ଡ୍ୟାମ୍‌ ପାଣିରେ ବୁଡ଼ିଲା ୮ ବିସ୍ଥାପିତ ଗାଁ

ଲୋଇସିଂହା,୪।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଗତ ତିନିଦିନ ହେଲା ଲଘୁଚାପ ଜନିତ ବର୍ଷା ତାଣ୍ଡବ ରଚିଛି। ଲୋଇସିଂହା ବ୍ଲକରେ ଗତ ତିନିଦିନରେ ୧୬୩ ମିମି ବର୍ଷା ହୋଇଛି। ଗୁରୁବାର ପୂର୍ବାହ୍ନରୁ ବର୍ଷା ଥମିଛି। ହେଲେ ଉପରମୁଣ୍ଡାରେ ଅତ୍ୟଧିକ ବର୍ଷା ଯୋଗୁ ଲୋୟର ସୁକତେଲ ଡ୍ୟାମରେ ୨ଶହ କ୍ୟୁସେକ ପାଣି ପଶୁଛି। ଡ୍ୟାମର ପଛୁଆ ପାଣିରେ ୮ଖଣ୍ଡ ବିସ୍ଥାପିତ ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଥିବାବେଳେ ବଡତେଲେନପାଲି ଓ ସାନତେଲେନପାଲି ଗାଁକୁ ଆଂଶିକ ପ୍ରଭାବିତ କରିଛି। ପାଣି ମାଡି ଯିବା ଭୟରେ ସେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସମ୍ପୂର୍ଣ୍ଣ ବୁଡି ଯାଇଥିବା ଗାଁଗୁଡିକ ଗଡଶଙ୍କର ଡୁଙ୍ଗରିପାଲି, ବନଛୋରପାଲି, ବିଜାପାଟି, ପୋଡମୁଣ୍ଡ, କହିଣ୍ଡାପାଲି, ପରଧିଆପାଲି, ଖବସାବାହାଲ ଓ ଖୁଣ୍ଟପାଲି ବୋଲି ଜଣାପଡିଛି।
ବଲାଙ୍ଗୀର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ଡ୍ୟାମରେ ଚଳିତ ବର୍ଷ ପାଣି ଅଟକା ଯାଇଥିଲା। ଡ୍ୟାମର ପଛୁଆ ପାଣି ବିସ୍ଥାପିତ ଡୁଙ୍ଗରିପାଲି ଓ ବନଛୋରପାଲି ଗାଁକୁ ଛୁଇଁବାରୁ ଉଭୟ ଗାଁର ଲୋକେ ଆତଙ୍କିତ ହୋଇ ପଡିଥିଲେ। ଆଗକୁ ବର୍ଷା ହେଲେ ଗାଁ ବୁଡି ଯିବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ସ୍ଥାନାନ୍ତରଣ କାମକୁ ଯୋରଦାର କରାଯାଇଥିଲା। ବଳପୂର୍ବକ ସ୍ଥାନାନ୍ତରକୁ ଲୋକେ ବିରୋଧ କରିଥିଲେ ହେଁ ପରିସ୍ଥିତିକୁ ଦେଖି ଗତ ଜୁଲାଇ ୨୮ତାରିଖରେ ଗ.ଡୁଙ୍ଗରିପାଲି ଗ୍ରାମବାସୀ ଜଗନ୍ନାଥ ମହାପ୍ରଭୁଙ୍କୁ ଧରି ଝାଙ୍କରପାଲିସ୍ଥିତି ଆରଆର କଲୋନୀକୁ ଯାଇଛନ୍ତି। ଏବେ ଲଘୁଚାପଜନିତ ବର୍ଷା ସାଙ୍ଗକୁ ଉପରମୁଣ୍ଡରେ ଅଧିକ ବର୍ଷା ହେବାରୁ ସୁକତେଲ ଓ ଦୟା ନଦୀରେ ପାଣି ଆସି ଲୋୟର ସୁକତେଲ ଡ୍ୟାମରେ ପଶୁଛି। ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ବୁଡି ଯାଇ କେବଳ ଶିଖର ଦେଖା ଯାଉଛି। ଅନେକ ବିସ୍ଥାପିତଙ୍କ ଘର ପାଣିରେ ବୁଡି ରହିଛି। ଆଖି ଆଗରେ ଭିଟାମାଟି ବୁଡିଯାଉଥିବା ଦୃଶ୍ୟ ବିସ୍ଥାପିତଙ୍କ ଆଖିରେ ଲୁହ ଭରି ଦେଇଛି। ଅପରପକ୍ଷେ ପାଟଣାଗଡ ଅଞ୍ଚଳର ପୋଡମୁଣ୍ଡ ଗ୍ରାମରେ ଅବସ୍ଥିତ ମା’ କାୟାଘଟୁଆଣି ଦେବୀଙ୍କୁ ଅଦ୍ୟାବଧି ସ୍ଥାନାନ୍ତରଣ କରାଯାଇନାହିଁ।ଫଳରେ ସୁକତେଲ ନଦୀରେ ଏହି ପୀଠ ଜଳ ସମାଧି ନେବାକୁ ଯାଉଛି। ଏହା ଉପାସକ ଓ ଭକ୍ତଙ୍କୁ ଗଭୀର ଆଘାତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri