ଆମ ଜିଲା ଖବର

ମଦ ବିକିବା ବେଳେ ଧରାପଡ଼ିଲେ

ଗୋପାଳପୁର,୪ା୮(ନବୀନରାଜ ଆଚାରୀ): ଚୋରା ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ତତଡାପୁଲୀ ଗ୍ରାମର ଏମ. କାମେୟା (୪୫)। ତତଡାପୁଲୀ ଗ୍ରାମରେ କାମେୟା ଗତ…

ଦଶମନ୍ତପୁର ଥାନା ଆଇଆଇସି ନିଲମ୍ବିତ

କୋରାପୁଟ,୪।୮: କୋରାପୁଟ ଜିଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଯୋଗୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ନିଲମ୍ବନ କରିଛନ୍ତି। ଚନ୍ଦ୍ରଭାନୁ ମହାନ୍ତି ଗତ ମାସ ଜୁଲାଇ ୨୮ ତାରିଖରେ ଗିରଫ…

ଭିଜିଲାନ୍ସ ଜାଲରେ ଆରଆଇ

ଜଗତସିଂହପୁର,୪।୮: ଜଗତସିଂହପୁର ଜିଲା ଏରସମା ତହସିଲର ଗୋଡ଼ା ରାଜସ୍ବ ନିରୀକ୍ଷକ (ଆରଆଇ)ନୃସିଂହ ଚରଣ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି ମ୍ୟୁଟେସନ ମାମଲାରେ ଜଣେ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ପିକଅପ୍‌ ଭ୍ୟାନରୁ ୧୫୫ ଶାଗୁଆନ କାଠ ପଟା ଜବତ

ହିଞ୍ଜିଳିକାଟୁ,୪।୮(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ କଣ୍ଟେଇକୋଳି ଗ୍ରାମ ନିକଟରୁ ବନବିଭାଗ ଭିଜିଲାନ୍ସ ଟିମ୍‌ ଶୁକ୍ରବାର ଚଢାଉ କରି ୨ଟି ପିକଅପ୍‌ ଭ୍ୟାନରୁ ୧୫୫ଟି ଶାଗୁଆନ କାଠ ପଟା ଜବତ କରିଛି । ଜବତ କାଠ ପଟାର ମୂଲ୍ୟ ଦେଢ଼…

ବନ୍ୟା ସ୍ଥିତି ସମୀକ୍ଷା କଲେ ଜିଲାପାଳ

ଭଦ୍ରକ,୪।୮(ସନାତନ ରାଉତ): ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଶୁକ୍ରବାର ଭଦ୍ରକ ଜିଲା ଧାମନଗର ବ୍ଲକର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସେ ଗୋବିନ୍ଦପୁର ଏବଂ ବାରସର ପଞ୍ଚାୟତ ଗସ୍ତ କରି ବନ୍ୟା ପ୍ରପୀଡ଼ିତଙ୍କୁ ଭେଟି ସମସ୍ୟା ପଚାରି ବୁଝିଛନ୍ତି। ଏପରିକି ପ୍ରଶାସନ…

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଧରାପଡ଼ିଲେ ୩ ଅଭିଯୁକ୍ତ

ବ୍ରହ୍ମପୁର, ୪।୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶୟ କ୍ରମେ ଏକ ଟିମ୍‌ ଶୁକ୍ରବାର ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି ଏକ କାର୍‌କୁ ଜବତ କରିଛି। କାରରୁ ୨୧୦ କେଜି ଗଞ୍ଜେଇ ଜବତ ହୋଇଥିବା ବିଭାଗ…

ଡ୍ୟାମ୍‌ ପାଣିରେ ବୁଡ଼ିଲା ୮ ବିସ୍ଥାପିତ ଗାଁ

ଲୋଇସିଂହା,୪।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଗତ ତିନିଦିନ ହେଲା ଲଘୁଚାପ ଜନିତ ବର୍ଷା ତାଣ୍ଡବ ରଚିଛି। ଲୋଇସିଂହା ବ୍ଲକରେ ଗତ ତିନିଦିନରେ ୧୬୩ ମିମି ବର୍ଷା ହୋଇଛି। ଗୁରୁବାର ପୂର୍ବାହ୍ନରୁ ବର୍ଷା ଥମିଛି। ହେଲେ ଉପରମୁଣ୍ଡାରେ ଅତ୍ୟଧିକ ବର୍ଷା ଯୋଗୁ ଲୋୟର…

୨୦ ବର୍ଷ ପରେ ସମ୍ପୂର୍ଣ୍ଣ ମାତ୍ରାରେ କେନାଲରେ ଜଳ ଯୋଗାଣ

ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୨୦୦୩ରୁ କେନାଲ ମାଧ୍ୟମରେ ଜଳ ସେଚନ ପ୍ରକିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଜିଲାର ଧର୍ମଗଡ ଉପଖଣ୍ଡକୁ ଜଳ ସେଚିତ କରାଯାଉଥିଲା। ତେବେ ଗତ ୨ ବର୍ଷ ତଳେ ଭବାନୀପାଟଣା…

ବିଦ୍ୟାଳୟ ଖୋଲିବା ଦାବିରେ ତେଜିଲା ଆନ୍ଦୋଳନ

ଢେଙ୍କାନାଳ,୪।୮(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଗ୍ରାମ ପଞ୍ଚାୟତ ବନ୍ଧନୂଆଗାଁରେ ୩ ବର୍ଷ ହେଲା ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ଶୁକ୍ରବାର ଗ୍ରାମବାସୀ, ଅଭିଭାବକ ଏବଂ ଛାତ୍ରୀଛାତ୍ର ରାସ୍ତା ଅବରୋଧ କରି ଧାରଣାରେ ବସି ଆନ୍ଦୋଳନ…

ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳାରେ ସୁନାମ

ରାଉରକେଲା ,୪।୮(ସଙ୍ଗୀତା ଜେନା): ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଛନ୍ତି। କଳା, ସଂସ୍କୃତି ଓ ଅନ୍ୟ କ୍ଷେତ୍ରରେ ଭାରତୀୟମାନେ ଆଗରେ ରହିଛନ୍ତି। ବିଶେଷ କରି ଏଥିରେ ଓଡ଼ିଆମାନଙ୍କ ସଂଖ୍ୟା କମ୍‌ ନୁହେଁ। ଏଭଳି ଜଣେ ଓଡ଼ିଆ ତଥା ରାଉରକେଲାର…

ବର୍ଷାରେ ଇସ୍ପାତ ସହର ବେହାଲ

ରାଉରକେଲା,୪।୮(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବୁଧବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଥିଲା। ମନ୍ଦିରା ଡ୍ୟାମ୍‌ ୧୧ଟି ଗେଟ୍‌ ଖୋଲିଥିବା ବେଳେ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ କୋଏଲ ଓ…

ବ୍ୟବହାର ହେଉନି ଏସ୍‌ସିଏସ୍‌ଟି ହଷ୍ଟେଲ

ସମ୍ବଲପୁର,୪ା୮(ଶୁଭାଶିଷ ପାଢୀ): ଆଦିବାସୀ ଛାତ୍ର୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା ଉପକରଣ ପ୍ରଦାନ ସହ ସ୍କୁଲ କଲେଜରେ ରହି ପାଠ ପଢିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି। ହେଲେ ସମ୍ବଲପୁର ଜିଲାର ଅଧିକାଂଶ ସ୍କୁଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?