ଆମ ଜିଲା ଖବର

ଭାଜପା ସମର୍ଥକଙ୍କୁ ହତ୍ୟା: ଟାୟାର ଜାଳି ରାସ୍ତାରୋକୋ କଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଙ୍ଘର ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହଣି ହୋଇ ଉଭୟ ପକ୍ଷର ୭ ଜଣ ଆହତ ହୋଇଥିଲେ।…

ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା, ସୋସିଆଲ ମିଡିଆରେ ଲେଖିଲେ ଏମିତି

ଗଞ୍ଜାମ,୧୬ା୫: ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ।…

ବେଆଇନ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ: ୪ ଗିରଫ

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର):ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ଚଢଉ କରି ଏକ ମହୁଲ ବୋଝେଇ ପିକଅପ୍‌ ଭ୍ୟାନକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଦେବଗଡ…

ପୁଣି ଝାରସୁଗୁଡ଼ାରୁ ସେବା ଆରମ୍ଭ କଲା ଇଣ୍ଡିଗୋ

ଭୁବନେଶ୍ୱର,୧୬ା୫: ବୁଧବାର ଇଣ୍ଡିଗୋ ଏୟାର ଲାଇନ ଝାରସୁଗୁଡା ଏବଂ ଦିଲ୍ଲୀ ମଧ୍ୟରେ ଏହାର ସେବା ଆରମ୍ଭ ପୁନର୍ବାର କରିଛି। ଅପରାହ୍ନ ୩ ଟା ୨୦ ମିନିଟରେ ବିମାନ ଦିଲ୍ଲୀରୁ ବାହାରି ସନ୍ଧ୍ୟା ୫ଟା ୧୫ ମିନିଟରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ…

ଖଲ୍ଲିକୋଟରେ ରାଜନୈତିକ ହିଂସା: ୮ ଗିରଫ

ଖଲ୍ଲିକୋଟ,୧୬ା୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବୁଧବାର ଦିନ ଗଞ୍ଜାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଯେଉଁଥିରେ ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮…

ଧସିଲା ପଥର ଖାଦାନ: ଜଣେ ଶ୍ରମିକ ମୃତ, ଆହୁରି ଶ୍ରମିକ ଚାପି ରହିଥିବା ସନ୍ଦେହ

ଯାଜପୁର,୧୬।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁରରେ ଗୁରୁବାର ଏକ ଅଘଟଣ ଘଟିଛି। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳା ପଥର ଖାଦାନରେ ପଥର ଓ ମାଟି ଧସି ଜଣେ ଶ୍ରମିକଙ୍କ ମୃତଦେହ ମିଳିଛି । ପଥର ତଳେ ବିଭିନ୍ନ ମେଶିନ ଓ ଆହୁରି ଶ୍ରମିକ…

ପାଇପ ଲାଇନ କାମବେଳେ ଖସିଲା ମାଟି ଅତଡା: ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଯାଜପୁର,୧୬।୫(ହର୍ଷବର୍ଦ୍ଧନ ବେହେରା):: ଯାଜପୁର ବିଞ୍ଝାରପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ମାଟି ଅତଡା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାସହ ଜଣେ ଆହତ ହୋଇଛନ୍ତି। ପାଇପ ଲାଇନ କାମ ବେଳେ ମାଟି ଧସିବାରୁ ୩ ଶ୍ରମିକ ଚାପି ହୋଇଯାଇଥିଲେ।…

ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେଡି ଓ ଭାଜପା କର୍ମୀଙ୍କ ସଂଘର୍ଷରେ ଜଣେ ମୃତ

ଖଲିକୋଟ,୧୬ା୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବୁଧବାର ଦିନ ଗଞ୍ଜାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଖଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣସାନପୁର ଗ୍ରାମରେ ବ୍ୟାନର…

ଭୋଟ ହାତେଇବାକୁ ନିଯୁକ୍ତି ଥୋପ

ଯାଜପୁର,୧୬ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ସୁକିନ୍ଦା ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନିଯୁକ୍ତି ସମେତ କେତେକ କାରଖାନାରେ ଠିକା କାର୍ଯ୍ୟ, ପରିବହନ ଆଦି ନିର୍ବାଚିତ ଜନପ୍ରତିନିଧିଙ୍କ ନିୟନ୍ତ୍ରଣରେ ରହିଛି। ଜିଲାରେ ବିରୋଧୀ ଦଳ ନିଷ୍କ୍ରିୟ ହୋଇଥିବାର ସୁଯୋଗରେ ଏଭଳି ମନମାନି ଚାଲିଛି। ଯଦ୍ୱାରା ଅଭିଜ୍ଞତା ଥାଇ…

ବିଜୁ ଉତ୍ତରାଧିକାରୀ, ବୈଜୟନ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ

କେନ୍ଦ୍ରାପଡ଼ା, ୧୬ା୫ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ବିଜୁବାବୁଙ୍କ ରାଜନୈତିକ କର୍ମଭୂମି। ଏକଦା ବିଜୁବାବୁଙ୍କ ଘନିଷ୍ଠ ଥିଲେ ଏହି ଜିଲାର ନଳିନୀକାନ୍ତ ମହାନ୍ତି ଓ ବିଜୟ ମହାପାତ୍ର। ସେହିପରି ଘନିଷ୍ଠ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପୁଅ ବୈଜୟନ୍ତ ପଣ୍ଡା ୧୯୯୭ରେ ବିଜେଡିର ଗଠନ ସମୟରେ…

ବାଲିଶଯ୍ୟା, ପଥର ବିକିରଣ ପାଇଁ ପରିବେଶ ଉତ୍ତପ୍ତ

ସୋନପୁର,୧୬ା୫(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ସହରର ପାରଦ ଗତ କିଛିବର୍ଷ ହେବ ସର୍ବୋଚ୍ଚସ୍ତରରେ ରହୁଛି। ଏହି ସହର ଉତ୍ତପ୍ତ ବୋଲି ପାଣିପାଗ ରିପୋର୍ଟ କହୁଛି। ମହାନଦୀ ଓ ତେଲନଦୀ ଘେରି ରହିଥିବା ନଦୀକୂଳିଆ ସହର ସୁବର୍ଣ୍ଣପୁର ତଥା ସମଗ୍ର ଜିଲାରେ ଏଭଳି ପରିସ୍ଥିତି ସୃଷ୍ଟି…

ଦେବଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର)ସମ୍ବଲପୁର ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର୍‌ ଜୁହାର୍‌। ବିଏସକେୱାଇ ଯୋଜନା ଭଲ କି? ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ, ୫-ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ମା’ ସମଲେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?