ନିଆରା ଢଙ୍ଗରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ

ଦାରିଙ୍ଗବାଡି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଦିବସ ଓ ଭାରତ ମାତା ପୂଜନର ଦିତୀୟଦିନରେ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

ପ୍ରକାଶ ଯେ, ୩ ଦିନ ଧରି ଚାଲିଥିବା ଏହି ଉତ୍ସବର ଦିତୀୟ ଦିନ ଅର୍ଥାତ୍‌ ରବିବାର କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକର ଯେଉଁ ସମ୍ବିଧାନ ତିଆରି କରିଥିଲେ ତାହା ସମଗ୍ର ବିଶ୍ୱରେ ଆଉ କେଉଁ ଦେଶରେ ଦେଖିବା ବିରଳ ଯାହା ଆମର କର୍ତ୍ତବ୍ୟ ଦାୟିତ୍ୱବୋଧତା ସହ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ଦେଇଛି ବୋଲି କହିଥିଲେ। ସେହିପରି ଏଭଳି ଉତ୍ସବ ଦ୍ୱାରା ଅଞ୍ଚଳର ପରମ୍ପରା, ଐତିହ୍ୟ, ସଂସ୍କୃତି ଆଦି ମଧ୍ୟ ଆମ ସମ୍ବିଧାନ ଯାହା ଆମେ ପାଳନ କରୁଛେ ବୋଲି କହିଥିଲେ। ପରେ ଭାରତ ମାତା ପୂଜନ କମିଟି ପକ୍ଷରୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଓ କଳସ ନେଇ ଗାଁ ପରିକ୍ରମା କରାଯାଇଥିଲା। ଏହି ସମୟରେ ଅଞ୍ଚଳରେ ଦେଶାତ୍ମକ ଚେତନା ସୃଷ୍ଟି ହେବା ସହ ଶାନ୍ତି ମୈତ୍ରୀ ଓ ଭାଇଚାରା ସୃଷ୍ଟି ହୋଇଥିଲା।

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଓଡ଼ିଶୀ ନୃତ୍ୟ ସମେତ ଗୋଟିପୁଅ ନୃତ୍ୟ, ଛଉ ନୃତ୍ୟ ସମେତ ବିଭିନ୍ନ ଲୋକକଳା ପ୍ରଦର୍ଶନ କରିବେ ସ୍ଥାନୀୟ ଓ ଜିଲା ବାହାରର କଳାକାରମାନେ ନିଆରା ଢଙ୍ଗରେ ପାଳନ କରାଯାଉଥିବା ଏହି ଉତ୍ସବ ଦେଖିବାକୁ ଓ ଏଥିରେ ଅଂଶ ଗ୍ରହଣ କରିବାକୁ ଜିଲା ଓ ଜିଲା ବାହାରର ଲୋକମାନେ ଯୋଗ ଦେଉଛନ୍ତ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କାର ଭାରତୀର ରାଜ୍ୟ ମୁଖ୍ୟ ଡଃ ଶାନ୍ତନୁ ରଥ, ନିରଞ୍ଜନ ପଣ୍ଡା ପ୍ରମୁଖ ପରିଚାଳନା କରୁଛନ୍ତି ଗତ ୧୨ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଳନ କରାଯାଉଥିବା ବେଳେ ଚକିତ ବର୍ଷ ୧୩ ବର୍ଷରେ ପହଞ୍ଚିଛି। କାର୍ଯ୍ୟକ୍ରମକୁ ସିମନବାଡ଼ି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି, ଲୋକନାଥ ମାଝୀ, ରାଜେଶ କୁମାର ସାହୁ, ଏସ୍‌. ସୁନୀଲ କୁମାର ସୁବୁଦ୍ଧି, ବିନୋଦ କୁମାର ସାହୁ, ସରୋଜ କୁମାର ସାହୁ, ଫ୍ରାଞ୍ଚିସ ପ୍ରଧାନ, ମୋହନ ପ୍ରଧାନ ସମେତ ଶତାଧିକ ଲୋକ ସହଯୋଗ କରୁଛନ୍ତି। ସୋମବାର ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri