ମୟୂରଭଞ୍ଜ କାଇ ପିମ୍ପୁଡ଼ି ଚଟଣିକୁ ମିଳିବ ଜିଆଇ ଟ୍ୟାଗ୍ ମାନ୍ୟତା
ବାରିପଦା,୨ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର କାଇ ପିମ୍ପୁଡ଼ି ଚଟଣିକୁ ଭୌଗୋଳିକ ପରିଚୟ(ଜିଆଇ ଟ୍ୟାଗ୍ ମାନ୍ୟତା) ମିଳିବା ଲାଗି ପଥ ପରିଷ୍କାର ହୋଇଛି। କାଇ ପିମ୍ପୁଡ଼ି ଚଟଣିରେ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ନେଇ ପ୍ରକ୍ରିିୟା…
ଅନ୍ଧାରରେ ଚାଇଲ୍ଡଲାଇନ କର୍ମଚାରୀଙ୍କ ଜୀବନଜୀବିକା
ଖଇରା, ୨।୯(ଉତ୍କଳବନ୍ଧୁ ପଣ୍ଡା): ସ୍ବେଚ୍ଛାସେବୀ ସଙ୍ଗଠନ ତତ୍ତ୍ୱାବଧାନରେ ଚାଲିଆସୁଥିବା ଚାଇଲ୍ଡଲାଇନ ସଂସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ନୂଆ ନିୟମ ଆଣିବା ପରେ ୧ତାରିଖରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିୟନ୍ତ୍ରଣକୁ ଯାଇଛି। ଫଳରେ ଜିଲାର ଖଇରା…
ବାରଣ୍ଡାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ
ଚମ୍ପୁଆ,୨।୯(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ୧ ନଂ. ୱାର୍ଡରେ ଥିବା ଗୋଧୂଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବର୍ଷତମାମ ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି।…
କୁମ୍ଭୀରଭରା ନଦୀରେ ଜୀବନ ବାଜି
ମହାକାଳପଡ଼ା,୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜୀବିକା ପାଇଁ ଜୀବନ ମରଣ ଦୋଛକିରେ ଅଭାବୀ ମଣିଷ। ପେଟ ଚାଖଣ୍ଡେ ପାଇଁ କୁମ୍ଭୀର ଭରା ନଦୀରେ ଦୈନଦିନ ଚାଲିଛି ଜୀବିକା ପାଇଁ ସଂଗ୍ରାମ। ଅଭାବୀ ପରିବାର ଜଙ୍ଗଲରୁ କାଠ ଆଣିଲେ ଘରେ ଚୁଲି ଜଳେ। ଭରା…
ଅଧା ରହିଗଲା ରାସ୍ତା ମରାମତି କାର୍ଯ୍ୟ
ରଗଡି,୨ା୯(ଯତିଶ କୁମାର ମଲ୍ଲିକ): ଗ୍ରାମ୍ୟ ନିର୍ମାଣ ବିଭାଗରେ ଅନିୟମିତତା ଓ ଅବହେଳା ପିଛା ଛାଡୁନାହିଁ। ରହସ୍ୟମୟ ଭାବେ ରାସ୍ତା ମରାମତି କାର୍ଯ୍ୟ ଅଧାରେ ରହି ଯାଉଛି। ୨୦ ନମ୍ବର ଜାତୀୟ ରାଜପଥର ରଗଡ଼ଠାରୁ କିଆପଦା ରାସ୍ତାର ସାମୟିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନ…
ସମୁଦ୍ରରେ ବୋଟ୍ରୁ ସନ୍ଦିଗ୍ଧ ଯୁବକ ଠାବ
ପାରାଦୀପ,୨।୯ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦରରୁ ସମୁଦ୍ରକୁ ଯାଇଥିବା ଏକ ବୋଟ୍ରୁ ବୁଧବାର ରାତିରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ମତ୍ସ୍ୟଜୀବୀମାନେ ଅଚାନକ ଠାବ କରିଥିଲେ। ସେମାନେ ଶୁକ୍ରବାର ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ପହଞ୍ଚତ୍ ତାଙ୍କୁ ମେରାଇନ ଥାନା ପୋଲିସକୁ…
ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ର ଟିଜର ରିଲିଜ୍
ପୁରୀ,୨ା୯(ଅଜିତ ମହାନ୍ତି): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ଆସନ୍ତା ଗଣେଶ ପୂଜାରେ ରିଲିଜ୍ ହେବାକୁ ଯାଉଛି। ଶୁକ୍ରବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏହି ଚଳଚ୍ଚିତ୍ରର ଟିଜର ମୁକ୍ତିଲାଭ କରିଛି। ଦୀପଦାନ ପୂର୍ବକ ‘ପୁଷ୍କରା’ର ସଫଳତା କାମନା କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ…
ବିଧାୟକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୋମା
ତାଳଚେର,୨ା୯(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କାର୍ଯ୍ୟାଳୟ ସମ୍ମୁଖରୁ ଶୁକ୍ରବାର ବିକ୍ରମପୁର ପୋଲିସ ଏକ ବୋମା ଉଦ୍ଧାର କରିଛି। ସୂଚନା ଅନୁସାରେ, ସକାଳେ ବିଧାୟକଙ୍କ କେତେଜଣ ସହଯୋଗୀ ଭରତପୁରସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୋମା ରହିଥିବା…
ଖର୍ଚ୍ଚରେ ସ୍ବଚ୍ଛତା ରଖିବାକୁ ୫-ଟି ସଚିବଙ୍କ ଗୁରୁତ୍ୱ
ଯାଜପୁର/ଯାଜପୁର ରୋଡ୍/କଳିଙ୍ଗନଗର,୨ା୯(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି/ଶୁଭାଶିଷ ରାଉତ) ଯାଜପୁର ଜିଲାର ବ୍ୟାସନଗର, ରସୁଲପୁର ବ୍ଲକର ବ୍ରହ୍ମବରଦା, ସୁକିନ୍ଦା ବ୍ଲକ ନଛିପୁରା ଏବଂ ଯାଜପୁର ଟାଉନରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଭିଯୋଗପତ୍ର ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ…
କାଳିଆ ପାଖକୁ ରାଖୀ ପଠାଇ ଚର୍ଚ୍ଚାରେ ସାଇ ସୁକନ୍ୟା
ଭଦ୍ରକ, ୨ା୯ (ସନାତନ ରାଉତ): ଭାବର ଠାକୁର କାଳିଆ ପାଖକୁ ରାଖୀ ପଠାଇ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ସାଇ ସୁକନ୍ୟା। ଜଗନ୍ନାଥ ଓ ବଳଭଦ୍ରଙ୍କୁ ନିଜର ବଡ଼ଭାଇ ମାନି ତିହିଡ଼ି ବ୍ଲକ ବାମନବିନ୍ଧା ଗ୍ରାମର ସଞ୍ଜୟ ମହାନ୍ତିଙ୍କ…
କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ବିଜ୍ଞପ୍ତି
ନୟାଗଡ଼,୨ା୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିପାରିିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓଗ୍ରାଫିକାଲ୍ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍ ମାନ୍ୟତା ପାଇଁ ଅଗଷ୍ଟ ୩୧ ଗୁରୁବାର ଜର୍ନାଲ ନଂ. ୧୭୮ରେ ପବ୍ଲିକ…
ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହ ଜବତ
ମଙ୍ଗୁଳି-ଜଗତପୁର,୧।୯(ମାନସ ସାମଲ)- ଜଗତପୁର ଥାନା ଅଧୀନ ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହକୁ ଜଗତପୁର ପୋଲିସ ଶୁକ୍ରବାର ଜବତ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବାବେଳେ ତଦନ୍ତ ଚଳାଇଛି। ଅପରପକ୍ଷେ ଏହି ପଠାଟିରେ ସାଧାରଣ ଲୋକଙ୍କ ଚଳାଚଳ ନ ଥିବାରୁ…

