ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ

ଜୁନାଗଡ଼,୧୫।୧(ଅଂଶୁମାନ ଯୋଶୀ) କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ ଚାଷ ଠିକ ସମୟରେ ଅମଳ ହୋଇଥିଲେ ମଧ୍ୟ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ବିଶେଷ କରି ଜିଲାର ଜୁନାଗଡ଼ ବ୍ଲକର ଦାସିଗାଁ, ମୁଣ୍ଡରାଗୁଡା, ଚିଲକପୁର, ଚିଲିଗୁଡ଼ା, ରାଜପୁର, ବଣିଜରା, ବୁଡିଦର ଭଳି ଅନେକ ମଣ୍ଡିରେ ଧାନ ବିକ୍ରି ନ ହୋଇ ଶହ ଶହ କୁଇଣ୍ଟାଲ ପଡିରହିଛି।

ମଣ୍ଡିଗୁଡିକରେ ଧାନ ବସ୍ତା ଚାଷୀଙ୍କୁ ଠିକ ସମୟରେ ଦେଉ ନ ଥିବା ଓ ମିଲର୍ସ ପକ୍ଷରୁ ଗାଡି ଠିକ ସମୟରେ ପଠାଉ ନ ଥିବାରୁ ଏଭଳି ଅନେକ ସମସ୍ୟା ମଣ୍ଡିରେ ଦେଖିବାକୁ ମିଳିଛି। ଖୋଲା ଆକାଶ ତଳେ ଥିବା ମଣ୍ଡିରେ ଚାଷୀମାନେ ଶୀତ କାକରରେ ଧାନ ଜଗି ରହିଛନ୍ତି।

ଦାସିଗାଁ ମଣ୍ଡିରେ ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱରେ ଚାଷୀମାନେ ଧାନକୁ ରଖିଛନ୍ତି। ରାସ୍ତା କଡରେ ହିଁ ଚାଷୀ ମାନେ ରାତି ଦିନ ଜଗି ବସିଛନ୍ତି। ଏହି ମଣ୍ଡିରେ ଧାନ ବହୁତ ଥିବାରୁ ଅଧିକାଂଶ ଚାଷୀ ଜାଗା ଅଭାବରୁ ଧାନକୁ ଘରେ ରଖିଛନ୍ତି। ଏପଟେ ଚାଷୀମାନେ କଟନୀ ଛଟନୀକୁ ବିରୋଧ କରୁଥିବା ବେଳେ ମନଇଛା କଟନୀ କରୁଛନ୍ତି ମିଲର୍ସ। ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଉଛି।

ଚାଷୀମାନେ ଧାର କରଜ କରି ଧାନ ଚାଷ କରୁଥିବା ବେଳେ ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ରବି ଧାନ ଚାଷ ପାଇଁ କେନାଲରେ ଗତ ୮ ତାରିଖରେ ପାଣି ଛଡାଯାଇଛି। ଏଠାକାର ଚାଷୀ ରବି ଚାଷ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏପଟେ ଖରିଫ ଧାନ ଚାଷୀ ମଣ୍ଡିରେ ବିକ୍ରି କରି ପାରି ନାହିଁ। ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ଗତ ୨ ଦିନ ହେଲା ମଣ୍ଡି କାର୍ଯ୍ୟ ବନ୍ଦ ରହିଛି। ଫଳରେ ଚାଷୀମାନେ ଏବେ ଚିନ୍ତାରେ ପଡ଼ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri