୨୦ ବର୍ଷ ପରେ ସମ୍ପୂର୍ଣ୍ଣ ମାତ୍ରାରେ କେନାଲରେ ଜଳ ଯୋଗାଣ

ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୨୦୦୩ରୁ କେନାଲ ମାଧ୍ୟମରେ ଜଳ ସେଚନ ପ୍ରକିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଜିଲାର ଧର୍ମଗଡ ଉପଖଣ୍ଡକୁ ଜଳ ସେଚିତ କରାଯାଉଥିଲା। ତେବେ ଗତ ୨ ବର୍ଷ ତଳେ ଭବାନୀପାଟଣା ବ୍ଲକର ଶଗଡା ମୁଖ୍ୟ କେନାଲ ସମ୍ପ୍ରସାରଣ ମାଧ୍ୟମରେ ପରୀକ୍ଷା ମୂଳକ ଭାବେ ପାଣି ଛଡାଯାଇଥିବାବେଳେ ଚଳିତ ଖରିଫ ଚାଷ ପାଇଁ ଶଗଡା ଅଞ୍ଚଳକୁ ସମ୍ପୂର୍ଣ୍ଣ ମାତ୍ରାରେ ଜଳ ସେଚନ ଆରମ୍ଭ ହୋଇଛି। ଯାହାକି ଏହି ଅଞ୍ଚଳକୁ ଦୀର୍ଘ ୨୦ବର୍ଷ ପରେ କେନାଲ ପାଣି ଆସିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଏହାଦ୍ୱାରା ଭବାନୀପାଟଣା ବ୍ଲକର ୩୨ଟି ଗ୍ରାମକୁ ଜଳସେଚିତ କରାଯାଉଥିବାବେଳେ କେସିଙ୍ଗା ବ୍ଲକର ୧୭ଟି ଗ୍ରାମର ଚାଷୀ ଉପକୃତ ହେବେ। ଏହି ୨ବ୍ଲକର ୧୫ହଜାର ୨୬୦ହେକ୍ଟର ଚାଷ ଜମିକୁ ଜଳ ସେଚନ ଲକ୍ଷ ରଖାଯାଇଥିବାବେଳେ ବର୍ତ୍ତମାନ ଚଳିତ ଖରିଫ ପାଇଁ ୮ ହଜାର ୨୯୬ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିବା ଜଣାପଡିଛି। ସେହିପରି ଧର୍ମଗଡ ବ୍ଲକ ପର୍ଲା ଅଞ୍ଚଳକୁ ମଧ୍ୟ ଦୀର୍ଘ ୨୦ ବର୍ଷ ପରେ କେନାଲ ପାଣି ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନୀଲ କୁମାର ପାଣିଗ୍ରାହୀ। ଇନ୍ଦ୍ରାବତୀ ପ୍ରକଳ୍ପରୁ ସମୂଦାୟ ୧ ଲକ୍ଷ ୧୫ହଜାର ୬୧୫ ହେକ୍ଟର ଚାଷ ଜମିକୁ କେନାଲ ଯୋଗେ ଜଳସେଚିତ କରାଯାଉଥିବାବେଳେ ଏହାଦ୍ୱାରା ଜିଲାର ୪୭୦ଟି ଗ୍ରାମର ଚାଷୀମାନେ ଉଭୟ ଖରିଫ ଓ ରବି (ଡାଲୁଅ) ଧାନ ଚାଷ କରିବାରେ ସକ୍ଷମ ହୋଇପାରୁଛନ୍ତି। ଏହି କେନାଲ ପାଣି ଆସିବା ପରେ ଚାଷୀମାନେ ବର୍ଷା ନ ହେଲେ ମଧ୍ୟ ସହଜରେ ନିଜର ଚାଷ କାମ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?