ଆମ ଜିଲା ଖବର

ଷ୍ଟେଶନରେ ପଶିଲା ହାତୀ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ରେଳ ଷ୍ଟେଶନକୁ ଏକ ହାତୀ ବାଟବଣା ହୋଇ ପଶିଆସି ଦୀର୍ଘ ସମୟ ଧରି ବୁଲିଥିଲା। ରବିବାର ଭୋରରେ ରେଳ ଷ୍ଟେଶନରେ ହାତୀକୁ ଦେଖି ରେଳ କର୍ମଚାରୀ ଓ ଯାତ୍ରୀ ଭୟଭୀତ…

ବିଶାଖାପାଟଣା-ରାୟଗଡ଼ା ଟ୍ରେନ ଲାଇନ୍‌ଚ୍ୟୁତ: ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରେନ୍‌, ୩ ମୃତ, ୧୦ ଆହତ

ରାୟଗଡ଼ା,୨୯।୧୦(ଆଶିଷ ରଞ୍ଜନ ପଣ୍ଡା): ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ରାୟଗଡ଼ା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଂଟକାପଲ୍ଲୀଠାରେ ରବିବାର ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ଟ୍ରେନର ୩ଟି ବଗି ପରସ୍ପରକୁ ଧକ୍କା ଦେଇ ଓଲଟି ପଡିଥିବା ସୂଚନା ମିଳିଛି।…

ମେଳା ଦେଖିବାକୁ ଯାଇଥିଲେ ପରିବାର ଲୋକେ: ଏପଟେ ଜଳିଗଲା ଘର

ମୋରଡ଼ା,୨୯।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିକିଟାମାଟିଆ ପଞ୍ଚାୟତ ବାଘାଝରଣ ଗ୍ରାମର ଡାହିସାହିରେ ଏକ ଅଘଟଣ ଘଟିଛି। ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ ଜଳି ଯାଇଛି l ମିଳିଥିବା ସୂଚନା ମୁତାବକ, ଗତକାଲି ଉକ୍ତ ସାହିର ସ୍ବର୍ଗତ ଖେଚେଡା…

ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, କାତି ମାଡ଼

ହିଞ୍ଜିଳିକାଟୁ,୨୯।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା କଣ୍ଟେଇକୋଳି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। କାତିମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ କୃଷ୍ଣ ସାହୁ। କୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ…

ସ୍ପଷ୍ଟ ଦିବାଲୋକରେ ହୋଟେଲ ତାଲା ଭାଙ୍ଗି ସବୁ ଲୁଟିନେଲେ ଦୁର୍ବୃତ୍ତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ମୋରଡ଼ା,୨୯ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧାନଶୋଳ-ଛୋଟରାୟପୁର ରାସ୍ତା କଡ଼ରେ ବନ୍ଦ ଥିବା ଏକ ହୋଟେଲରୁ ଚୋରି ହୋଇଥିବାର ମୋରଡା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଉକ୍ତ ହୋଟେଲର ମାଲିକ ବିଦ୍ୟାଧର ମହାନ୍ତ ରବିବାର ଅପରାହ୍ନରେ ହୋଟେଲରେ…

ମାଡ଼ିଚାଲିଛି ଚକଡ଼ା, ଗଣ୍ଠି ପୋକ: କୀଟନାଶକ ସିଞ୍ଚନ ପରେ ବି ହେଉନି ଫସଲ ନିୟନ୍ତ୍ରଣ

ଭେଡ଼େନ,୨୯।୧୦(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକର ଚାଷୀ ଓ ଚାଷକୁ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନାହିଁ। କେତେବେଳେ ବର୍ଷା ଅଭାବ ତ’ ବିଦ୍ୟୁତ୍‌ ବିଭ୍ରାଟ ସାଙ୍ଗକୁ ରୋଗପୋକ ଦାଉରୁ ଫସଲ ବଞ୍ଚାଇବା ପାଇଁ ଚାଷୀ ସଂଘର୍ଷ ଜାରି ରଖିଛି ।…

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲା ପୁଣି ରାଜ୍ୟରେ ପ୍ରଥମ

ଛତ୍ରପୁର, ୨୯/୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ)- ଗଞ୍ଜାମ ଜିଲାକୁ ପୁଣିଥରେ ଜିଲା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଓଡିଶା ରାଜ୍ୟ ବିପର୍ଯ୍ୟୟପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ…

ରିଭଲଭରରୁ ଗୁଳି ଚଳାଇ ଜୀବନ ହାରିଲେ ସବଇନସ୍ପେକ୍ଟର

ନୂଆପଡ଼ା,୨୯।୧୦: ନୂଆପଡ଼ା ଜିଲା ବୋଡ଼େନ ଥାନା ଖଡୁପାଣି ସିଆରପିଏଫ କ୍ୟାମ୍ପରେ ଏକ ଅଘଟଣ ଘଟିଛି । ନିଜ ରିଭଲଭରରୁ ଗୁଳି ଚଳାଇ ସିଆରପିଏଫ -୧୯ ବାଟାଲିୟନର ଏସଆଇ (ସବଇନସ୍ପେକ୍ଟର) ଡି. ଗୁନ୍ନାସେକରନ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।…

ବାପାଙ୍କ ଗୋଇଠା ମାଡ଼ରେ ଚାଲିଗଲା ଗର୍ଭବତୀ ଝିଅଙ୍କ ଜୀବନ 

ମୟୂରଭଞ୍ଜ,୨୯।୧୦: ବାପାଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଝିଅଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ପଥରଖଣି ଗାଁରେ । ପାରିବାରିକ କହଳରୁ ଏପରି ଘଟଣା ଘଟିଥିବା କୁହାଯାଉଛି। ସ୍ବାମୀଙ୍କ ମୃତ୍ୟୁପରେ ଝିଅ ଶାଶୁଘର ଛାଡ଼ି…

ମାଉଜର ଲଗାଇ ୨୩ହଜାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ): ବାଇକ ଆରୋହୀକୁ ଅନ୍ଧାରର ସୁଯୋଗ ନେଇ ମୁଣ୍ଡରେ ମାଉଜର ଲଗାଇ ୨୩ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଯାହା ଗଞ୍ଜାମ ସହରରେ ଆଲୋଚନାର ବିଷୟ ପାଲଟିଛି। ଘଟଣା ଘଟିଛି ଗଞ୍ଜାମ ଥାନା ଇଲାକାରେ। ମିଳିଥିବା ସୂଚନା ଅନୁଯାୟୀ, ରମ୍ଭା…

ମଧ୍ୟବିତ୍ତଙ୍କୁ ଅପହଞ୍ଚ ଆବାସ ପ୍ରକଳ୍ପ

ରାଉରକେଲା,୨୯।୧୦(ସଙ୍ଗୀତା ଜେନା)ସ୍ମାର୍ଟସିଟି ରାଉରକେଲା ଆଧୁନିକ କୌଶଳ ସମ୍ପନ୍ନ ସହର ଭାବେ ଖ୍ୟାତି ଲାଭ କରିଛି। ଏଠାରେ ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ରହିଛି। ତେବେ ସହରରେ ସରକାରଙ୍କ ସେଭଳି ଆବାସ ପ୍ରକଳ୍ପ ନ…

ଶହଶହ ବୋଦା ବଳିରେ ସୁନାଦେଇ ପୀଠ ରକ୍ତରଞ୍ଜିତ

ନୂଆପଡ଼ା,୨୯।୧୦ (ମକାରୁ ବେମାଲ)ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଚକୋଟିଆ ଭୂଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଶ୍ୱିନ ଅମାବାସ୍ୟାଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?