ଯୋରନ୍ଦା ମାଟିକୁ ପବିତ୍ର କରିଛି ମହିମା ଧର୍ମ

ଢେଙ୍କାନାଳ (ରତନ ନାୟାର)/ଭୁବନେଶ୍ୱର (ଅନିଲ ଦାସ) ୨୩ା୧୨: ସାରା ବିଶ୍ୱକୁ ଏକ ପରିବାର ଭାବେ ଗ୍ରହଣ କରିଛି ମହିମା ଧର୍ମ। ଏହା ସରଳ ଜୀବନ, ସମତା ଏବଂ ଜଗତ କଲ୍ୟାଣ ଉପରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ସମସ୍ତଙ୍କ ପାଇଁ ପ୍ରେରଣା। ଜଗତ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ଚିନ୍ତାଧାରା ମହିମା ଧର୍ମ ହିଁ ଆମକୁ ଶିଖାଇଛି। ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ପୀଠ ଢେଙ୍କାନାଳ ଜିଲାର ମହିମାଗାଦି ଯୋରନ୍ଦାଠାରେ ୧୧୨ କୋଟି ଟଙ୍କା ବ୍ୟୟରେ ଉପାସନା ପୀଠ, ବତୀମଣ୍ଡପ ନିର୍ମାଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମାଗାଦି ଚତୁଃପାର୍ଶ୍ୱ ଉନ୍ନତୀକରଣର ଭୂମି ପୂଜନ କରିବା ଅବସରରେ ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମହିମା ଧର୍ମ ପୀଠ ଯୋରନ୍ଦାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସେଠାରେ ସମବେତ ମହିମା ସାଧୁ ସନ୍ନାସୀମାନେ ତାଙ୍କୁ ସ୍ବାଗତ ସହ ଆଶୀର୍ବାଦ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଜୟ ମହିମା ଅଲେଖ କହି ଉଦ୍‌ବୋଧନ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ହେଉଛି ଦେବଭୂମି ଓ ପୂଣ୍ୟଭୂମି। ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ପ୍ରସିଦ୍ଧି ଆଣି ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେଇଛି। ଏଭଳି ପବିତ୍ର ମାଟିକୁ ଆସି ଓ ଆପଣମାନଙ୍କ ସହିତ ମିଶିବାର ସୁଯୋଗ ପାଇ ବହୁତ ଖୁସି। ମହିମା ଧର୍ମ ପୀଠର ଉନ୍ନତୀକରଣ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ଢେଙ୍କାନାଳ ଜିଲାକୁ ଏହି ପୀଠ ଏକ ନୂଆ ପରିଚୟ ଦେବ। ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାକୁ ଓଡ଼ିଶା ତଥା ଭାରତର ଆଧ୍ୟାତ୍ମିକ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପୀଠ ଭାବରେ ପରିଗଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିବା ସହ ଆସନ୍ତା ମାଘ ମେଳା ଓ ଅଗ୍ନି ପୂର୍ଣ୍ଣିମା ପାଇଁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଏଠାକୁ ଆସିଛି। ମୁଖ୍ୟମନ୍ତ୍ରୀ ମହିମା ଧର୍ମକୁ ବହୁତ ଭଲ ପାଆନ୍ତି। ସମ୍ମାନ ଦିଅନ୍ତି। ଏହି ଧର୍ମ ଓଡ଼ିଶା ମାଟିରେ ଜନ୍ମନେଇ ଦୁନିଆକୁ ଭଲ ବାର୍ତ୍ତା ଦେଇଛି। ସ୍ବଚ୍ଛତା, ସରଳତା, ସମାନତା, ନିଃସ୍ବାର୍ଥପର ବାର୍ତ୍ତା ପ୍ରଦାନ କରିଛି। ଏହି ଧର୍ମ ଯେଉଁ ବାର୍ତ୍ତା ଦେଇଛି, ତାହାର ପ୍ରତୀକ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦା ସମେତ ରାଜ୍ୟର ୮୧ଟି ମହିମା ମନ୍ଦିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୮ଶହ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ଏଥିସହିତ ବର୍ତ୍ତମାନ ଆପଣମାନେ ଆଉ ଯେଉଁ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି, ତାହା ୩ ଦିନ ମଧ୍ୟରେ ଅନୁମୋଦନ ହେବ ବୋଲି ୫-ଟି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ମହିମା ସାଧୁ ସନ୍ନାସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ତାଳପତ୍ର ଛତ୍ରୀ ଉପହାର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ମହିମାଧର୍ମର ପୀଠ ଯୋରନ୍ଦାର ରୂପାନ୍ତୀକରଣ ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଭୂମି ପୂଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମହିମା ସାଧୁ ସନ୍ନ୍ୟାସୀ, ଶ୍ରଦ୍ଧାଳୁ ଓ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ମନୋରଞ୍ଜନ ମଲ୍ଲିକ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲାପାଳ ଲଳିତ ମୋହନ ବେହେରା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା
ବିରୋଧକାରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ
ମହିମା ଧର୍ମପୀଠ ଯୋରନ୍ଦାରେ ଉନ୍ନତୀକରଣ କାର୍ଯ୍ୟର ଭୂମି ପୂଜନ ଅବସରରେ ଉପସ୍ଥିତ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଞ୍ଚ ଉପରୁ ବିରୋଧକାରୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ସମସ୍ତେ ଜାଣିଛନ୍ତି, ବହୁତ ଲୋକ ଅଛନ୍ତି, ଯେଉଁମାନେ ଶ୍ରେୟ ନେବା ପାଇଁ କାମ କରନ୍ତି। କିଛି ଲୋକ ଅଛନ୍ତି, ଅନ୍ୟମାନେ କିପରି ଶ୍ରେୟ ପାଇବେ ନାହିଁ ସେଥିପାଇଁ କାମ ବନ୍ଦ କରିବାକୁ ଚେଷ୍ଟା କରନ୍ତି। ଆପଣମାନେ ସେମାନଙ୍କୁ ଚିହ୍ନି ପାରିବେ। ଦୁନିଆରେ ବହୁତ କମ୍‌ ଲୋକ ଅଛନ୍ତି, ଯେଉଁମାନେ କି ଶ୍ରେୟ ପାଇଁ ନୁହେଁ ସେବା ମନୋଭାବ ନେଇ କାମ କରନ୍ତି। ଏହି ବହୁତ କମ୍‌ ଲୋକଙ୍କ ମଧ୍ୟରେ ଅଛନ୍ତି ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆପଣମାନେ ଜାଣନ୍ତି, କେବେ ବି ବଡ଼କାମ କିମ୍ବା ଭଲକାମ କରିବାର ଅଛି, କିଛି କିଛି ଲୋକ କାମ ବନ୍ଦ କରିବାକୁ ଚିନ୍ତା କରି ବିରୋଧ କରନ୍ତି। ସେମିତି କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ପଠାଇଥିଲେ। କାହିଁକି ଏତେଟଙ୍କା ଖର୍ଚ୍ଚ ହେବ, କ’ଣ ଲାଭ ହେବ ବୋଲି ଲେଖିଥିଲେ। କାମ ବନ୍ଦ କରିବାକୁ ମଧ୍ୟ ଚିଠି ଲେଖିଥିଲେ। ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋତେ ପଠାଇଥିଲେ। ଆପଣମାନଙ୍କ ସହିତ ଆଲୋଚନା କରାଗଲା। ଆପଣମାନେ ଯେଉଁ ପରାମର୍ଶ ଦେଲେ, ଏହାପରେ ୧୬୦ କୋଟି ଟଙ୍କା ମହିମାଗାଦି ରୂପାନ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ। ୧୧୨ କୋଟି ଟଙ୍କା ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଓ ଟ୍ୟାକ୍ସକୁ ମିଶାଇ ୧୬୦ କୋଟି ଟଙ୍କା ହୋଇଛି। ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ନବୀନ ନିବାସକୁ ମଧ୍ୟ ଆସି ଯାହା ଆଲୋଚନା କରିଥିଲେ ଏବଂ ପରାମର୍ଶ ଦେଇଥିଲେ, ତଦନୁଯାୟୀ କାର୍ଯ୍ୟ ହୋଇଛି ବୋଲି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?