ଆମ ଜିଲା ଖବର

କେଉଁ ମାନଙ୍କ ପାଇଁ ଅଭାବ ହେବ ଜେଲ୍‌ର କୋଠରୀ: କାହାକୁ ଅଳିଆ କହିଲେ ଭର୍ତ୍ତୃହରି

ନିଶ୍ଚିନ୍ତକୋଇଲି,୧୯।୭(ଅଶୋକ କୁମାର ମହାପାତ୍ର):ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡି ସରକାରଙ୍କୁ ଏମ୍‌ପି ଭର୍ତ୍ତୃହରି ମହତାବ ଟାର୍ଗେଟ କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ସେ ବିଜେଡି ସରକାର ଉପରେ…

ଫୁଲବାଣୀ ପୌରାଧ୍ୟକ୍ଷାଙ୍କୁ ଅନାସ୍ଥା ଭୋଟିଂ: ଆସିଲେ ନାହିଁ ନିର୍ବାଚନ ଅଧିକାରୀ

ଫୁଲବାଣୀ, ୧୮ା୭(ରାକେଶ କୁମାର ରାଉତ): ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ନାମରେ ଆସିଥିବା ଅନାସ୍ଥା ଉପରେ ଶୁକ୍ରବାର ଆସ୍ଥା ଭୋଟ ହୋଇ ପାରିନାହିଁ । ନିର୍ବାଚନ ଅଧିକାରୀ ତଥା ଅତିରିିକ୍ତ ଜିଲାପାଳ ଜରୁରୀ କାଳୀନ ଛୁଟିରେ ଚାଲି ଯିବାରୁ ଏଭଳି ପରିସ୍ଥିତି…

ଫାଣ୍ଡିରୁ ଅଭିଯୁକ୍ତ ସ୍ବାମୀ ଚମ୍ପଟ: ପୋଲିସର ପାରିବାପଣିଆ ପ୍ରତି ଉଠିଲା ପ୍ରଶ୍ନ

ଗୋପାଳପୁର,୧୯।୭(ନବୀନ ରାଜ ଆଚାରୀ): ନବବଧୂ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀଙ୍କୁ ଧରି ବାପଘର ଲୋକେ ପୋଲିସ ଜିମା ଦେଇଥିଲେ। ହେଲେ ଏହାର କିଛି ଘଣ୍ଟା ମଧ୍ୟରେ ବ୍ରହ୍ମପୁର ମେଡିକାଲ ଫାଣ୍ଡିରୁ ଅଭିଯୁକ୍ତ ସ୍ବାମୀ ଚମ୍ପଟ ମାରିଥିଲେ। ଏହି ଘଟଣା ୪ଦିନ ବିତିଯାଇଥିଲେ…

୧୪ ବର୍ଷ ପରେ ହତ୍ୟା ଉଦ୍ୟମ ମାମଲାର ରାୟ ପ୍ରକାଶ

ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏସିଜେଏମ୍‌) ଅଲେଖ କୁମାର ପ୍ରଧାନ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ମାମଲାର ୧୪ବର୍ଷ ପରେ ଶୁଣାଣି କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ…

ଡାଇରେକ୍ଟର ସୀମାଞ୍ଚଳ ପାଢୀଙ୍କ ପରଲୋକ

ପୁରୁଷୋତ୍ତମପୁର,୧୯।୭(ସୀମାଞ୍ଚଳ ମିଶ୍ର): ଇଫ୍‌କୋର ଡାଇରେକ୍ଟର ତଥା ଭୂତସରସିଙ୍ଗି କପିଳେଶ୍ବର ବହୁମୁଖୀ ସମବାୟ ସମିତି ସଭାପତି ତଥା ବରିଷ୍ଠ ବିଜେଡି ନେତା ଓକିଲ ସୀମାଞ୍ଚଳ ପାଢୀଙ୍କ ଗୁରବାର ରାତିରେ ହୃଦ୍‌ଘାତରେ ଦିଲ୍ଲୀରେ ପରଲୋକ ହୋଇଯାଇଛି। ତାଙ୍କ ନିଜ ଘର ପୁରୁଷୋତ୍ତମପୁର ରାଧାକାନ୍ତ ସାହିରେ…

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନଡ୍ଡା, କହିଲେ ରାଜ୍ୟରେ ପଦ୍ମ…

ପୁରୀ,୧୯।୭: ପୁରୀ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ। ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ ଜଣାଇଛନ୍ତି। ନଡ୍ଡା କହିଛନ୍ତି,…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିରେ ମେଡ଼ିକାଲ ଅଫିସର

ଆନନ୍ଦପୁର,୧୯।୭: ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା ରଂଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ଡା ରଂଜିତଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି।…

ମାଇକ୍ରୋସଫ୍ଟ ସର୍ଭର ତ୍ରୁଟି: ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ

ଭୁବନେଶ୍ୱର,୧୯।୭: ମାଇକ୍ରୋସଫ୍ଟ ସର୍ଭରରେ ବୈଷୟିକ ତ୍ରୁଟି ଯୋଗୁ ଶୁକ୍ରବାର ଭୁବନେଶ୍ବରରେ ବିମାନ ସେବା ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଫଳରେ ମାନୁଆଲ ଭାବେ ଯାତ୍ରୀଙ୍କ ଚେକ୍‌ ଇନ୍‌ ହେଉଥିବା ସେ ପ୍ରକାଶ କରିଛନ୍ତି।…

ଜଷ୍ଟିସ ବିଶ୍ୱନାଥ ରଥ ଦେଲେ ବଡ଼ ସୂଚନା: ଏହି ଦିନ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି

ପୁରୀ,୧୯।୭: ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ ବିଶ୍ୱନାଥ ରଥ ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି, ଏହି ପ୍ରକ୍ରିୟାରେ କାହାକୁ ଭୋକ, ଶୋଷ ଓ ଥକାପଣ ଅନୁଭବ ହୋଇନଥିଲା। ଏତେ କମ ସମୟରେ ଏହା ସମ୍ପୂର୍ଣ୍ଣ ହେବା ଏକ ଐତିହାସିକ କାର୍ଯ୍ୟ ଥିଲା।…

ଜାଣନ୍ତୁ କଣ ମିଳିଲା ରତ୍ନଭଣ୍ଡାରରୁ

ପୁରୀ, ୧୯।୭: ରତ୍ନଭଣ୍ଡାରରୁ ଯୁଦ୍ଧ ସାମଗ୍ରୀ ମିଳିଛି। ଏହି ସାମଗ୍ରୀ ରାଜରାଜୁଡ଼ା ଅମଳର ବୋଲି ଜଣାପଡ଼ିଛି। ଏ ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା…

ବିଇଓଙ୍କ କାର୍ଯ୍ୟାଳୟରେ ପଶିଲା ପାଣି

ଭୁବନେଶ୍ୱର,୧୯।୭: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।…

ବ୍ୟାପୁଛି ଝାଡ଼ାବାନ୍ତି: ୨୫ରୁ ଅଧିକ ଆକ୍ରାନ୍ତ

ଭଞ୍ଜନଗର,୧୯।୭: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଟିକରପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଗାଁରେ ୨୫ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ନେଇ ସପ୍ତାହକରେ ୨ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୮ ଜଣ ଚିକିତ୍ସାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?