ଆମ ଜିଲା ଖବର

ଘରେ ପଶି ଦୁର୍ବୃତ୍ତ ଲୁଟି ନେଲେ ସମସ୍ତ ସୁନା ଅଳଙ୍କାର ସହ ନଗଦ ଟଙ୍କା

ଗୋପାଳପୁର,୮ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ସାନକୁସ୍ଥଳୀ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଘରେ ପଶି ଚୋରି କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…

ଜାଲ୍‌ ସାର୍ଟିଫିକେଟ ମାମଲାରେ ଗିରଫ ହେଲେ ପ୍ରଧାନଶିକ୍ଷକ

ବଲାଙ୍ଗୀର,୮ା୧୧(ସୁନୀଲ କୁମାର ମହାନ୍ତି): ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାଁରେ ପୂର୍ବରୁ ଅଭିଯୋଗ…

ଅସୁସ୍ଥ ମା’ଙ୍କୁ ଦେଖିବାକୁ ଯାଉଥିଲେ ଝିଅ, ବାଟରେ ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ

କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମର ଜଣେ ମହିଳା ବୁଧବାର ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ବେହେରନସିଲ ଗାଁକୁ ଚାଲି ଚାଲି ଯାଉଥିଲେ। ବରାଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଭାଲୁ…

ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ପୂଜକଙ୍କ ମୃତଦେହ

କୋରାପୁଟ,୮ା୧୧(ଅମିତାଭ ବେହେରା): କୋରାପୁଟ ସହରର ଏକ ଘର ଭିତରୁ ଜଣେ ମନ୍ଦିର ପୂଜକଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କୋରାପୁଟ ସହରରଟାଉନ ଥାନା ଅଧୀନ ବାଟମଙ୍ଗଳା ଛକନିକଟସ୍ଥ ବୁଢ଼ୀ ଠାକୁରାଣୀ ମନ୍ଦିର ପଛପଟେ…

ମହାପ୍ରୟାଣ ଗାଡ଼ିକୁ ଫେରାଇ ନେଉଥିଲା ପ୍ରଶାସନ, ବିରୋଧ କଲେ ଲୋକେ

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରୁ ଏକ ମହାପ୍ରୟାଣ ଗାଡ଼ିକୁ ଜିଲା ମୁଖ୍ୟାଳୟକୁ ବୁଧବାର ଅପରାହ୍ନରେ ଫେରାଇ ନେଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରି ଗାଡ଼ି ସମ୍ମୁଖରେ ଛିଡ଼ା ହୋଇଥିଲେ। ଖବର ପାଇ ପାଟଣା…

୨ ବାଘ ଛାଲ ଜବତ କରି ଦୁଇଜଣ ଗିରଫ

ରାୟଗଡ଼ା,୮।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରାବିଦୁଣି ଛକରୁ ଏସଟିଏଫ୍‌ ଦୁଇଟି କଲରାପତରିଆ ବାଘଛାଲ ଜବତ କରିଛନ୍ତି। ଏହା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଚନ୍ଦ୍ରପୁର ଥାନା ବିଜାପୁର ଗ୍ରାମର ବିକ୍ରମ ମାଝି ଏବଂ…

ଘରୁ ଯାଇ ଆଉ ଫେରିଲେନି ବନ୍ଧରୁ ମିଳିଲା…

ପୁରୁଷୋତ୍ତମପୁର,୮।୧୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ଥିବା ଗୋପାଳ ବନ୍ଧରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁମାରି ଗ୍ରାମର ବାବୁଲା କୁମାର ପଣ୍ଡା ( ୪୫)। ବାବୁଲା ମଙ୍ଗଳବାର ଠାରୁ ଘରୁ ଯାଇ ଆଉ…

କୁପାରୀରେ ପୁଣି ମାଙ୍କଡ଼ା ଚୋରାଚାଲାଣ

ଖଇରା, ୮।୧୧(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ କିଛି ଦିନର ନୀରବତା ପରେ ଏବେ ପୁଣିଥରେ ମାଙ୍କଡା ଚୋରାଚାଲାଣ ଆରମ୍ଭ ହୋଇଛି। ୧ମାସ ଧରି ଲୁଟେରାମାନେ ରାତିସାରା ଉଜାଗର ରହି ରାଣୀତାଲ-କୁପାରୀ, ଆମ୍ବହତା…

ନାବାଳିକାଙ୍କୁ ଅପହରଣ, ବଳାତ୍କାର: ଅଭିଯୁକ୍ତ ଗିରଫ

ରେଢ଼ାଖୋଲ,୮।୧୧ (ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ନାବାଳକ (ଏବେ ସାବାଳକ)ଙ୍କୁ ମଙ୍ଗଳବାର ଗିରଫକରି ସମ୍ବଲପୁର ଜୁଭେନାଇଲ କୋର୍ଟ ଚାଲାଣ କରିଛି। ସୂଚନାମତେ ପ୍ରାୟ ୬ମାସ…

୩୬ ଘଣ୍ଟା ପଡ଼ିରହିଲା ମୃତଦେହ

ଛେଣ୍ଡିପଦା,୮।୧୧(ଅଜିତ ଧଳ): ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦୁର୍ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ପୋଲିସ ଜାଣି ନ ପାରିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରି ୩୬ ଘଣ୍ଟା କାଳ ପଡ଼ିରହିଥିଲା। ଶେଷରେ ରାଜସ୍ବ…

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ର

ଡେରାବିଶ, ୮।୧୧(ବେବର୍ତ୍ତା ଅଜୟ ଦାସ): ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଏହି ବିଭାଗ ଅଧୀନରେ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଖୋଲା…

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌: ହେଲ୍ପର ଆଖିବୁଜିଲେ, ଡ୍ରାଇଭର ଗୁରତର

ବାଲେଶ୍ୱର,୮।୧୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳ ସମୟରେ ୬୦ ନମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?