ଡ୍ୟାମ୍‌ ପାଣିରେ ବୁଡ଼ିଲା ୮ ବିସ୍ଥାପିତ ଗାଁ

ଲୋଇସିଂହା,୪।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଗତ ତିନିଦିନ ହେଲା ଲଘୁଚାପ ଜନିତ ବର୍ଷା ତାଣ୍ଡବ ରଚିଛି। ଲୋଇସିଂହା ବ୍ଲକରେ ଗତ ତିନିଦିନରେ ୧୬୩ ମିମି ବର୍ଷା ହୋଇଛି। ଗୁରୁବାର ପୂର୍ବାହ୍ନରୁ ବର୍ଷା ଥମିଛି। ହେଲେ ଉପରମୁଣ୍ଡାରେ ଅତ୍ୟଧିକ ବର୍ଷା ଯୋଗୁ ଲୋୟର ସୁକତେଲ ଡ୍ୟାମରେ ୨ଶହ କ୍ୟୁସେକ ପାଣି ପଶୁଛି। ଡ୍ୟାମର ପଛୁଆ ପାଣିରେ ୮ଖଣ୍ଡ ବିସ୍ଥାପିତ ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଥିବାବେଳେ ବଡତେଲେନପାଲି ଓ ସାନତେଲେନପାଲି ଗାଁକୁ ଆଂଶିକ ପ୍ରଭାବିତ କରିଛି। ପାଣି ମାଡି ଯିବା ଭୟରେ ସେମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସମ୍ପୂର୍ଣ୍ଣ ବୁଡି ଯାଇଥିବା ଗାଁଗୁଡିକ ଗଡଶଙ୍କର ଡୁଙ୍ଗରିପାଲି, ବନଛୋରପାଲି, ବିଜାପାଟି, ପୋଡମୁଣ୍ଡ, କହିଣ୍ଡାପାଲି, ପରଧିଆପାଲି, ଖବସାବାହାଲ ଓ ଖୁଣ୍ଟପାଲି ବୋଲି ଜଣାପଡିଛି।
ବଲାଙ୍ଗୀର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ଡ୍ୟାମରେ ଚଳିତ ବର୍ଷ ପାଣି ଅଟକା ଯାଇଥିଲା। ଡ୍ୟାମର ପଛୁଆ ପାଣି ବିସ୍ଥାପିତ ଡୁଙ୍ଗରିପାଲି ଓ ବନଛୋରପାଲି ଗାଁକୁ ଛୁଇଁବାରୁ ଉଭୟ ଗାଁର ଲୋକେ ଆତଙ୍କିତ ହୋଇ ପଡିଥିଲେ। ଆଗକୁ ବର୍ଷା ହେଲେ ଗାଁ ବୁଡି ଯିବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ସ୍ଥାନାନ୍ତରଣ କାମକୁ ଯୋରଦାର କରାଯାଇଥିଲା। ବଳପୂର୍ବକ ସ୍ଥାନାନ୍ତରକୁ ଲୋକେ ବିରୋଧ କରିଥିଲେ ହେଁ ପରିସ୍ଥିତିକୁ ଦେଖି ଗତ ଜୁଲାଇ ୨୮ତାରିଖରେ ଗ.ଡୁଙ୍ଗରିପାଲି ଗ୍ରାମବାସୀ ଜଗନ୍ନାଥ ମହାପ୍ରଭୁଙ୍କୁ ଧରି ଝାଙ୍କରପାଲିସ୍ଥିତି ଆରଆର କଲୋନୀକୁ ଯାଇଛନ୍ତି। ଏବେ ଲଘୁଚାପଜନିତ ବର୍ଷା ସାଙ୍ଗକୁ ଉପରମୁଣ୍ଡରେ ଅଧିକ ବର୍ଷା ହେବାରୁ ସୁକତେଲ ଓ ଦୟା ନଦୀରେ ପାଣି ଆସି ଲୋୟର ସୁକତେଲ ଡ୍ୟାମରେ ପଶୁଛି। ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ବୁଡି ଯାଇ କେବଳ ଶିଖର ଦେଖା ଯାଉଛି। ଅନେକ ବିସ୍ଥାପିତଙ୍କ ଘର ପାଣିରେ ବୁଡି ରହିଛି। ଆଖି ଆଗରେ ଭିଟାମାଟି ବୁଡିଯାଉଥିବା ଦୃଶ୍ୟ ବିସ୍ଥାପିତଙ୍କ ଆଖିରେ ଲୁହ ଭରି ଦେଇଛି। ଅପରପକ୍ଷେ ପାଟଣାଗଡ ଅଞ୍ଚଳର ପୋଡମୁଣ୍ଡ ଗ୍ରାମରେ ଅବସ୍ଥିତ ମା’ କାୟାଘଟୁଆଣି ଦେବୀଙ୍କୁ ଅଦ୍ୟାବଧି ସ୍ଥାନାନ୍ତରଣ କରାଯାଇନାହିଁ।ଫଳରେ ସୁକତେଲ ନଦୀରେ ଏହି ପୀଠ ଜଳ ସମାଧି ନେବାକୁ ଯାଉଛି। ଏହା ଉପାସକ ଓ ଭକ୍ତଙ୍କୁ ଗଭୀର ଆଘାତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri