ଆମ ଜିଲା ଖବର

୧୧ରୁ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା

ଅନୁଗୋଳ,୧୦।୧୦(ଅମିତ କୁମାର ସାମଲ): ଅନୁଗୋଳ ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ପଡ଼ିଆରେ ଆସନ୍ତା ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ୧୮ଶହ ଛାତ୍ରୀଛାତ୍ରଙ୍କ ସହ ଅଫିସିଆଲ୍‌ ଯୋଗଦେବାର କାର୍ଯ୍ୟକ୍ରମ…

ଫାଇଲିନ୍‌ରେ ଲିଭି ନ ଥିଲା ଅଖଣ୍ଡ ଦୀପ

ବ୍ରହ୍ମପୁର,୧୦ା୧୦(ସ୍ମୃତି ରଞ୍ଜନ ମହାଲିକ): କମାପଲୀର ଦୁର୍ଗା ପୂଜା ୬୦ ବର୍ଷରେ ପହଞ୍ଚିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ କମାପଲୀ ଦୂର୍ଗା ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ମାସ ଆରମ୍ଭରୁ କମିଟି ପକ୍ଷରୁ…

ନଦୀପାଣିକୁ ରୋଷେଇ, ପିଇବାକୁ ନେଉଛନ୍ତି ଗ୍ରାମବାସୀ

ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଭଞ୍ଜନଗର ବ୍ଲକ ଗୋହିରିବା ଗ୍ରାମବାସୀ ଦୈନନ୍ଦିନ ଲୋହରାଖଣ୍ଡି ନଦୀରୁ ପାଣି ଆଣି ରୋଷେଇ ଏବଂ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ନଦୀ ତଟବର୍ତ୍ତୀ ଅନେକ ଗ୍ରାମରେ ଏହିଭଳି ସମସ୍ୟା ଦେଖିବାକୁ ମିଳିଛି।…

ଯୁବକଙ୍କୁ ଅପହରଣ ପରେ ହତ୍ୟା ଘଟଣା, ୪ ଗିରଫ

କୋଦଳା,୧୦।୧୦(ଅମିତ କୁମାର ପଟ୍ଟନାୟକ): କୋଦଳା ଥାନା ଅଧୀନରେ ଗତ ଶୁକ୍ରବାର କବିସୂର୍ଯ୍ୟନଗର ଥାନା କେ. ଝରିଡ଼ା ଗ୍ରାମର ଦିପୁ ପାତ୍ର(୩୨)ଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସୋମବାର ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ…

ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ଛତ୍ରପୁର,୧୦।୧୦ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ତୁଳସୀ ନଗର ୪ର୍ଥ ଲାଇନ ନିବାସୀ କିଶୋର ଚନ୍ଦ୍ର ଗୌଡ଼ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ପଶି ୨୫ ଭରି ସୁନା,୪୦…

ନିର୍ଭୟରେ ବୁଲୁଛି ମହାବଳ ‘ଟି-୧୯’

ବାରିପଦା,୧୦।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଭୟରେ ଚଳପ୍ରଚଳ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବନବିଭାଗ ପୋଷ୍ଟ କରିଛି। ପାଟ୍ରୋଲିଂ ସମୟରେ ରେଞ୍ଜର ଶିଶିର ବେହେରା ଏହା ଚିତ୍ର ଉତ୍ତୋଳନ କରିବା ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ…

ଗାଁରେ ମିଳୁନି କାମ, ସହରମୁହାଁ ଶ୍ରମଜୀବୀ 

କେନ୍ଦୁଝର,୧୦ା୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ମହିଳା ସଶସ୍ତ୍ରୀକରଣ ପାଇଁ ବହୁ ଯୋଜନା କରୁଛନ୍ତି। କୁଶଳୀ, ଅଣକୁଶଳୀ ଆଦି ଭିତ୍ତିରେ ଘର ନିକଟରେ କାମ ଯୋଗାଇବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯାଉଛି। ମାତ୍ର ଗ୍ରାମାଞ୍ଚଳରେ କାମ ନ ପାଇ ବହୁ…

ସଡ଼କ ଦୁର୍ଘଟଣା ଦୂରେଇଦେଲା ୩୦ ବର୍ଷ

ରାଜନଗର, ୧୦ା୧୦ (ଭାସ୍କର ରାଉତରାୟ):ପେଟ ପୋଷିବା ପାଇଁ ୩୦ ବର୍ଷ ତଳେ ଗାଁ ଘର ଛାଡ଼ି ରାଜସ୍ଥାନ ଯାଇଥିବା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଯୁବକ ଯାମିନୀ ସେଠୀଙ୍କ ଖୋଜଖବର ମିଳି ନ ଥିଲା। ବର୍ଷ ବର୍ଷ…

ନୋଟିସ୍‌ ଦେବାକୁ ଆସି ପୋଲିସ ହଟହଟା

ପଟ୍ଟାମୁଣ୍ଡାଇ,୧୦ା୧୦ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଶନିବାର ବଡ଼ମହନପୁର ପଞ୍ଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି। ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଞ୍ଚ ମାଗୁଛନ୍ତି…

ସାଇବର ଠକେଇର ସ୍ବୀକାର କଲେ ବିଧାୟକ ବାହିନୀପତି

କୋରାପୁଟ,୧୦ା୧୦(ଅମିତାଭ ବେହେରା):କୋରାପୁଟ ଜିଲା ଜୟପୁରରେ ଆୟୋଜିତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମରେ ରବିବାର ଯୋଗଦେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ୪ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହୋଇଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ନିଜ ଭାଇଙ୍କ ପାଇଁ ସିମେଣ୍ଟ…

ଉଦ୍ଧାର ମା’ ଝିଅଙ୍କୁ ଭେଟିଲେ ପରିବାର ଲୋକେ

ସୁନ୍ଦରଗଡ଼,୧୦ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଇବ୍‌ ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇ ସ୍ଥାନୀୟ ଆସ୍ଥା ଗୃହରେ ଥିବା ମା’ ଝିଅଙ୍କ ପରିଚୟ ପାଇଛି ପୋଲିସ। ସେମାନଙ୍କ ଘର ଛତିଶଗଡ଼ ଯଶପୁର ଜିଲା ତୁମଲା ଥାନା ଅନ୍ତର୍ଗତ ଖାରିବାହାଲ ଗ୍ରାମରେ ବୋଲି…

ଭିକ ମାଗି ଚଳୁଛନ୍ତି କାଉନସିଲର

ସୋର, ୧୦ା୧୦(ଜନ୍ମେଜୟ ମିଶ୍ର):ବାଲେଶ୍ୱର ଜିଲା ସୋର ପୌରପାଳିକା ଅଧୀନ ୭ ନମ୍ବର ୱାର୍ଡର କାଉନସିଲର ଦୁର୍ଗା ସିଂ ଭିକ ମାଗି ପରିବାର ଚଳାଇବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ପ୍ରସବଜନିତ କାରଣରୁ ସେ ଆଉ କାମ କରିବାକୁ ଯାଇପାରୁ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?