ଦେବଗଡ଼ ଜିଲା: ୩୩ କେନ୍ଦ୍ରରେ ୩୮୦୯ ଛାତ୍ରୀଛାତ୍ର
ଦେବଗଡ଼,୨୨।୨(ଶଶାଙ୍କ ଶେଖର ଝାଙ୍କର): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ। ଦେବଗଡ଼ ଜିଲାରେ ଚଳିତବର୍ଷ ୩୩ଟି ସେଣ୍ଟର କରାଯାଇଥିବା ବେଳେ ୮୬ଟି ବିଦ୍ୟାଳୟର ୩୮୦୯ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ।…
Matric Exam: ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର
ସୋର,୨୧ା୨: ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ଗାଁରେ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ। ହଠାତ୍ ତାଙ୍କ ପେଟ କାଟିବାକୁ ସେ ଅସୁସ୍ଥ ହୋଇ ତଳେ ପଡ଼ିଗଲେ।…
ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣୁଥିବା ବୋଲେରୋ ଓଲଟିଲା, ଆଉ ତା’ ପରେ…
କେନ୍ଦ୍ରାପଡ଼ା,୨୧ା୨: ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣି ଆସୁଥିବା ଏକ ବୋଲେରୋ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଜଣେ ଛାତ୍ରୀ ଗୁରୁତର ହୋଇଥିବାବେଳେ ଆଉ କିଛି ସାମାନ୍ୟ…
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଟ୍ୟୁଶନ ସାର୍ ଗିରଫ
ପାଲଲହଡ଼ା,୨୧।୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ସଦରମହକୁମାଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ପଢ଼ୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଉକ୍ତ କୋଚିଂ ସେଣ୍ଟର ମାଲିକ ତଥା ଶିକ୍ଷକ ମୁକେଶ କୁମାର ବେହେରାଙ୍କୁ ପାଲଲହଡ଼ା…
ଆଜିଠୁ ମାଟ୍ରିକ ପରୀକ୍ଷା: ବଢ଼ିଛି ପରୀକ୍ଷା କେନ୍ଦ୍ର, କମିଛନ୍ତି ପରୀକ୍ଷାର୍ଥୀ
ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ପରୀକ୍ଷା ଶୁକ୍ରବାର ଆରମ୍ଭ ହେବ। ମାର୍ଚ୍ଚ ୬ତାରିଖ ଯାଏ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ମିନିଟ୍ ଯାଏ ଗୋଟିଏ ସିଟିଂ ପରୀକ୍ଷା…
ଖରସ୍ରୋତାରେ ବ୍ୟାରେଜ ପାଇଁ ସ୍ଥାନ ନିରୂପଣ
ଯାଜପୁର,୨୧ା୨(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ପଞ୍ଚାୟତ ବଗମରା ଘାଟ ନିକଟରେ ଖରସୋ୍ରତା ନଦୀ ଉପରେ ଏକ ବ୍ୟାରେଜ ଓ ସେତୁ ନିର୍ମାଣ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ଅଧୀକ୍ଷଣ…
ଜିଲାର ମୁଖ୍ୟ ଜୀବିକାରେ ଜଳସେଚନ ବାଧକ
କେନ୍ଦ୍ରାପଡ଼ା, ୨୧ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଅର୍ଥନୀତି ଉପରେ ନିର୍ଭରଶୀଳ। ପରିବାର ପ୍ରତିପୋଷଣ ପାଇଁ ଜିଲାବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ଚାଷ ଜମିର ଜଳସେଚନ ଓ ନିଷ୍କାସନ ପରିଚାଳନା ବାଧକ ହୋଇଛି।…
ଲୁଣାଟାଙ୍ଗରା ଭୂଇଁରେ ଫଳୁଛି ଦେଶୀ ବିଦେଶୀ ଫଳ
ମହାକାଳପଡ଼ା,୨୧ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କିଛି ନୂଆ କରିବାର ଇଚ୍ଛା ଥିଲେ ଆପେ ଆପେ ବାଟ ଦେଖାଯାଏ। ନିଜର ନିଷ୍ଠା, ଏକାଗ୍ରତା ଓ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ। ଲୁଣା ଅଞ୍ଚଳ ଟାଙ୍ଗରା ଭୂଇଁରେ ଦେଶୀ ଓ ବିଦେଶୀ ଫଳ…
ବର୍ଷେ ପୂରୁନି ବାରମ୍ବାର ଅଚଳ ହେଉଛି ଶିଶୁଙ୍କ ଟୟ ଟ୍ରେନ୍: ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡ଼ି,୨୧ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ବୁଲିବା ପାଇଁ ଏବେ ମଧ୍ୟ ଦୈନିକ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟନକ୍ଷେତ୍ର କଫି ବଗିଚା ସମେତ କିରିକୁଟି ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା, ପାଟାବାନ୍ଧା ଜଳପ୍ରପାତ ସମେତ ନେଚର ପାର୍କ, ହିଲଭିୟୁ ପାର୍କ, ଡୁଲୁରୀ…
ଖୋର୍ଦ୍ଧା ଜିଲା ମହୋତ୍ସବରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସ୍ବତନ୍ତ୍ର ବିଶେଷାଙ୍କ ଷ୍ଟଲ ଉଦ୍ଘାଟିତ
ଖୋର୍ଦ୍ଧା,୨୧।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ଓର୍ମାସ ଆନୁକୂଲ୍ୟରେ ଗୁରୁବାରଠାରୁ ଜିଲା ମହୋତ୍ସବ, ପୁସ୍ତକ ମେଳା ଓ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ଏହି ମେଳାରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସ୍ବତନ୍ତ୍ର ବିଶେଷାଙ୍କ ଷ୍ଟଲ ଉଦ୍ଘାଟିତ ହୋଇଯାଇଛି। ଖୋର୍ଦ୍ଧା ଅତିରିକ୍ତ…
ଘଡ଼ଘଡ଼ି ସହ କୁଆପଥର ବର୍ଷା, ନଷ୍ଟ ହେଲା ଶହଶହ ହେକ୍ଟର ପରିବା ଚାଷ
କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ଘଡ଼ଘଡ଼ି ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି। ଫଳରେ କିଛି ଦିନ ହେଲା ଗରମ ହୋଇ ପଡ଼ିଥିବା ପରିବେଶ ଥଣ୍ଡା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର…
ଜୋର୍ ଧରିଲା ବ୍ଲକ୍ ଘୋଷଣା ଦାବି: ଏକାଠି ହେଲେ ୭ ପଞ୍ଚାୟତବାସୀ
ରାୟଗଡ଼ା,୨୦।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଜେମାଦେଈପେଣ୍ଠକୁ ସ୍ବତନ୍ତ୍ର ବ୍ଲକ୍ ମାନ୍ୟତା ଦାବିରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଜିଲାପାଳ ପାରୁଲ ପଟୱାରିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ୭ଟି ପଞ୍ଚାୟତର ସମସ୍ତ ଗ୍ରାମବାସୀ ଦସ୍ତଖତ କରିିଛନ୍ତି। ଏହି…

