ଆମ ଜିଲା ଖବର

ଚାଷୀଙ୍କୁ ସାର ଚିନ୍ତା

ପଟ୍ଟାମୁଣ୍ଡାଇ,୧୮।୧୦(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ଡିଏପି ସାରର ଆବଶ୍ୟକ ହେଉଛି। ପ୍ରାଥମିକ ସମବାୟ ସମିତି (ସୋସାଇଟି)ଗୁଡ଼ିକରେ ସାର ମିଳୁ ନ ଥିବା ବେଳେ ବଜାର ଡିଲରମାନଙ୍କ ପାଖରେ ଅଧିକ…

ବିକ୍ରି ହେଉଛି ଅନୁପଯୋଗୀ ପାନୀୟଜଳ

ପାରାଦୀପ,୧୮।୧୦(ଶରତ ରାଉତ): ପାରାଦୀପ ବନ୍ଦର ସହରରେ ଏବେ ଖୋଲାରେ ୨୦ ଲିଟର ବିଶିଷ୍ଟ ପାନୀୟ ଜଳ ବିକ୍ରି ହେଉଛି। ପାରାଦୀପଗଡ ଠାରୁ ଆରମ୍ଭ କରି ଷଣ୍ଢକୁଦ ପର୍ଯ୍ୟନ୍ତ ୧୫ରୁ ଅଧିକ ବ୍ୟବସାୟୀ ଭୂତଳ ଜଳକୁ ସାମାନ୍ୟ ଶୋଧନ କରିବା ପରେ ତାକୁ…

ଢେଙ୍କାନାଳକୁ ଆସିବ ପୁରୀ ତାଳଧ୍ୱଜ ରଥ ଚକ

ଢେଙ୍କାନାଳ,୧୮।୧୦(ରତନ ନାୟାର): ୨୦୨୦ ମସିହାରେ ପୁରୀ ରଥଯାତ୍ରାର ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଗୋଟିଏ ଚକ ଢେଙ୍କାନାଳକୁ ଅଣାଯିବ। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଢେଙ୍କାନାଳ ସହରସ୍ଥିତ ଶ୍ରୀବଳଦେବ ଜୀଉ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପତ୍ର…

ଠେଙ୍ଗାରେ ପିଟିପିଟି ମାରିଦେଲେ

ଅନୁଗୋଳ,୧୮।୧୦(ଅମିତ କୁମାର ସାମଲ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା କୋଠଭୂଇଁ ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଯୁବକ ସଚିତା ଭୋଇ (୨୩)ଙ୍କୁ ଖୁଣ୍ଟରେ ବାନ୍ଧି ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଘଟଣା…

ଖତଖାଉଛି ପୋର୍ଟେବଲ୍‌ ହେଲ୍‌ଥ କେୟାର୍‌ ୟୁନିଟ୍‌

ବ୍ରହ୍ମପୁର,୧୮।୧୦(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ରୋଗୀ ସେବା ପାଇଁ ମାଳ ମାଳ କୋଠା ନିର୍ମାଣ ହୋଇଛି। କିନ୍ତୁ ନିମ୍ନମାନର କାମ ଯୋଗୁ କେତେବେଳେ ସିଲିଂ ଖସୁଛି ତ ଆଉ କେତେବେଳେ ଛାତରୁ ପାଣି ଝରୁଛି। ଏବେ…

ଦୁଇ ୱାର୍ଡ ସୀମା ବିବାଦକୁ ନେଇ ଉତ୍ତେଜନା

ବ୍ରହ୍ମପୁର,୧୮।୧୦(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି)ର ୩୭ ଓ ୩୮ ନଂ ୱାର୍ଡର ସୀମାକୁ ନେଇ ୨ କର୍ପୋରେଟରଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଗତ କାଉନସିଲ ବୈଠକରେ ସୀମା ନିର୍ଦ୍ଧାରଣ ପାଇଁ ୩୭ ନଂ. ୱାର୍ଡ କର୍ପୋରେଟର ଧାରଣାରେ…

ଥଇଥାନ ନୀତିରେ ଅସନ୍ତୋଷ ବିସ୍ଥାପିତ

ଆର.ଉଦୟଗିରି,୧୮।୧୦(ମନୋଜ ପାଢୀ): ଗଜପତି ଜିଲା ଆର.ଉଦୟଗିର ବ୍ଳକ ଛେଳିଗଡରେ କାର୍ଯ୍ୟକାରୀ ହେଉଥିବା ବିଦ୍ୟୁତ ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇ ପାରିନାହିଁ। ୧୯୮୫ ରେ ଏହି ପ୍ରକଳ୍ପର ସର୍ଭେ ଆରମ୍ଭ ହୋଇଥିଲା। ଲୋକଙ୍କୁ ବୁଝାସୁଝା କରି ୨୦୦୮- ୦୯ରେ…

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର

ପାରଳାଖେମୁଣ୍ଡି,୧୮।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମର ଯାତ୍ରୀ ବିଶ୍ରାମାଗାର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର କାନ୍ଥ ଫାଟିବା ସହ ପଲସ୍ତରା ଖସି ସେଥିରୁ ପଥର ଖସିବାରେ ଲାଗିଛି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି…

ପୋତିହେଲାଣି ଆଲକଟା ବନ୍ଧ, ପୁନରୁଦ୍ଧାର ଦାବି

ଛତ୍ରପୁର, ୧୮।୧୦ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଏକ ପୁରୁଣା ସହର ହୋଇଥିବା ବେଳେ ଜିଲା ମୁଖ୍ୟାଳୟ ଏଠାରେ ରହିଛି। କିନ୍ତୁ ସହରର କଳେବର ବଢ଼ିଥିବା ବେଳେ ଏଠାରେ ଥିବା ବନ୍ଧଗୁଡିକର ବିକାଶ ହୋଇପାରିନାହିଁ। ଛତ୍ରପୁର ଏନଏସି ଅଧୀନରେ ଥିବା…

୩ ବର୍ଷ ଧରି ଆମ୍ବଗଛ ତଳେ ପାଠପଢ଼ା

କୋଟଗଡ,୧୮।୧୦(ସରୋଜ ବଳିୟାରସିଂ): ସର୍ବଶିକ୍ଷା ଅଭିଯାନ ‘ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ’ ନାରା ଦେଉଥିବା ବେଳେ ଆଦିବାସୀ ବହୁଳ କନ୍ଧମାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି। ଏଠାରେ ଶ୍ରେଣୀ ଗୃହ ଅଭାବ ଥିବାରୁ ଦୀର୍ଘ ୩ ବର୍ଷ ଧରି…

ବଢ଼ିଚାଲିଛି ଅବଧି, ସରିପାରୁନି ରେଳ ଓଭରବ୍ରିଜ୍‌

ରାଇବଣିଆ, ୧୮।୧୦(ନବୀନ ସାହୁ): ଜଳେଶ୍ୱର ନୂଆବଜାର ରେଳଫାଟକ ନିକଟରେ ନିର୍ମାଣଧୀନ ଓଭରବ୍ରିଜ କାମ ୫ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହେବାର ନା ଧରୁନି। ଫଳରେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ୭୩. ୪୦କୋଟି ଟଙ୍କା ବ୍ୟୟରେ…

ମଣ୍ଡପରେ ବାହାନଗା ରେଳ ଦୁର୍ଘଟଣାର ଦୃଶ୍ୟ

ଭଦ୍ରକ,୧୮।୧୦ (ସନାତନ ରାଉତ): ଚଳିତବର୍ଷ ଭଦ୍ରକ ଗାନ୍ଧୀପଡ଼ିଆ ସାର୍ବଜନୀନ ଦୁର୍ଗାପୂଜା ୭୬ବର୍ଷରେ ପଦାର୍ପଣ କରୁଛି। ଆଉ ଦୁଇଦିିନ ପରେ ସପ୍ତମୀ ପୂଜା ଆରମ୍ଭ ହେବାକୁ ଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ପାର୍ଶ୍ୱମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବାଲେଶ୍ୱର ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri