଦାୟ ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉଛନ୍ତି। ଏପରିକି ପ୍ରେମ ବିବାହ ଏଠାରେ ଏକ ସାଧାରଣ କଥା ହୋଇଛି। ଜଣେ ଅପରିପକ୍ୱ ନାବାଳିକାଙ୍କ ଦ୍ୱାରା ସନ୍ତାନ ଉପତ୍ତ୍ତି ଫଳରେ ଅପପୁଷ୍ଟି ବଢ଼ୁଛି। ସେହିପରି ଜିଲାର ଭୌଗୋଳିକ ସ୍ଥିତି ଅନୁଯାୟୀ ଗମନାଗମନ ପଥ ସୁଗମ ନୁହେଁ, ୧୭ ପଞ୍ଚାୟତକୁ ସିଧାସଳଖ ରାସ୍ତା ନାହିଁ। ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ସଚେତନତା ଆଦି କାର୍ଯ୍ୟକ୍ରମ ସହଜ ହେଉନାହିଁ। ଏମାନଙ୍କ ସୁରକ୍ଷା ପାଇଁ ପ୍ରଣିତ ବିଭିନ୍ନ ଯୋଜନା ତୃଣମୂଳସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ଅମନଯୋଗିତା ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉଦାସୀନତା ଯୋଗୁ ବଢ଼ୁଛି। ଏ ନେଇ ତଦାରଖ କଲେ ଅନାଥ ଓ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ଅଧିକ ହେବ ବୋଲି ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିଶୁ ଓ ମହିଳା କଲ୍ୟାଣ ବିଭାଗ ଅଧିକାରୀ ସତ୍ୟଭାମା ସେଠୀଙ୍କୁ ପଚାରିବାରେ ଜିଲାରେ ୨୧୪୭ ଅଙ୍ଗନୱାଡି କେନ୍ଦ୍ର ଅଛି। ଏହି କେନ୍ଦ୍ରରେ ନିୟୋଜିତ କର୍ମୀ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କ ଖାଦ୍ୟ ଓ ଔଷଧ ପ୍ରଦାନ ଆଦି କ୍ଷେତ୍ରରେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି। ଏ ନେଇ ଡିସିପିଓ ବିଜୟକେତନ ସାହୁଙ୍କୁ ପଚାରିବାରେ ଜିଲାରେ ଥିବା ଅନାଥ ଶିଶୁଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏମାନଙ୍କୁ ଥଇଥାନ ପାଇଁ ଯୋଜନା କରାଯାଉଛି। ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ ଗଢ଼ିବା ପାଇଁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?