ବିଲରେ କାଦୁଅ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ପଞ୍ଚାୟତ ଦାବ୍ରିଗୁଡା ଗ୍ରାମର ଜଣେ ଚାଷିଙ୍କ ବିଲରେ କାଦୁଅ କରୁଥିବା ବେଳେ ଓଳଟି ପଡିଥିଲା। ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ଶିଵ ମାଝୀ(୨୩) ଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣା ସମ୍ପର୍କରେ ଆମପାଣି ପୋଲିସକୁ ଖବର ଦେବାପରେ ପୋଲିସ ଏସ.ଆଇ ଗୌରୀ ଯାନୀ, ଏଏସଆଇ ମନୋଜ ନାଏକ ଓ ପୋଲିସ ଟିମ ପହଞ୍ଚିଥିଲେ । ଘଟଣା ସ୍ଥଳରୁ ଶବ ଓ ଟ୍ରାକ୍ଟରକୁ ଜବତ କରି ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲେ।

ସୂଚନା ଅନୁସାରେ ଦାବ୍ରିଗୁଡା ଗ୍ରାମର ଟ୍ରାକ୍ଟର ମାଲିକ ଧନବଲ ମାଝୀଙ୍କ ନିକଟରେ ଡ୍ରାଇଭର ଭାବେ ଶିଵ ମାଝୀ କାମ କରୁଥିଲେ। ତେବେ ଆଜି ଟ୍ରାକ୍ଟର ନେଇ କାଦୁଅ କରୁଥିବା ବେଳେ ଏହି ଅଘଟଣରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନଚଞ୍ଚରା ନୂଆପଡ଼ା ଗ୍ରାମର ବୈଦ୍ୟନାଥ ମାଝୀଙ୍କ ଭେଣ୍ଡିଆ ପୁଅ ଶିଵ ମାଝୀ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ଓ ଏନେଇ ଆମପାଣି ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ୫୯/୨୪ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ଆଫଗାନିସ୍ତାନ ସୀମାରେ ପାକ୍‌ର ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ

ଇସ୍‌ଲାମାବାଦ,୨୯ା୬: ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୨୯ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସ୍‌ଲାମାବାଦ ସୋମବାର କହିଛି। ଏହି ସଦ୍ୟ ଉତ୍ତେଜନାକୁ ନେଇ ଉଭୟ କାବୁଲ…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ଉଦ୍ୟୋଗୀମାନଙ୍କୁ ମାଗଣାରେ ମିଳିବ ଋଣ-ସବସିଡ଼ି: ବିକଶିତ ଓଡ଼ିଶା ପାଇଁ ଏମଏସଏମଇ…

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ରେ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିକଶିତ ଓଡ଼ିଶା…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri