ଆମ ଜିଲା ଖବର

ବରଗଡ଼ ଧନୁଯାତ୍ରା: ରିହର୍ସାଲ ଆରମ୍ଭ କଲେ କଳାକାର

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚଳିତ ମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାକାରମାନେ ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହାନ୍ତି।…

ଜେଏମ୍‌ଏଫ୍‌ସି କୋର୍ଟରେ ପଶି ରେକର୍ଡ ପୋଡିଦେଲେ: ଅଭିଯୁକ୍ତଙ୍କୁ ଧରି ପୋଲିସର ପଚରାଉଚରା

ରାଜନଗର,୨ା୧(ଭାସ୍କର ରାଉତରାୟ): ରାଜନଗର ଜେଏମ୍‌ଏଫ୍‌ସି କୋର୍ଟ ମଧ୍ୟରେ ପଶି କେହି ନ ଥିବାର ସୁଯୋଗ ନେଇ ସୁଇପର କିଛି ରେକର୍ଡ ପୋଡ଼ି ଦେଇଥିବା ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଜେଏମ୍‌ଏଫସି କୋର୍ଟର ୱାଚମ୍ୟାନ ବିଜୟ ମଳିକଙ୍କ ଅଭିଯୋଗ ଓ…

ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨।୧: ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…

ଚପଲ ପିନ୍ଧି ଖାଇଲେ ମହାପ୍ରସାଦ

ପୁରୀ, ୨ା୧( ଅଜିତ୍‌ ମହାନ୍ତି):ନୂଆବର୍ଷରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେତେଜଣ ଭକ୍ତ ବଡ଼ଦାଣ୍ଡରେ ଠିଆହୋଇ ଚପଲ ପିନ୍ଧି ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା,…

ଧନୁତୀର ନାକରେ ଗଳି ନାବାଳକ ଗୁରୁତର

ମାଲକାନଗିରି, ୨ା୧(ଦୁର୍ଯ୍ୟୋଧନ ପାତ୍ର):ଘରେ ଥିବା ଏକ ଧନୁତୀର ଧରି ଖେଳୁଥିବା ବେଳେ ଅସାବଧାନତାରୁ ଜଣେ ନାବାଳକଙ୍କ ନାକରେ ଗଳି ଯିବାରୁ ସେ ଗୁରୁତର ହୋଇ ପଡିଥିଲେ। ଦୁଇଘଣ୍ଟା ପରିଶ୍ରମ ପରେ ମାଲକାନଗିରି ଜିଲା ହସ୍ପିଟାଲ ସର୍ଜରି ବିଶେଷଜ୍ଞ ସପନ କୁମାର ଧିଣ୍ଡା…

ଆଜିଠୁ ବୈଶିଙ୍ଗା ମହୋତ୍ସବ

ବୈଶିଙ୍ଗା,୨ା୧(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗାଠାରେ ମଙ୍ଗଳବାରଠାରୁ ‘ବୈଶିଙ୍ଗା ମହୋତ୍ସବ’ ମହୋତ୍ସବ ଆରମ୍ଭ ହେବ। ଏହି ମହୋତ୍ସବରେ ଚଳିତ ବର୍ଷ ଛଉ ନୃତ୍ୟ , ଝୁମର ନୃତ୍ୟ, ଆଧୁନିକ ଗୃପ ଡ୍ୟାନ୍ସ, ସୁପ୍ରତିଷ୍ଠିତ ବଂଶୀବାଦକ ବିଶ୍ବଜିତ ମହାପାତ୍ରଙ୍କ…

ଘନ କୁହୁଡ଼ି ହେଲା କାଳ, ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୩ ମୃତ, ୫୦ରୁ ଅଧିକ ଆହତ

ନିଶ୍ଚିନ୍ତକୋଇଲି,୨।୧(ଅଶୋକ କୁମାର ମହାପାତ୍ର): କଟକ-ଚାନ୍ଦବାଲି ରାସ୍ତାର କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୭.୩୦ ମିନିଟ୍‌ ସମୟରେ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌କୁ କଟକରୁ କେନ୍ଦ୍ରାପଡା…

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ : ୩ କି.ମି. ବୁହା ହେଲେ ଗର୍ଭବତୀ

ଦଶମନ୍ତପୁର,୧ା୧ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଗ୍ରାମବାସୀ ଜଣେ ଗର୍ଭବତୀଙ୍କୁ ୩ କି.ମି. ବୋହି ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି।…

ନୂଆବର୍ଷରେ ଅଘଟଣ: ଦୀପରୁ ଲାଗିଲା ନିଆଁ

କେନ୍ଦୁଝର,୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ନୂଆବର୍ଷ ପାଇଁ ସୋମବାର କେନ୍ଦୁଝର ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଭକ୍ତମାନେ ଲଗାଇଥିବା ଦୀପରୁ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବୃଦ୍ଧା ଜଣଙ୍କ ହେଲେ କେନ୍ଦୁଝର ପୁରୁଣା…

ଧୁମ୍‌ଧାମ୍‌ରେ ନୂଆବର୍ଷ ପାଳନ

କୋରାପୁଟ,୧।୧: ପୂଜାର୍ଚ୍ଚନା ସାଙ୍ଗକୁ ଭୋଜିଭାତରେ ଲୋକେ ନୂଆବର୍ଷ ୨୦୨୪କୁ ସ୍ବାଗତ କରିଛନ୍ତି। ଏପରିକି ଶ୍ରଦ୍ଧାଳୁ ନିଜ ପରିବାରର ମଙ୍ଗଳକାମନା ପାଇଁ ପ୍ରବଳ ଶୀତ ସତ୍ତ୍ୱେ ଭୋରରୁ ଶାବର ଶ୍ରୀକ୍ଷେତ୍ର ସମେତ ଗ୍ରାମଦେବୀ ମୁତ୍ୟୁଲୁ ମା’ ମନ୍ଦିର, ବାଟମଙ୍ଗଳା ମନ୍ଦିର ସମେତ ବିଭିନ୍ନ…

ଜାନୁୟାରୀ ୩ରେ ସୁକ୍‌ତେଲ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୧ା୧(ବୀରେନ୍ଦ୍ର କୁମାର ଝାଙ୍କର): ଜାନୁୟାରୀ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ବଲାଙ୍ଗୀର ଜିଲା ମାଗୁରବେଡ଼ା ଯାଇ ସେଠାରେ ବହୁପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ଜିଲାବାସୀଙ୍କୁ ନୂଆବର୍ଷ ଭେଟି ଦେବେ। ମିଳିଥିବା ସୂଚନା…

ନୂଆବର୍ଷରେ ରୁପା ପରଭା, ଛତରରେ ସଜ୍ଜିତ ହେଲେ ମା’ ସମଲେଶ୍ୱରୀ

ସମ୍ବଲପୁର,୧ା୧(ବି.ଶଙ୍କର): ନୂଆବର୍ଷକୁ ଦୃଷ୍ଟିରେ ରଖି ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଶେଷ ପରେ ସକାଳ ୬ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?