ରାତିରେ ଗୋ ଚାଲାଣ ବେଳେ ଦୁଇ ଗୋଷ୍ଠି ମୁହଁାମୁହିଁ, ୩୧ ଗୋରୁ ଉଦ୍ଧାର
ଆନନ୍ଦପୁର,୨୬।୨(ସୁଶାନ୍ତ କୁମାର ସାହୁ ): ରାତିରେ ପିକପ ଭ୍ୟାନ ଯୋଗେ ବାହାରକୁ ଚାଲାଣ କରା ଯାଉଥିଲା ଗୋରୁ। କିନ୍ତୁ ମଙ୍ଗଳବାର ରାତିରେ ଗ୍ରାମବାସୀଙ୍କୁ ସାଇଟ ମାରି ଦ୍ରୁତ ବେଗରେ ପିକପ ଭ୍ୟାନ ପଳାଉ ଥିବାବେଳେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତିl ଆନନ୍ଦପୁର…
ପାଣିଟାଙ୍କି ଉପରେ ଚଢି ଯୁବକଙ୍କ ଉନ୍ମୁକ୍ତ କାଣ୍ଡ: ଦୀର୍ଘ ସମୟ ପରେ ଉଦ୍ଧାର
କର୍ଲାମୁଣ୍ଡା,୨୬।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବୋରପଦର ଗ୍ରାମ ପଞ୍ଚାୟତ ଭଟାପଲା ଗାଁରେ ଥିବା ପାଣିଟାଙ୍କି ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ…
ଐତିହାସିକ ଦୋଳ ଯାତ୍ରା ପାଇଁ ପ୍ରସ୍ତୁତି: ଡିଜେ ସମ୍ପୂର୍ଣ୍ଣ ନିଷେଧ
ଗଞ୍ଜାମ,୨୬ା୨(ବିଦ୍ୟାଧର ସାହୁ):ଆସନ୍ତା ୧୦ ତାରିଖରୁ ଗଞ୍ଜାମ ସହରରେ ଆରମ୍ଭ ହେବ ଐତିହାସିକ ଦୋଳ ଯାତ୍ରା। ଏହି ଯାତ୍ରା ୫ଦିନ ଧରି ଲାଗି ରହିବ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହି ବାସୀ ଯାତ୍ରା ପରିଚାଳନା କମିଟିକୁ ନେଇ ଏକ…
ପଞ୍ଚାୟତ ସମିତି ବୈଠକରେ ବନବିଭାଗ ବିଭାଗୀୟ କର୍ମକର୍ତ୍ତା ଅନୁପସ୍ଥିତ: କାର୍ଯ୍ୟାନୁଷ୍ଠାନ ଦାବି
ଲାଞ୍ଜିଗଡ,୨୬।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୂରସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସର ଠାରେ ଲାଞ୍ଜିଗଡ ପଞ୍ଚାୟତ ସମିତିର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କଳାହାଣ୍ଡି ଲୋକ…
ଚୋରାଚାଲାଣ ହେଉଥିଲା ଶାଳକାଠ:ମାଡ଼ିବସିଲା ବନବିଭାଗ
ପାଟଣା,୨୬/୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲିପଶି ବିଟ ଦଉଳି ଭିଜା ଗାଁ ନିକଟ ଜଙ୍ଗଲରୁ ବୁଧବାର ସକାଳୁ ଚେରା ଶାଳକାଠ ଜବତ ହୋଇଛି। କାଠ ଚୋରାଚାଲାଣ ସମୟରେ ବନ ବିଭାଗ ଚଢ଼ାଉ କରି ଶାଳ କାଠ ବୋଝେଇ ମିନି…
ପ୍ରେମିକାଙ୍କୁ ଗଳାକାଟି କରିଥିଲେ ହତ୍ୟା, ଏବେ ପୋଲିସ ଧରିବାରୁ ପିଇଲେ ବିଷ
ସାବରଙ୍ଗ,୨୬।୨(କାଲିପଦ ରାୟ ): ଚୂଡ଼ାମଣି ସାମୁଦ୍ରିକ ଥାନା ଅଧୀନ ବିଶ୍ୱରଞ୍ଜନ ପୁହାଣ ସୋର ଲିଙ୍ଗାପଡା ଅଞ୍ଚଳର ଜଣେ ଯୁବତୀ ଜ୍ୟୋର୍ତିମଇଙ୍କୁ ୫ ବର୍ଷ ପୂର୍ବରୁ ଭଲ ପାଉଥିଲେ। ଯୁବତୀ ଜଣଙ୍କ ତାଙ୍କୁ ବାହା ହେବାପାଇଁ ମନା କରିବାରୁ ତାଙ୍କ ଗଳକାଟି ହତ୍ୟା…
ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଆଠଗଡ଼,୨୬।୨(ସତ୍ୟପ୍ରକାଶ ରଥ): କଟକ ଜିଲା ଆଠଗଡ ବ୍ଲକ ଖୁଣ୍ଟୁଣୀ ଥାନା ରାଣୀଣିଆ ଆଦର୍ଶ କାରାଗାର୍ରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମହମ୍ମଦ ତୟବ। ତିଗିରିଆ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ତୟବଙ୍କ ପରିବାର।…
ମହାଶିବରାତ୍ରିରେ ଅଘଟଣ: ଯୁବକଙ୍କୁ ମାରି ଫିଙ୍ଗିଦେଲେ
ବାଲେଶ୍ବର, ୨୬।୨(ବାଞ୍ଛାନିଧି ଦେ): ମହାଶିବରାତ୍ରିରେ ଘଟିଛି ଏକ ଅଭାବନୀୟ ଘଟଣା l ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅମର୍ଦ୍ଦାରୋଡ଼ ଫାଣ୍ଡି ଅନ୍ତର୍ଗତ ଇନ୍ଦିରା ଛକ ନିକଟରୁ ବୁଧବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି…
ଚକ୍ଖଡ଼ି, କାଗଜରେ ଶିବ ମନ୍ଦିର:ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ଏଲ୍.ଈଶ୍ୱର ରାଓ
ଖୋର୍ଦ୍ଧା,୨୬ା୨(ପ୍ରଭାତ ପାଣିଗ୍ରାହୀ):ଚକ୍ଖଡ଼ିରେ ଶିବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ସୂକ୍ଷ୍ମ କାରୁକାର୍ଯ୍ୟ ଶିଳ୍ପୀ ଏଲ୍.ଈଶ୍ୱର ରାଓ। ଜଟଣୀ ହାଟବଜାର ଗୋପୀନାଥପୁରର ଈଶ୍ୱର ଚକ୍ଖଡ଼ି ଓ କାଗଜକୁ ନେଇ ୭ଇଞ୍ଚର ଶିବ ମନ୍ଦିର ପ୍ରସ୍ତୁତ କରିଛନ୍ତି। ଏହି ମନ୍ଦିର ଉଚ୍ଚତା…
ବିଜେଡିକୁ ଶକ୍ତ ଧକ୍କା: ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ
ବେଲଗୁଣ୍ଠା,୨୬/୨(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ):ବେଲଗୁଣ୍ଠା ବ୍ଲକ ପାଇଲିପଡା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବରେ ନିଜର ପଦ ହରାଇଛନ୍ତି। ଗତ ନଭେମ୍ବର ୩୦ ତାରିଖରେ ପାଇଲିପଡା ସରପଞ୍ଚ ଜୟରାମ ନାୟକଙ୍କ ବିରୋଧରେ ୱାର୍ଡ ମେମ୍ବରମାନେ ଅନାସ୍ଥା ପ୍ରସ୍ତାବ…
ଯୁବ ଉଦ୍ୟୋଗୀଙ୍କ ପାଇଁ ଅର୍ଥ ଉପାର୍ଜନର ସୁଯୋଗ: ପ୍ରଥମଥର ପାଇଁ ଦାରିଙ୍ଗବାଡିରେ ପୁଞ୍ଜି ବିନିଯୋଗ କର୍ମଶାଳା
ଦାରିଙ୍ଗବାଡି, ୨୬।୨(ଅରୁଣ ସାହୁ): ଛୋଟ ବଡ଼ ଉଦ୍ୟୋଗୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଅର୍ଥ ଉପାର୍ଜନର ସୁଯୋଗ। ଏବେ କନ୍ଧମାଳ ଜିଲାବାସୀଙ୍କ ପାଇଁ ଆସିଯାଇଛି ଏଭଳି ସୁଯୋଗ। ପ୍ରଥମଥର ପାଇଁ ଦାରିଙ୍ଗବାଡିର ଇକୋ ରିଟ୍ରିଟରେ ଦୁଇ ଦିନିଆ ଇନଭେଷ୍ଟ କନ୍ଧମାଳ-୨୦୨୫ କାର୍ଯ୍ୟକ୍ରମ…
ଜାଗର ପାଇଁ ଶୈବପୀଠ ଚଳଚଞ୍ଚଳ: ସକାଳୁ ସକାଳୁ ଭକ୍ତଙ୍କ ଭିଡ଼
ରାଇକିଆ,୨୬।୨(ପ୍ରଦୀପ ବେହେରା): ଆଜି ମହା ଶିବରାତ୍ରି । ଏଥିପାଇଁ କନ୍ଧମାଳ ଜିଲା ରାଇକିଆସ୍ଥିତ ବିଶ୍ୱେଶର ଶୈବ ପୀଠରେ ଚଳଚଞ୍ଚଳ ଲାଗିରହିଛି । ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରୁଛନ୍ତି । ରାତିରେ ମହାଦୀପ ପ୍ରଜ୍ବଳନ ଏବଂ ଭକ୍ତମାନେ…

