ବର୍ଷାରେ ଇସ୍ପାତ ସହର ବେହାଲ

ରାଉରକେଲା,୪।୮(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବୁଧବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଥିଲା। ମନ୍ଦିରା ଡ୍ୟାମ୍‌ ୧୧ଟି ଗେଟ୍‌ ଖୋଲିଥିବା ବେଳେ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ କୋଏଲ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଝାଡ଼ଖଣ୍ଡରୁ ଆସିଥିବା କୋଏଲ ଓ ଶଙ୍ଖ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଝାଡ଼ଖଣ୍ଡ ଉପରମୁଣ୍ଡରେ ବର୍ଷା ସହ ଡ୍ୟାମ୍‌ ତଥା ବ୍ୟାରେଜ ଗୁଡ଼ିକରୁ ବନ୍ୟାଜଳ ଛଡ଼ାଯାଇଥିବାରୁ ବନ୍ୟାପାଣି ବିଭିନ୍ନ ଅଞ୍ଚଳରେ ପଶିଛି। ଗୁରୁବାର ସକାଳୁ ସହରରେ ବର୍ଷାର ପ୍ରକୋପ କମ୍‌ ଥିବା ବେଳେ ବାଲୁଘାଟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ପଲପଲ ବସ୍ତି ସମେତ ଅନ୍ୟ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ଅପରପକ୍ଷେ ସ୍ଥାନୀୟ ଲୋକେ ବନ୍ୟାଜଳ ଦେଖିବାକୁ ଯିବା ସହ ମାଛ ମାରିବାର ମଜା ନେଉଥିବା ଦେଖାଯାଇଛି।
ପ୍ରଭାବିତ ଅଞ୍ଚଳରେ ରାଜନେତା
ରାଜନୈତିକ ବ୍ୟକ୍ତିଙ୍କ ପାଇଁ ବନ୍ୟା ଏକ ସୁଯୋଗ ଆଣିଛି । ଏହି କ୍ରମରେ ରଘୁନାଥପାଲିର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବୁଧବାର ଠାରୁ ସେକ୍ଟର-୨୦ ପମ୍ପ ହାଉସ ବସ୍ତି, କୋଏଲନଗର ଇଣ୍ଟର ବସ୍ତି ଆଦି ପରିଦର୍ଶନ କରିବା ସହ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ସେହିପରି ଗୁରୁବାର ସକାଳେ ମଧ୍ୟ ସେଠୀ ଓ ତାଙ୍କ ସମର୍ଥକମାନେ ସେକ୍ଟର-୭ ମୁଣ୍ଡାରୀ ବସ୍ତି, ବିନ୍‌ ବସ୍ତି, ଭିଏସ୍‌ଏସ୍‌ ପଲ୍ଲୀ, ସୁବାସପାଲି ଅଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଶାସନ ପକ୍ଷରୁ ଜରିପାଲ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ଗୁରୁବାର ସକାଳେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସେକ୍ଟର-୨୦ ପମ୍ପ ହାଉସ ବସ୍ତି ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଥିଲେ। ନାଳନର୍ଦ୍ଦମା ସଫେଇ ସହ ବସ୍ତିରୁ ଜଳ ନିଷ୍କାସନ ପାଇଁ ଆର୍‌ଏସ୍‌ପି ସହରସେବା ଜିଏମ୍‌ ବିଜୟ ଯୋଯୋ ଏବଂ ବିଦ୍ୟୁତ୍‌ ସରବରାହ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଅନୁରୂପ ଭାବେ ବିଜେଡି ନଗର ସଭାପତି ଗଗନ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ରାଉରକେଲା ନିର୍ବାଚନମଣ୍ଡଳୀ ଅଧୀନ ମାଲଗୋଦାମ, ଖଟାଲ ବସ୍ତି ଓ ଅନ୍ୟ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ର ବୁବୁଲି ରାଉତ, ଲକ୍ଷ୍ମୀ ସିଂ, ମାନସ ପାତ୍ର ପ୍ରମୁଖ ଆରଏମସି ସହଯୋଗରେ ନାଳନର୍ଦ୍ଦମା ସଫେଇ କରି ଜଳ ନିଷ୍କାସନ କରାଇଥିଲେ। ସୂଚନାଯୋଗ୍ୟ, ଶିଳ୍ପାଞ୍ଚଳର ମୁଣ୍ଡାରୀ ବସ୍ତି, ପମ୍ପ ହାଉସ ବସ୍ତିରେ ଘର ଭାଙ୍ଗିବା ସହ ମାଲଗୋଦାମ ଖଟାଲ ବସ୍ତିିରେ ଜଣେ ମହିଳାଙ୍କ ଘର ଭୁଶୁଡ଼ି ପଡିଥିବା ଜଣାପଡ଼ିଛି।
ବିପର୍ଯ୍ୟସ୍ତ ସ୍ବେରେଜ ବ୍ୟବସ୍ଥା
ଦୁଇଦିନ ଲଗାଣ ବର୍ଷା ଛେଣ୍ଡ ଅଞ୍ଚଳରେ ସ୍ବେରେଜ ବ୍ୟବସ୍ଥାର ଅସଲ ମୁଖା ଖୋଲିଦେଇଛି। କଳିଙ୍ଗ ବିହାର ଏମ୍‌ଆଇ ବ୍ଲକରେ ବୁଧବାର ସନ୍ଧ୍ୟାରେ ମୂଷଳଧାରାରେ ବର୍ଷା ହେବାରୁ ସ୍ବେରେଜ ପଏଣ୍ଟଗୁଡ଼ିକ ଓଭର ଫ୍ଲୋ ହୋଇଥିଲା। ସେହିପରି ୨୦ରୁ ଊର୍ଦ୍ଧ୍ୱ ପଏଣ୍ଟର ସମାନ ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ କଳିଙ୍ଗ ବିହାର ଅଞ୍ଚଳରେ ଘରେ ପାଣି ପଶିଯିବା ସହ ରାସ୍ତାରେ ବହୁଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?