ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଆହତ
ପାଟଣାଗଡ଼,୨।୨: ବଳାଙ୍ଗୀର ଜିଲା ପାଟଣାଗଡ଼ ପାଢ଼େଲ ଗାଁରେ ରବିବାର ଏକ ଅଘଟଣ ଘଟିଛି। ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ୨ ଶିଶୁଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଜେଲକୁ ସ୍ଥାନାନ୍ତର କରାଯାଇଛି।…
ବଣିଆପାଟ ଶିଶୁମନ୍ଦିରରେ ସରସ୍ଵତୀ ପୂଜା ଓ ମାତୃସମ୍ମିଳନୀ
କେନ୍ଦୁଝର ୨ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ କଲେଜ ରୋଡ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ମା’ ବାଗଦେବୀଙ୍କ ପୂଜା ସହିତ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମା’ ସରସ୍ଵତୀଙ୍କ ପୂଜା କରିଥିବା ବେଳେ…
ସରସ୍ବତୀ ପୂଜା କରିବାକୁ ବାଇକ୍ରେ ଯାଉଥିଲେ ୨ ଛାତ୍ର: ବାଟରେ ପିଟିଦେଲା ଅଜଣା ଗାଡ଼ି, ତା’ପରେ…
ସୋନପୁର,୨।୨: ସୁବର୍ଣ୍ଣପୁର ଜିଲା ମୁର୍ଶୁଣ୍ଡି ମେଟାକାନି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କାଦେଇ ଫେରାର ହୋଇଯାଇଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଦଶମ ଶ୍ରେଣୀ ଛାତ୍ର…
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ
କେନ୍ଦୁଝର,୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ଗ୍ରାମର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା…
ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଶୁଣିଲେ ସ୍ବାସ୍ଥ୍ୟମନ୍ତ୍ରୀ, କହିଲେ ପୂର୍ବ ସରକାରରେ ଯାହା…
କେସିଙ୍ଗା,୨ା୨(ତୁମେଶ୍ୱର ସାହୁ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲା ଉତ୍କେଳା ଏୟାରଷ୍ଟ୍ରିପ୍ରେ ରବିବାର ଓହ୍ଲାଇ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ କିଛି ସମୟ କେସିଙ୍ଗା ଏନ୍ଏସି ଗେଷ୍ଟ ହାଉସ୍ରେ ରହଣି ବେଳେ ନଗର ଭାଜପା…
ତାତିଲା ଭାଜପା: ସୋନିଆ ରାହୁଲଙ୍କ କୁଶପୁତ୍ତଳିକା କଲା ଦାହ
ପାଟଣା,୨ା୨(ବୀରକିଶୋର ଦାଶ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭାଜପା ପକ୍ଷରୁ କଡ଼ା ସମାଲୋଚନା କରାଯିବା ସହ ଏହାର ପ୍ରତିବାଦରେ ରବିବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ…
ଆଜି ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ
ଦିଗପହଣ୍ଡି,୧ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀଛକରେ ପ୍ରତିବର୍ଷ ଭଳି ଚଳିତବର୍ଷ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ପାଇଁ ପ୍ରସ୍ତୁତି ସରିଛି। ଶନିବାର ଏନ୍ଏସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତିକମିଟି ପକ୍ଷରୁ ଆଲୋଚନା ସଭା ହୋଇଛି। ଆଇନଜୀବୀ ଅଶେଷ ନାଥ…
ଘର ଭିତରେ ପଶି ୨ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେରେ ଥିବା ବୁଲେଟ୍ ଓ ବାଇକ୍କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜାଳି ଦେଇଛନ୍ତି। ଏକ ବଡ଼ଧରଣର ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି…
ଶୋଇଥିବାବେଳେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ହାତୀ, ଅଙ୍ଗ ପ୍ରତ୍ୟଙ୍ଗକୁ ଏଣେତେଣେ ଫିଙ୍ଗି ଚାଲିଗଲା
ଭବାନୀପାଟଣା/ଲାଞ୍ଜିଗଡ଼,୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ କାଦୋମାଳିରେ ଗାଁରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚାଷଜମିରେ ଘର କରି ରହିଥିବା ଦୋରାସାର୍ଲି ଗାଁର ମାଗାନା ମାଝୀ…
ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଆସିଲା ଆଜ୍ଞା ମାଳ
ରାଇକିଆ,୨ା୨(ପ୍ରଦୀପ ବେହେରା): ଆସନ୍ତା ମାର୍ଚ୍ଚ ୪ରୁ ୧୧ ପର୍ଯ୍ୟନ୍ତ ରାଇକିଆ ନବ ନିର୍ମିତ ଜଗନ୍ନାଥ ମନ୍ଦିରିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋର୍ ସୋର୍ରେ ଚାଲିଛି । ଶନିବାର ପରିଚାଳନା କମିଟି ସଦସ୍ୟମାନେ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା…
ଟାଓ୍ବାରରୁ ଚୋରି କରୁଥିଲେ କେବୁଲ ତାର, ଲାଗିଲା କରେଣ୍ଟ, ଆଉ ତା’ପରେ…
ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଏୟାରଟେଲ୍ ଟାଓ୍ବାରରୁ ଶନିବାର ବିଳମ୍ବିତ ରାତିରେ କେବୁଲ ତାର ଚୋରି କରିବାକୁ ଆସି ବିଦ୍ୟୁତ୍ ସଂସ୍ପର୍ଶରେ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରଙ୍କ ପରିଚୟ ମିଳି ପାରି…
କୂଅରେ ପଡ଼ିଥିଲା ବାରାହା : କଢ଼ାଯିବା ପରେ ସେ ଯାହାକଲା ଜାଣିଲେ…
ଦିଗପହଣ୍ଡି, ୨।୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସଂଲଗ୍ନ ରାଧାଦେଇପୁର କାଳୀ ମନ୍ଦିର ନିକଟ କୂଅରେ ପଡ଼ିଥିବା ଏକ ବାରହାକୁ ଶନିବାର ସକାଳେ ଅଗ୍ନିଶମ ବାହିନୀ ଓ ପାଟପୁର ସେକ୍ସନର ବନ କର୍ମଚାରୀ ଉଦ୍ଧାର କରିବା ପରେ…

