ଆମ ଜିଲା ଖବର

ମାନସ ହେଲେ ୯ ପଞ୍ଚାୟତର ବିଜେଡି ସଭାପତି

ତିହିଡ଼ି,୨୩।୧(ସଞ୍ଜିତ ବଳ): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ ୯ ପଞ୍ଚାୟତର ବିଜେଡି ସଭାପତି ଭାବେ ମାନସ ରଞ୍ଜନ ନାୟକ ମନୋନୀତ ହୋଇଛନ୍ତି। ଜିଲା ସଭାପତି ଜଗନ୍ନାଥ ସ୍ବାଇଁ ମାନସଙ୍କୁ ଏନେଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଗୋବିନ୍ଦପୁର ପଞ୍ଚାୟତ…

ମାଟି ଅତଡ଼ା ଧସି ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଯୋଡ଼ା,୨୩।୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା କମାରଯୋଡ଼ାରେ ପାଇପ୍‌ ଲାଇନ୍‌ କାମ ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମାଟି ଅତଡ଼ା ଧସି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିିଛି। ଜଣେ ଶ୍ରମିକ ଅଳ୍ପକେ ବଞ୍ଚି ଯାଇଛନ୍ତି। ମୃତ ଶ୍ରମିକମାନେ ହେଲେ…

ପୁରୀରେ ମୁଖ୍ୟମନ୍ତ୍ରୀ

ପୁରୀ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲାପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିଥିଲେ। ପରେ ସେଠାରୁ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ସାରି…

ଚାଲାଣ କରୁଥିଲେ ଶୁଆ: ମାଡ଼ିବସିଲା ବନ ବିଭାଗ

ରାଉରକେଲା, ୨୩।୧: ରାଉରକେଲା ସହରର ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ ଶୁଆ ରଖି ବିଭିନ୍ନ ଜାଗାକୁ ବସ ଯୋଗେ ଚାଲାଣ ହେଉଥିବା ବେଳେ ବନ ବିଭାଗ ବହୁ ପରିମାଣର ଶୁଆ ଉଦ୍ଧାର କରିଛି । ଏହି ମାମଲାରେ ଦୁଇ…

କ୍ରିକେଟ ବ୍ୟାଟରେ ପିଟି ଯୁବକଙ୍କୁ କରିଥିଲେ ହତ୍ୟା: ମୁଖ୍ୟ ଆସାମୀଙ୍କ ସମେତ ୬ ଅଭିଯୁକ୍ତ ଗଲେ ଜେଲ୍‌

ତରଭା,୨୩ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ଥାନା ମେଣ୍ଡା ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୁଖ୍ୟ ଆସାମୀ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ…

ମା’ ସମଲେଇଙ୍କୁ ଗୁହାରୀ କରିବାର ଭିନ୍ନ ତରିକା, ଚିଠି ଲେଖି ଜଣାଇଲେ ମନର ମଣିଷ ମିଳିଗଲେ …

ସମ୍ବଲପୁର,୨୩।୧: ମା’ ସମଲେଇ ଭକ୍ତଙ୍କ ଡାକ ଶୁଣେ, ସମସ୍ତଙ୍କର ମା’ ଉପରେ ପ୍ରଘାଡ଼ ବିଶ୍ୱାସ। ମାନସିକ ପୂରଣ ପାଇଁ କିଏ କେତେ ମା’କୁ କାକୁତି ମିନତି କରନ୍ତି। ତେବେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କ ହୁଣ୍ଡି ଖୋଲାଯାଇଛି। ଭିନ୍ନ…

ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ : ୮ଜଣଙ୍କ ନାମରେ ରୁଜୁ ହେଲା ମାମଲା

ବାଲିକୁଦା,୨୩।୧(ତାପସ ସ୍ବାଇଁ): ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ପୋଲିସକୁ ମାଡ଼ ଖାଇବାକୁ ପଡ଼ିଛି। ଏପରିକି ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ପୋଲିସ ହାତରୁ ଛଡ଼ାଇ ନେଇଛନ୍ତି। ବାଲିକୁଦା ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଏହି ଘଟଣାରେ ଏସ୍‌ଆଇ…

ଜାତୀୟ ରାଜପଥରେ ସିରଜ୍‌ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ବଡବିଲ,୨୩।୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥ ଟଣ୍ଟୋ-କାଶିଆ ଛକନିକଟରେ ମଙ୍ଗଳବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଟ୍ରକ ଭିତରେ ଚାପି ହୋଇ ଜଣେ ଚାଳକଙ୍କୁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଟ୍ରକ…

ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ଲାଗିଲା ନିଆଁ

ଭବାନୀପାଟଣା,୨୩।୨୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ମହିଳା ଓ ଶିଶୁ ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଡାକ୍ତର ଖାନାର ଚତୁର୍ଥ ମହଲାରେ ଏହି ନିଆଁ ଲାଗି ଥିବା ବେଳେ…

୩ ବରିଷ୍ଠ ନେତାଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ 

କଟକ,୨୩।୧: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ଉଠାଇଛି। ସେମାନେ ହେଲେ, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌, ବରିଷ୍ଠ କଂଗ୍ରେସ ନେତା…

ମା’ଙ୍କୁ ହତ୍ୟା କରିଥିଲେ ପୁଅ: ଆଜୀବନ ଜେଲଦଣ୍ଡ ଶୁଣାଇଲେ କୋର୍ଟ

କେନ୍ଦୁଝର,୨୨ା୧(ଦୀପକ ମିଶ୍ର): କେନ୍ଦୁଝର ଏଡିଜେ କୋର୍ଟରେ ଏକ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ ମମିତା ଦାସ ମା’ଙ୍କୁ ହତ୍ୟା କରିଥିବା ପୁଅକୁ ଦୋଷୀ ସାବସ୍ତ୍ୟ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର…

ଭକ୍ତଙ୍କୁ ଭଲ ଆଚରଣ ଦେଖାଇବେ ସେବାୟତ, କର୍ମଚାରୀ

ପୁରୀ, ୨୩ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ସଂସ୍କାର ପାଇଁ ପ୍ରଶାସନ ପୁଣି ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି। ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ ନେବା, ସେବାୟତ, କର୍ମଚାରୀ ଓ ଭକ୍ତ ପାନ, ଗୁଟ୍‌ଖା ଆଦି ସେବନ କରିବା, ପଲିଥିନ, ପ୍ଲାଷ୍ଟିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?