ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳାରେ ସୁନାମ

ରାଉରକେଲା ,୪।୮(ସଙ୍ଗୀତା ଜେନା): ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଛନ୍ତି। କଳା, ସଂସ୍କୃତି ଓ ଅନ୍ୟ କ୍ଷେତ୍ରରେ ଭାରତୀୟମାନେ ଆଗରେ ରହିଛନ୍ତି। ବିଶେଷ କରି ଏଥିରେ ଓଡ଼ିଆମାନଙ୍କ ସଂଖ୍ୟା କମ୍‌ ନୁହେଁ। ଏଭଳି ଜଣେ ଓଡ଼ିଆ ତଥା ରାଉରକେଲାର ପୁଅ ସୁନୀଲ ବିନ୍ଧାଣୀ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟକୁ କ୍ୟାରିୟର କରି ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି। ସେ ତାଙ୍କ କଳାପ୍ରତିଭା ପାଇଁ ୟୁଏଇରେ ହାସଲ କରିଛନ୍ତି ଗୋଲଡେନ ଭିଜା ଆୱାର୍ଡ।
ୟୁଏଇରେ ଫିଲ୍ମ, ସଙ୍ଗୀତ, କ୍ରୀଡ଼ା ଓ ବିଭିନ୍ନ କ୍ଷେତ୍ରରେ ସୁଯୋଗ୍ୟ ପ୍ରତିଭାବାନ କଳାକାରମାନଙ୍କୁ ଏହି ଗୋଲଡେନ ଭିଜା ପ୍ରଦାନ କରାଯାଇଥାଏ। ଏହି ଶ୍ରେଣୀରେ ଭାରତୀୟ ଫିଲ୍ମ ଜଗତର ତାରକାମାନେ ମଧ୍ୟ ରହିଛନ୍ତି। ଏହାବ୍ୟତୀତ ୟୁଏଇର ରସେଲ ଆର୍ଟ ଫେଷ୍ଟିଭାଲରେ ବିଶ୍ୱର ୨ଶହ ପ୍ରତିଯୋଗୀଙ୍କ ମଧ୍ୟରୁ ୫୦ଜଣ ମଧ୍ୟରେ ସେ ମନୋନିତ ହୋଇଛନ୍ତି। ଇତିମଧ୍ୟରେ ସେ ସାଢ଼େ ୪ ବର୍ଷ ପରେ ଜନ୍ମମାଟି ରାଉରକେଲାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଧରିତ୍ରୀକୁ ଭେଟିବା ଅବସରରେ ସେ କହିଛନ୍ତି, ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ମଡେଲ ପ୍ରସ୍ତୁତ କରୁଛି। ୨୦୧୪ରେ ଜାପାନର ଓୟେଟା ଏସିଆନ ଓ ୨୦୧୭ରେ ଅଷ୍ଟ୍ରେଲିଆ ଡେକାନ୍‌ ବିଶ୍ୱବିଦ୍ୟାଳୟରୁ ଭାସ୍କର୍ଯ୍ୟକଳା ସମ୍ପର୍କିତ ଏଆଇ ମଲେଲ ନିର୍ମାଣ ଆରମ୍ଭ କରିଥିଲି। ସେଥିଲାଗି ଆୱାର୍ଡ ମଧ୍ୟ ଜଣିଛି। କଳାକ୍ଷେତ୍ରରେ ପ୍ରକୃତି, ପାରମ୍ପରିକ କଳା ଓ ଟେକ୍‌ନୋଲୋଜିର ସମ୍ମିଶ୍ରଣକୁ ପ୍ରାଧାନ୍ୟ ଦେଇ ଆସିଛି। ବିଶେଷ କରି ମୋର ଭାରତୀୟ ପାରମ୍ପରିକ କଳା, ମୂର୍ତ୍ତି କଳାରୁ କ୍ୟାରିୟର ଆରମ୍ଭ ହୋଇଥିଲା। ଏହାକୁ ଅଧିକ ବିକଶିତ କରି ଏଆଇ ପର୍ଯ୍ୟନ୍ତ ପହଞ୍ଚତ୍ଛି ବୋଲି ସୁନିଲ କହିଛନ୍ତି।
୧୯୯୭ରେ ରାଉରକେଲାରେ ପାଠପଢା ଶେଷ ହେବା ପରେ ୧୯୯୮ରେ ସୁନିଲ ଭୁବନେଶ୍ୱର ପି.କେ. ଆର୍ଟସ ଆଣ୍ଡ କ୍ରାଫ୍ଟରେ ୫ ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମ କରିଥିଲେ। ୨୦୦୩ରେ ନୂଆଦିଲ୍ଲୀରେ ଫ୍ରିଲାନ୍ସିଂ ଆର୍ଟ କରିବା ସହ କଳା ପ୍ରଦର୍ଶନୀ କ୍ଷେତ୍ରରେ ସକ୍ରିୟ ହୋଇଥିଲେ। ୨୦୦୭ରେ ଭୋପାଳ ସ୍ଥିତ ଇନ୍ଦିରାଗାନ୍ଧୀ ମାନବ ସଂଗ୍ରହାଳୟରେ ଭାସ୍କର୍ଯ୍ୟ କଳା ଓ ଚିତ୍ରକଳା ପ୍ରଦର୍ଶନୀ ହୋଇଥିଲା। ୨୦୦୮ରେ ବମ୍ବେରେ ‘କଳ୍ପବୃକ୍ଷ’ ନାମକ ପ୍ରଦର୍ଶନୀ ଆୟୋଜନ ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ସୁନିଲ ପ୍ରସିଦ୍ଧ କଳାକାର ମଣିମାଳା ଭଟ୍ଟଙ୍କ ସହାୟକ ଭାବେ କାର୍ଯ୍ୟକରିବା ସହ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଫାଇନ୍‌ ଆର୍ଟସରେ ସ୍ନାତକ କରିଥିଲେ। ଏହି ସମୟରେ ଦିଲ୍ଲୀର ତତ୍କାଳୀନ ରାଜ୍ୟପାଳ ତେଜିନ୍ଦର ଖାନ୍ନାଙ୍କ ହାତରୁ ଧନରାଜ ଭଗତ ଆୱାର୍ଡ ପାଇବା ପରେ ସେ ଉତ୍ସାହିତ ହୋଇପଡିଥିଲେ। ୨୦୧୧ ଶେଷ ବେଳକୁ ମୂଳ ଭାରତୀୟ ଡାରେଲ ଏକିନ୍ସଙ୍କ ପ୍ରେରଣାରେ ଦୁବାଇ(ୟୁଏଇ)ରେ ଏକ ପ୍ରକଳ୍ପରେ କାମ କରିବାକୁ ସୁନିଲଙ୍କୁ ସୁଯୋଗ ମିଳିଲା। ଇତିମଧ୍ୟରେ ଲଣ୍ଡନ (ୟୁକେ) ଅଷ୍ଟ୍ରେଲିଆ, ଜାପାନରେ ତାଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି ପ୍ରଦର୍ଶିତ ହୋଇସାରିଛି। ଆଗାମୀ ଦିନରେ ବିଶ୍ୱର କୋଣ ଅନୁକୋଣରେ କଳା ପ୍ରଦର୍ଶନୀ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।
ରାଉରକେଲା ତଥା ରାଜ୍ୟର ଜଣେ ଆଗଧାଡିର ମୂର୍ତ୍ତିକାର ଶ୍ରୀଚରଣ ବିନ୍ଧାଣୀଙ୍କ ପୁଅ ସୁନୀଲ। ବର୍ତ୍ତମାନ ସୁନୀଲ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ଦୁବାଇରେ ରହୁଛନ୍ତି। ସେକ୍ଟର-୨ ଅଞ୍ଚଳରେ ରହୁଥିବା କଳାକାର ପରିବାରର ସୁନୀଲ ଛାତ୍ର ଜୀବନରୁ କଳାକୁ ଆଦରି ନେଇଥିଲେ। ପୂର୍ବରୁ ରୋବୋଟିକ ବେବି ଓ ଅନ୍ୟ କଳାକୃତି କରି ଉଚ୍ଚପ୍ରଶଂସିତ ହୋଇଛନ୍ତି। ପ୍ରତ୍ୟେକ ବର୍ଷ ଦୁର୍ଗାପୂଜା ସମୟରେ ତାଙ୍କ ପ୍ରଦତ୍ତ ଡିଜାଇନ୍‌ ଦୁର୍ଗା ପ୍ରତିମା ରାଉରକେଲାର ବିଭିନ୍ନ ପେଣ୍ଡାଲରେ ଶୋଭାପାଉଛି। ନୂଆ ଥିମ୍‌ର ପୂଜା ଆୟୋଜନ ପାଇଁ ଜନ୍ମମାଟି ରାଉରକେଲାକୁ ଆସିଛନ୍ତି ବୋଲି ସୁନିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?