ରାଜସ୍ବ ଗ୍ରାମରୁ ଉଭେଇ ଗଲାଣି ପଲ୍ଲିସଭା

ରସୁଲପୁର,୩୧ା୭(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନରେ ୧୭୩ ରାଜସ୍ବ ଗ୍ରାମ ରହିଛି। ମାତ୍ର ଏସବୁ ଗ୍ରାମରେ ଆଉ ପଲ୍ଲିସଭା ବସୁନାହିଁ। ୨୦୧୫ ପରଠାରୁ ଏଭଳି ସ୍ଥିତି କେବଳ ରସୁଲପୁର ବ୍ଲକ ନୁହେଁ ରାଜ୍ୟର ବିଭିନ୍ନ ବ୍ଲକରେ ଦେଖିବାକୁ ମିଳିଛି। ଉନ୍ନୟନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ ହେଉ ଅବା ଉନ୍ନୟନ କାର୍ଯ୍ୟକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ପଲ୍ଲିସଭା ହେଉନାହିଁ। ପଲ୍ଲିର ଲୋକେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ପାଇପାରୁନାହାନ୍ତି। ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟର ୪ କାନ୍ଥ ମଧ୍ୟରେ ଗାଁର ଉନ୍ନତି ସମ୍ପର୍କରେ ନିଷ୍ପତ୍ତି ନିଆଯାଉଛି। ସରକାରୀ ଅଧିକାରୀମାନଙ୍କ ନିର୍ଦ୍ଦେଶରେ ଉନ୍ନୟନ କାର୍ଯ୍ୟ ହେଉଛି। ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯାଇ ଏଭଳି କରାଯାଉଛି। ଉକ୍ତ ନିର୍ଦ୍ଦେଶାନାମା ମୁତାବକ ପଲ୍ଲିସଭା ବଦଳରେ ସରକାରୀ ବାବୁମାନଙ୍କୁ ଉନ୍ନୟନ କାର୍ଯ୍ୟ କରିବାର କ୍ଷମତା ପ୍ରଦାନ କରାଯାଇଛି। ଆଇନର ଫାଙ୍କ ଭିତରେ ଗାଁ ଲୋକଙ୍କ ସ୍ବର ବନ୍ଧା ପଡ଼ିଛି ବୋଲି କୁହାଯାଉଛି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି।
୧୯୬୨ରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଇନ ପ୍ରଣୟନ ହୋଇଥିଲା। ସଶକ୍ତ ଗାଁ ଗଠନରେ ଜନସାଧାରଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜାଣି ଆଇନରେ ବ୍ୟବସ୍ଥା କରାଯାଇଥିଲା। ସେଥିମଧ୍ୟରୁ ପଲ୍ଲିସଭା ଓ ଗ୍ରାମ ସଭା ଅନ୍ୟତମ ବ୍ୟବସ୍ଥା ବୋଲି ମନେ କରାଯାଇଥିଲା। ଏହି ପ୍ରକ୍ରିୟା ବଳରେ ଗାଁ ଲୋକେ ସଭା ଜରିଆରେ ସେମାନଙ୍କ ଗ୍ରାମର ଉନୟନ୍ନମୂଳକ କାର୍ଯ୍ୟର ପ୍ରସ୍ତାବମାନ ଆଗତ କରିବାର ସୁଯୋଗ ପାଇପାରିବେ। ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନର ବ୍ୟୟବରାଦ କରାଯାଇ ସ୍ଥିରୀକୃତ ପ୍ରକଳ୍ପଗୁଡ଼ିକର ବାସ୍ତବତାରେ ରୂପାନ୍ତରଣ କରାଯିବ। ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ ପାଇଁ ପଲ୍ଲିସଭା ଜରିଆରେ ଗ୍ରାମ୍ୟ ଶ୍ରମିକ ମୁଖିଆ ଚୟନ କରାଯାଇ ତାଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ହେଲେ ଏବେ ଗାଁରେ ପଲ୍ଲିସଭା ବସୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ୱ ବ୍ଲକ୍‌ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଉଛି। ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟର କାର୍ଯ୍ୟାଦେଶ ଡିପାର୍ଟମେଣ୍ଟାଲ ଅର୍ଥାତ ବିଭାଗୀୟ ଅଧିକାରୀଙ୍କ ନାମରେ ରହୁଛି। ଆଉ ଗାଁ ଲୋକଙ୍କୁ ପଲ୍ଲିସଭା ଜରିଆରେ ପ୍ରକଳ୍ପ ହେଉ ଅବା ଗ୍ରାମ୍ୟ ଶ୍ରମିକ ମୁଖିଆ ଚୟନ କରିବାକୁ ସୁଯୋଗ ଦିଆଯାଉ ନାହିଁ। କେବଳ ଧର୍ମକୁ ଆଖିଠାର ପାଇଁ ପଞ୍ଚାୟତରେ ନାମକୁମାତ୍ର ଗ୍ରାମସଭା ଆୟୋଜନ କାର୍ଯ୍ୟକୁ କାଗଜକଲମରେ ରେକର୍ଡ ପ୍ରସ୍ତୁତ କରାଯାଉଛି। ଗାଁ ଉନ୍ନୟନ କାର୍ଯ୍ୟରେ ଜନସାଧାରଣଙ୍କ ସମ୍ପୃକ୍ତି ଅପେକ୍ଷାକୃତ କମି ଯାଉଥିବାରୁ ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ପ୍ରଭାବିତ ହେଉଛି ବୋଲି ପଞ୍ଚାୟତର ଜନପ୍ରତିନିଧିମାନେ ମତବ୍ୟକ୍ତ କରିଛନ୍ତି।
ଗାଁରେ ପଲ୍ଲିସଭା ଆୟୋଜନ ହେଲେ ଅନେକ ମତାମତ ଆସିଥାଏ, ଠାଏଠାଏ ମତାନ୍ତର ବି ହୋଇଥାଏ। ଏସବୁ ସତ୍ୱେ ପ୍ରକଳ୍ପ ଚୟନରେ ବିଶେଷ ସୁବିଧା ହୋଇଥାଏ। ପଲ୍ଲିସଭା ବନ୍ଦ ଯୋଗୁ ତାହା ସମ୍ଭବପର ହୋଇପାରୁ ନାହିଁ ବୋଲି କୁହାଯାଉଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁଛନ୍ତି। ସରକାରଙ୍କ ପକ୍ଷରୁ ଯାହାକିଛି ନିର୍ଦ୍ଦେଶ ନାମା ଆସୁଛି ତାକୁ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରିବା ତାଙ୍କର କାର୍ଯ୍ୟ। ଆଇନରେ ପରିବର୍ତ୍ତନ କରିବାର କ୍ଷମତା ସେମାନଙ୍କର ନାହିଁ। ଏନେଇ ଆଗକୁ କୌଣସି ନିର୍ଦ୍ଦେଶ ଆସିଲେ ସେ ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri