ଭାଲୁ ପଶିଯିବାରୁ ସ୍କୁଲ ଛୁଟି

ନନ୍ଦାହାଣ୍ଡି/ପାପଡ଼ାହାଣ୍ଡି,୧୭।୭ (ପ୍ରତୀପ କୁମାର ଦାଶ/ ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲାରେ ଭାଲୁ ଆତଙ୍କ ଦେଖାଦେଇଛି। ବିଭିନ୍ନ କାରଣରୁ ଭାଲୁ ଏବେ ଜଙ୍ଗଲଛାଡ଼ି ଜନବସତି ମୁହାଁ ହେଉଛନ୍ତି। ସୋମବାର ବିଳମ୍ବିତ ରାତିରେ ପାପଡ଼ାହାଣ୍ଡି ଥାନାରେ ପଶି ଆତଙ୍କିତ କରିଥିବାବେଳେ ମଙ୍ଗଳବାର ନନ୍ଦାହାଣ୍ଡି ବ୍ଲକ ଦହଣା ସରକାରୀ ସ୍କୁଲରେ ଭାଲୁ ପଶିଥିଲା। ଫଳରେ ବିଦ୍ୟାଳୟ ବନ୍ଦ କରିବାକୁ ପଡ଼ିଛି। ପିଲାମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ସ୍କୁଲରେ ପାଚରି ନ ଥିବାରୁ ବାରମ୍ବାର ଭାଲୁ ପଶୁଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ପାଚେରି ନିର୍ମାଣ କରାଯାଉ ବୋଲି ଅଭିଭାବକ ଦାବି କରିଛନ୍ତି। ଦହଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍ଖେସ ତ୍ରିପାଠୀ ମଙ୍ଗଳବାର ସ୍କୁଲ ଖୋଲିବାବେଳେ ସେଠାରେ ଏକ ଭାଲୁ ଶୋଇଥିବା ଦେଖିଥିଲେ। ସେ ଘଟଣା ସମ୍ପର୍କରେ ଏବିଇଓ ହରିହର ବେହେରା ଏବଂ ବନ ବିଭାଗକୁ ଜଣାଇଥିଲେ। ଏବିଇଓଙ୍କ ନିର୍ଦ୍ଦେଶକ୍ରମେ କ୍ଲାସ ସସ୍‌ପେଣ୍ଡ କରାଯାଇ ପିଲାଙ୍କୁ ଘରକୁ ପଠାଯାଇଥିଲା। ଏହା ମଧ୍ୟରେ ବନପାଳ ରିତେଶ ସୁନା ବନରକ୍ଷୀମାନଙ୍କ ସହ ସ୍କୁଲ ପାଖରେ ପହଞ୍ଚତ୍ ଥିଲେ। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସେଠାରେ ପହଞ୍ଚତ୍ ବନପାଳଙ୍କ ସହ ଭାଲୁକୁ ଧରିବା ନେଇ ଆଲୋଚନା କରିଥିଲେ। ଭାଲୁ ନିକଟସ୍ଥ ଏକ ବାଡ଼ ଭିତରେ ଶୋଇଥିବା ଜଣାପଡ଼ିବା ପରେ ବନପାଳ ରାପିଡ୍‌ ରେସ୍‌ପନ୍ସ ଟିମ୍‌କୁ ଜଣାଇଥିଲେ। ଏ. ମନୋଜ କୁମାର ରାପିଡ୍‌ ରେସ୍‌ପନ୍ସ ଟିମ୍‌ ସହିତ ପହଞ୍ଚତ୍ ଭାଲୁକୁ ଆୟତ୍ତ କରିବାବେଳେ ଭାଲୁଟି ଏକ ଗଛ ଉପରକୁ ଚଢ଼ି ଯାଇଥିଲା। ଅନ୍ୟ ଉପାୟ ନ ପାଇ ଭାଲୁକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ପରେ ଗଛ ଉପରୁ ଭାଲୁକୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ନବରଙ୍ଗପୁର ନିଆଯାଇଛି। ଭାଲୁର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବା ପରେ ତାକୁ ଏକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ପାଚେରି ନ ଥିବାରୁ ସ୍କୁଲ ଭିତରେ ବାରମ୍ବାର ଭାଲୁ ପଶୁଛି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ସ୍କୁଲ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ତୁରନ୍ତ ପାଚେରି ତିଆରି ବ୍ୟବସ୍ଥା କରାଯିବ ବୋଲି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ କହିଛନ୍ତି।
ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ପରିସରରେ ସୋମବାର ବିଳମ୍ବିତ ରାତିରେ ଏକ ଭାଲୁ ଥାନା ପରିସରରେ ଦୀର୍ଘ ୪ ଘଣ୍ଟା ରହି କର୍ମଚାରୀମାନଙ୍କୁ ନାକେଦମ କରିଥିଲା। ଥାନା କର୍ମଚାରୀ ଭାଲୁକୁ ଦେଖି ଭୟଭୀତ ଅବସ୍ଥାରେ କବାଟ ବନ୍ଦ କରି ରହିଥିଲେ। ସୂଚନାନୁଯାୟୀ, ରାତ୍ର ପ୍ରାୟ ୧୦ଟାରେ ଏକ ଭାଲୁ ଝରିପୋକ ଖାଇବା ପାଇଁ ଥାନା ଭିତରେ ପଶିଯାଇଥିଲା। କର୍ମଚାରୀମାନେ ଭାଲୁକୁ ଦେଖି କବାଟ ବନ୍ଦ କରିଦେଇଥିଲେ। ସେମାନେ ଛାତ ଉପରେ ରହି ଭାଲୁଟିର ଗତିବିଧି ଉପରେ ନଜର ରଖିଥିଲେ। ପ୍ରାୟ ୪ ରୁ ୫ ଥର ଭାଲୁ ଥାନା ଭିତରେ ପଶିଥିଲା। କର୍ମଚାରୀମାନେ ପାଟି କରିବାରୁ ସେ ଚାଲିଯାଇ ପୁଣି ଥରେ ଫେରିଆସୁଥିଲା। ଶେଷରେ ଥାନାର ପ୍ରବେଶ ଦ୍ୱାର ବନ୍ଦ କରିବାରୁ ଭାଲୁଟି ତହସିଲ କାର୍ଯ୍ୟାଳୟ ଭିତରେ ପଶିଥିଲା। ତହସିଲ କାର୍ଯ୍ୟାଳୟ କାନ୍ଥ ଡେଇଁ ପୁଣି ଥାନା ଭିତରେ ପଶି ଝରିପୋକ ଖାଇ ରାତି ପ୍ରାୟ ୨ଟାରେ ଜଙ୍ଗଲ ଆଡ଼କୁ ଯାଇଥିଲା ବୋଲି ଜଣାପାଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri