ଆମ ଜିଲା ଖବର

ବେଆଇନ ଗଛ କାଟୁଥିଲେ, ଧରିଲା ବନବିଭାଗ: ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୨୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଢେପଗୁଡା ସଂରକ୍ଷିତ ଜଙ୍ଗଲ ଠାରେ ବେଆଇନ ଭାବେ ଗଛ କାଟୁଥିବା ବେଳେ ବନବିଭାଗ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି I ବନ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ…

ପୁଣି ଆଳୁ ଅଟକାଇଲେ ଦିଦି, ଟେନଶନରେ ସରକାର

ଜଳେଶ୍ୱର,୨୮।୧୧: ଓଡ଼ିଶାକୁ ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଛନ୍ତି। କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ଆଜି ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ହୁ ହୁ ହୋଇ ବଢୁଥିବା ପରିବା ଦରକୁ ନିୟନ୍ତ୍ରଣ…

ରୋଡ୍‌ ରୋମିଓଙ୍କୁ ସାବାଡ଼ କଲେ ଗ୍ରାମବାସୀ

ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ସାନଖେମୁଣ୍ଡି ବ୍ଳକ ପଥରପୁଞ୍ଜି ଗ୍ରାମବାସୀ ବୁଧବାର କିଛି ରୋଡ଼ ରୋମିଓଙ୍କୁ ସାବାଡ କରିଛନ୍ତି। ପୂର୍ବ ଯୋଜନା ଅନୁସାରେ ୨ ରୋଡ଼ ରୋମିଓଙ୍କୁ କାବୁ କରି ଛେଚିବା ସହ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ଗ୍ରାମବସୀ। ପରିବାର ଲୋକେ…

ଶୌଚ ପାଇଁ ଯାଇଥିଲେ ଯୁବକ, ଦଳିଦେଲା ହାତୀ

ହିନ୍ଦୋଳ,୨୮।୧୧: ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଅନ୍ତର୍ଗତ କଡଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଭୋର ସମୟରେ ଗ୍ରାମର ଗାୟତ୍ରୀ ମଣ୍ତପ ନିକଟସ୍ଥ ପୋଖରୀକୁ ଶୌଚ ନିମନ୍ତେ ଯାଉଥିବା ସମୟରେ ମଧୁସୁଦନ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ(୨୯) ହାତୀ…

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ହୁ ହୁ ହୋଇ ଜଳିଗଲା ୧୦ ଏକର ଜମିର ଅମଳ ଧାନ

ବରଗଡ଼ ୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ବିର୍ଜାମ ଗ୍ରାମରେ ଖଳାରେ ଗଦା ହୋଇଥିବା ଅମଳ ଧାନରେ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗ୍ରାମର ଚାଷୀ ନୀଳ ମେହେରଙ୍କ ୧୦ ଏକର ଜମିର…

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ଷ୍ଟଲକୁ ମିଳିଲା ଦ୍ୱିତୀୟ ସ୍ଥାନ

ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ):ଦେଶର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଯାଇଛି। ଉକ୍ତ ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶର ବିଭିନ୍ନ ସାମଗ୍ରୀ ପାଇଁ ଷ୍ଟଲଗୁଡିକ ସ୍ଥାନ ପାଇଥିଲା। ଓଡିଶାରୁ…

ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ମାଣ୍ଡିପଙ୍କା ଗସ୍ତ, ପୀଡ଼ିତାଙ୍କ ପରିବାରକୁ ଭେଟିଲେ…

ଦାରିଙ୍ଗବାଡି, ୨୭।୧୧ (ଅରୁଣ ସାହୁ)-କନ୍ଧମାଳ ଜିଲାକୁ ୩ ଦିନିଆ ଗସ୍ତରେ ଆସିଛନ୍ତି ଓଡିଶା ରାଜ୍ୟ ଖାଦ୍ୟ କମିଶନ ଇଂ ଅବନୀକାନ୍ତ ସାହୁ। ସେ ପ୍ରଥମେ ଦାରିଙ୍ଗବାଡିରେ ପହଞ୍ଚି ସେଠାରୁ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ଆମ୍ବ ଟାକୁଆ ଜାଉ ଖାଇ…

ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)-ମହାନଦୀ କୋଲଫିଲଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ସମ୍ମାନଜନକ ସମର୍ଥନ ପାଇଛନ୍ତି କଳାହାଣ୍ଡିର ଯୁବ ଆଥେଲେଟ୍‌ ଆକାଶ ରଞ୍ଜନ ମୁଣ୍ଡ। ଏହି ପ୍ରତିଭାବାନ ଆଥଲେଟ୍‌ ଷ୍ଟେଟ ପାରା ବ୍ୟାଡମିଣ୍ଟନ ର଼୍ୟାଙ୍କ ୱାନ୍‌ ଆଖ୍ୟା ପାଇଛନ୍ତି। ସେହିପରି ସେ ରାଜ୍ୟ ପାରା ବ୍ୟାଡମିଣ୍ଟନ…

ପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ର ହସ୍ତକ୍ଷେପ ପରେ ଦୁଇ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ ହୋଇଛନ୍ତି। ଏ ନେଇ ଭବାନୀପାଟଣା ସ୍ଥିତ ଜିଲା ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟରେ ବୁଧବାର ସେମାନଙ୍କ ଆଦର୍ଶ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଆଗରେ ଧରାପଡିଛନ୍ତି। ଏକ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ…

୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ

ମୋହନା,୨୭।୧୧( ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍‌ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ…

କୋରାପୁଟ ବସ୍‌ଷ୍ଟାଣ୍ଡରେ ଛୁରା ମାଡ଼

କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍‌. କାସିମଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ କୋରାପୁଟ ଟାଉନ୍‌ ଥାନାରେ ଲିଖିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?