ପୂର୍ବ ଶତ୍ରୁତାରୁ ଦାଦାଙ୍କୁ ହତ୍ୟା କରିଥିଲେ ୩ ପୁତୁରା, ପଡ଼ିଲେ ଧରା, ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖଲ୍ଲିକୋଟ, ୧୭।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ନାଏବ ସରପଞ୍ଚ ମିନତୀ କୁମାରୀ ଦାସଙ୍କ ସ୍ବାମୀ ରବି ଦାସଙ୍କୁ ହତ୍ୟା ଘଟଣାରେ ୩ ପୁତୁରା ଗିରଫ ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି । ଗିରଫ ପୁତୁରାମାନେ ହେଲେ ନୀଳାଞ୍ଚଳ ଦାସ( ୨୯), ସଞ୍ଜୟ ଓରଫ କାଳିଆ ଦାସ (୩୦) ଏବଂ ଶ୍ରୀନିବାସ ଦାସ (୨୬)। ଗିରଫ ୩ ଜଣ ସେହି ଗ୍ରାମର ହୋଇଥିବା ବେଳେ ଭାକୁଟୀଡିହ ଗ୍ରାମର ନାରାୟଣ ପରିଡା ଫେରାର ଥିବା ଜଣାପଡ଼ିଛି। ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ଦୁଇଟି ଖଣ୍ଡାକୁ ପୋଲିସ ଜବତ କରିଛି। ଅନ୍ୟପଟେ ହତ୍ୟା କରିବା ପରେ ମୃତ ରବି ଦାସଙ୍କ ବୁଲେଟ ଓ ମୋବାଇଲ ଫୋନକୁ ଧରି ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ। ସେମାନଙ୍କ ଠାରୁ ବୁଲେଟ ଜବତ କରାଯାଇଛି। ବୁଲେଟର ନମ୍ବର ପ୍ଲେଟକୁ ଅଭିଯୁକ୍ତମାନେ ବାହାର କରି ଫୋପାଡି ଦେଇଥିବା ପୋଲିସ କହିଛି। ତେବେ ମୃତ ରବିଙ୍କ ମୋବାଇଲ ଫୋନ ଟିକୁ ଅଭିଯୁକ୍ତ ମାନେ ନଦୀରେ ଫିଙ୍ଗି ଦେଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଗାଁରେ ଚାଲିଥିବା ମଦ ବ୍ୟବସାୟକୁ ନେଇ ହୋଇଥିବା ପୂର୍ବ ଶତ୍ରୁତାରୁ ଦାଦାଙ୍କ ପୁତୁରାମାନେ ହତ୍ୟା କରିଥିବା ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ କହିଛନ୍ତି । ଛତ୍ରପୁରଠାରେ ଅଭିଯୁକ୍ତମାନେ ବୁଲୁଥିବା ଖବରପାଇ ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଧରିଥିବା ବେଳେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି।

ମୃତ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସଙ୍କ ନାମରେ ପୂର୍ବରୁ ୧୮ ଟି ଅପରାଧିକ ମାମଲା ରହିଥିବା ପୋଳିସ ସୂଚନା ଦେଇଛି । ସୋମବାରେ ଏନେଇ ଖଲ୍ଲିକୋଟ ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଛନ୍ତି। ଏସଡିପିଓଙ୍କ ସୂଚନା ଅନୁଯାୟୀ, ହରିପୁର ଗ୍ରାମରେ ମୃତ ରବି ଦାସ ଗତ ୧୦ ବର୍ଷ ହେଲା ବେଆଇନ ମଦ କାରବାର ଚଳାଇ ଆସୁଥିଲେ। ଫେରାର ଥିବା ଅଭିଯୁକ୍ତ ନାରାୟଣ ପରିଡା ରବିଙ୍କୁ ମଦ ବ୍ୟବସାୟରେ ସହଯୋଗ କରୁଥିଲେ। ତେବେ କୌଣସି କାରଣରୁ ମନୋମାଳିନ୍ୟ ହେବାରୁ ରବି ନାରାୟଣଙ୍କୁ ବ୍ୟବସାୟରୁ ବାହାର କରି ଦେଇଥିଲେ। ଇତି ମଧ୍ୟରେ ରବିଙ୍କ ଦୁଇ ପୁତୁରା ନୀଳାଞ୍ଚଳ ଦାସ ଓ ଶ୍ରୀନିବାସ ଦାସ ଦାଦାଙ୍କୁ ଚାଲେଞ୍ଜ ଦେଇ ସେହି ଗ୍ରାମରେ ମଦ ବ୍ୟବସାୟ ଆରମ୍ଭ କରିଦେଇଥିଲେ। ଏହି କାରଣରୁ ଦାଦା ଓ ପୁତୁରା ମଧ୍ୟରେ ଶତ୍ରୁତା ବଢ଼ି ଚାଲିଥିଲା।

ଗତ ୨୦୨୩ରେ ରବି ଦୁଇ ପୁତୁରା ନୀଳାଞ୍ଚଳ ଓ ଶ୍ରୀନିବାସ ଉପରେ ବୋମାମାଡ଼ କରି ଗୁରୁତର ଆହତ କରିଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ଥାନା କେସ ନମ୍ବର ୮୫୧/୨୦୨୩ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ରବି ଦାସ ଓ ତାର ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ କିଛି ମାସ ତଳେ ରବି ଜେଲରୁ ଜାମିନରେ ଆସିଥିଲେ। ଜେଲରୁ ଆସିବା ପରେ ରବି ନିଜ ଜୀବନ ପ୍ରତି ବିପଦ ଥିବା ମନେ କରି ଗାଁରେ ନ ରହି କଞ୍ଚଣାରେ ରହୁଥିଲା। ପୁତୁରାମାନେ ସେହି ଦିନ ଠାରୁ ପ୍ରତିଶୋଧ ନେବା ପାଇଁ ସୁଯୋଗ ଉଣ୍ଡି ହତ୍ୟା କରିଥିଲେ। ରବିଙ୍କ ପତ୍ନୀ ମିନତୀ ଦାସଙ୍କ ଏତଲା ଅନୁଯାୟୀ ଥାନା କେସ ନମ୍ବର ୧୮୧/୨୦୨୫ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ଗିରଫ ତିନି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?