ବିକଶିତ ରାଷ୍ଟ୍ର ଗଠନରେ ଭାଗିଦାରୀ ହେବାକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଆହ୍ବାନ

ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ରବିବାର ମୁଖ୍ୟାଳୟ ଷ୍ଟାଡିୟମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମେବେତ ୨୯ଟି ପ୍ୟାରେଡ ଗ୍ରୁପରୁ ଅଭିବାଦନ ଗ୍ରହଣ କରିଥିଲେ। ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପନର ବିକଶିତ ଭାରତ ଗଠନକୁ ସାକାର କରିବା ପାଇଁ ସମସ୍ତେ ଗୁଣ୍ଡିଚିମୂଷା ଭଳି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ, ବଡ ପାଟଣା ସରପଞ୍ଚ ବିନତି ବାନରା, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ପାଟଣା ବିଡିିଓ ମାନସ କୁମାର ଦଣ୍ଡପାଟ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପାଟଣା ବ୍ଲକ ଓଡ଼ିଶା ପ୍ରଶାସନିକ ସେବାରେକୃତ କାର୍ଯ୍ୟ ହୋଇଥିବା ବ୍ୟକ୍ତି ଓ କରୋନା କାଳରେ ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ଓ ଜଣେ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥି ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ତୁରୁମୁଙ୍ଗାର ଓଏଏସ୍‌ ବିକାଶ ସାହୁଙ୍କ ପାଇଁ ତାଙ୍କ ବାପା ପ୍ରଦୀପ କୁମାର ସାହୁ, ତଣ୍ଡ ଗ୍ରାମ ର ପ୍ରିୟଦର୍ଶୀ ନାୟକଙ୍କ ପାଇଁ ତାଙ୍କ ବାପା ଭାଗବତ ନାୟକ, କୁଠା ଘର ଗ୍ରାମ ର ପ୍ରମୋଦ କୁମାର ମହାନ୍ତ, ବରୁଡ଼ି ପଶିର ସୁଚିଶ୍ମିତା ନାଏକ ଓ କରୋନା କାଳ ରେ ଦୁଃସ୍ତ ଲୋକଙ୍କୁ ସେବା ଯୋଗାଇ ଦେଇଥିବାରୁ ଉଲ୍ଲେଖନୀୟ ସେବା ପାଇଁ ପାଟଣାର ଖବରଦାତା ତଥା ସାମାଜିକକର୍ମୀ ବିଜୟରତ୍ନ ପତି ଓ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସବୀରଦାଶ ଓ ସଫଳ ମାଣ୍ଡିଆ ଚାଷୀ ସଞ୍ଜୁଲତା ମହାନ୍ତଙ୍କୁ ମାନପତ୍ର, ଅଙ୍ଗ ବସ୍ତ୍ର, ପୁଷ୍ପ ଗୁଚ୍ଛଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ସଭାକୁ ଶିକ୍ଷକ ପାର୍ଥସାରଥି ବେଜ ସଂଯୋଜନା କରିଥିବା ବେଳେ ପ୍ୟାରେଡକୁ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମକୁ କମଳା କାନ୍ତ ପତି ସଂଯୋଜନା କରିଥିଲେ। ପ୍ୟାରେଡରେ ବିଚାରକଭାବେ ଥାନା ଅଧୀକାରୀ ମାନସ କୁମାର ମହାକୁଡ, ରେଞ୍ଜର ବନ ବିହାରୀ ସର୍ଦାର, ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ରମ, ଯୋଗ ଦେଇଥିଲେ। ତହସିଲରେ ତହସିଲଦାର ଲୀଳାବତୀ ନାୟକ, ବ୍ଲକରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ, ପାଟଣା ଥାନାରେ ମାନସ କୁମାର ମହାକୁଡ, ତୁରୁମୁଙ୍ଗା ଥାନାରେ ଏସ୍‌ଆଇ କିଶୋର ଚନ୍ଦ୍ର ପାତ୍ର, ପାଟଣା ଗୋଷ୍ଠୀ ସ୍ବାାସ୍ଥ୍ୟ କେନ୍ଦ୍ରରେ ଡା. ଶୁଭେନ୍ଦୁ ସାଗର କୁମାର ନାଏକ, ରେଞ୍ଜ କାର୍ଯ୍ୟାଳୟରେ ବନ ବିହାରୀ ସର୍ଦାର, ମୁକ୍ତି ତୀର୍ଥ ବ୍ଲବ ସ୍ବାମରେ ଭାଗୀରଥି ଦାଶ, ଅଗ୍ନିଶମ କାର୍ଯ୍ୟାଳରେ ଷ୍ଟେସନ ପରିଚାଳକ ଗୌର ମୋହନ ହେମ୍ରମ, ତୁରୁମୁଙ୍ଗା ଶିଶୁ ବିଦ୍ୟା ମନ୍ଦିରରେ ବିଧାୟକ ନାଏକ, ପାଟଣା ଶିଶୁ ବିଦ୍ୟା ମନ୍ଦିରରେ ପରିଚାଳନା କମିଟି ସଭାପତି ଅରବିନ୍ଦ ଦାଶ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri