ଉଜ୍ୱଳ ଭବିଷ୍ୟତର କାମନା କରି ପିଲାଙ୍କୁ ଖଡ଼ି ଛୁଆଁଇଲେ ବରଗଡ଼ ଜିଲାପାଳ

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଆ ପକ୍ଷ ପାଳନର ଦ୍ୱିତୀୟ ଦିନ ବୁଧବାରରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଲାଗୁ କରାଯାଇଥିବା ନୂତନ ଶିକ୍ଷାନୀତି ଆରମ୍ଭ ହୋଇଛି। ଶିଶୁବାଟିକାରେ କୁନିକୁନି ପିଲାମାନେ ନାମ ଲେଖାଇବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାକ୍ଷରିତ ସ୍ବତନ୍ତ୍ର ନିମନ୍ତ୍ରଣପତ୍ର ପୂର୍ବରୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶିଶୁବାଟିକାରେ ନାମ ଲେଖାଇବାକୁ ପ୍ରବେଶ ଉତ୍ସବ ଓ “ଖଡ଼ି ଛୁଆଁ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ବରଗଡ଼ ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ “ଖଡ଼ି ଛୁଆଁ” କାର୍ଯ୍ୟକ୍ରମକୁ ସ୍ଥାନୀୟ ଖଜୁର ଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଏହା ସହିତ ଛାତ୍ରୀଛାତ୍ରଙ୍କୁ ଖଡ଼ି ଛୁଆଁଇ ଉତ୍ସାହିତ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳିତ ମାସ ୨ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଜିଲାର ପ୍ରତ୍ୟେକ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ “ଖଡ଼ି ଛୁଆଁ” କାର୍ଯ୍ୟକ୍ରମ ସମ୍ବନ୍ଧରେ ଜନ ସଚେତନତା ରଥକୁ ମୁଖ୍ୟ ଅତିଥି ଜିଲାପାଳ ଗୋୟଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଆୟୋଜିତ ଖଡ଼ି ଛୁଆଁ କାର୍ଯ୍ୟକ୍ରମରେ ଖଜୁର ଟିକ୍ରା ସ୍କୁଲରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ପ୍ରଥମ ଦିବସ ଳରେ ୩୦ରୁ ଉଦ୍ଧର୍‌ବ ଛାତ୍ରୀଛାତ୍ର ନାମ ଲେଖାଇ ଥିବା ବେଳେ ସମସ୍ତ ନବାଗତ ଛାତ୍ରୀଛାତ୍ରଙ୍କୁ ସ୍କୁଲ ତରଫରୁ ସ୍ବାଗତ କରାଯାଇଥିଲା। ଜିଲାପାଳ ତଥା ଜିଲା ଶିକ୍ଷା ଅଧିକାରୀ ଉପସ୍ଥିତ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ ଖଡ଼ି ଛୁଆଁଇ ଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଡିଆଇଇଟି ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇ “ଖଡ଼ିଛୁଆଁ” କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ନବାଗତ ଶିଶୁ ବାଟିକା ଛାତ୍ରୀଛାତ୍ରଙ୍କୁ ଶିକ୍ଷା ବିଭାଗ ତରଫରୁ ପାଠ୍ୟ ଉପକରଣ କିଟ୍‌ ବଣ୍ଟନ କରାଯାଇଥିଲା। ଦ୍ବିତୀୟ ଅଧିବେଶନରେ ଡିଆଇଇଟି ଅଧ୍ୟକ୍ଷ ରଜନୀକାନ୍ତ ଦାଶଙ୍କ ସମେତ ଜିଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକବୃନ୍ଦ ଉପସ୍ଥିତ ରହି ଶିଶୁ ବାଟିକା ପରିଚାଳନା ସମ୍ବନ୍ଧୀୟ ମାର୍ଗଦର୍ଶିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସ୍ବାକ୍ଷରତା ସଂଖ୍ୟାଜ୍ଞାନ ଓ ସୃଜନାତ୍ମକ ଷ୍ଟଲଗୁଡ଼ିକର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ, ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ’ପ୍ରବେଶ ଉତ୍ସବ’ ଏବଂ ’ଖଡ଼ି ଛୁଆଁ’ ପର୍ବରେ ବରଗଡ ଜିଲାରେ ସମୁଦାୟ ୧୪ଶହରୁ ଅଧିକ ବିଦ୍ୟାଳୟରେ ଆରମ୍ଭ କରାଯାଇଛି । ଆଗାମୀ ସେପ୍ଟେମ୍ବର ମାସ ୧ ତାରିଖ ସୁଦ୍ଧା ୫ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ ଶିଶୁ ବାଟିକା ଓ ୬ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାର ବ୍ୟବସ୍ଥା ହୋଇଛି । ବୁଧବାର ସମସ୍ତ ବିଦ୍ୟାଳୟରେ ପିଲାଙ୍କୁ ଖଡ଼ି ଧରାଇ ସିଲଟରେ ବିଦ୍ୟା ଆରମ୍ଭ ଓ ସ୍କୁଲ ବ୍ୟାଗ୍‌ ବଣ୍ଟନ କରାଯାଇଥିଲା। ବରଗଡ଼ ରାଣାପ୍ରତାପ ସ୍କୁଲରେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୬ଜଣ ଖଡି ଛୁଇଁଥିଲେ । ପଣ୍ଡିତ ଗୋପବନ୍ଧୁ ପୁରୋହିତଙ୍କ ବେଦମନ୍ତ୍ର ପାଠରେ ମାଁ ସରସ୍ବତୀ ପୂଜାର୍ଚ୍ଚନା ପରେ ଖଡ଼ି ଛୁଆଁ ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରେଣୁ ଦାସ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଅଭିଭାବକ ସଂଘର ବରିଷ୍ଠ ସଦସ୍ୟ ସୁଦର୍ଶନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଗୀତା ଜାଲ ସମସ୍ତ ଛାତ୍ରୀଛାତ୍ରଙ୍କୁ ଶିଶୁ ବାଟିକା କକ୍ଷରେ ସାଗତ କରିବା ସହ ସ୍କୁଲ ତରଫରୁ ସମସ୍ତ ଙ୍କୁ ଲଡୁ ଓ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ସାକ୍ଷରତା, ସଂଖ୍ୟା ଜ୍ଞାନ ଓ ସୃଜନାତ୍ମକ ଷ୍ଟଲରେ କରାଯାଇଥିବା ପ୍ରଦର୍ଶନୀ ବୁଲି ଦେଖିଥିଲେ ।

ବରଗଡ଼ ବ୍ଲକ ଗୋବିନ୍ଦପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମଳୟ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ମନବୋଧ ଲୁହୁରା ସଂଯୋଜନା କରିଥିଲେ। ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ସୀମାନ୍ତ ବିଶିଙ୍କ ସମେତ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ଥିଲେ । ଛାତ୍ରୀଛାତ୍ରଙ୍କୁ ଛବିଳ ବର୍ଣ୍ଣବୋଧ ବଣ୍ଟନ କରାଯାଇ ଥିଲା । ଭଟଲି ସରକାରୀ ପ୍ରାଥମିକ ବିଦ୍ୟାଳୟ, କୁଶନପୁରୀରେ ବ୍ଲକସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ସମାଜସେବୀ ସିନ୍ଧୁ ନନ୍ଦିନୀ ଆଚାର୍ଯ୍ୟ, ସାମାଜିକ ସମ୍ପ୍ରସାରଣ ଅଧିକାରୀ ଲିଲିମା ଧରୁଆ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଶ୍ରୀ ମହାନ୍ତି, ପ୍ରଧାନଶିକ୍ଷୟିତ୍ରୀ ଅନିମା ପୂଜାରୀ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଯୋଗେଶ୍ୱର ପଧାନ, ଉପେନ୍ଦ୍ର ଖମାରୀ, ଅଚ୍ୟୁତ ଭୋଇ, ସଞ୍ଜୀବ ନାଏକ, ବିକାଶ ରଞ୍ଜନ ପଧାନ, ଚିତ୍ତ ରଞ୍ଜନ ଭୋଇ, ସୁରଜିତ ମହାନ୍ତି, ରକ୍ଷାପାଲ ମୁଗ୍ରୀ, କୁଳମଣି ଭୋଇ, ଅଭିଷେକ ମିଶ୍ର,ପଦ୍ମାଳୟା ମେହେର, ରୀତା ରାଣୀ ବେହେରା, କେନ୍ଦ୍ର ସଂଯୋଜକ ସୁଜିତ ନନ୍ଦ, ଲୋକନାଥ ମେହେର, ରୋହିତ ମହାନନ୍ଦ, ବିରେନ୍ଦ୍ର ପାଣ୍ଡେ, ସଞ୍ଜୟ ସାହୁ, ଶୁକ୍ରୁ ଗର୍ଡିଆ, ଗୁପ୍ତ ଚନ୍ଦ୍ର ରଏ ,ସୁଦାମ ସାହୁ ଓ ସୁଶାନ୍ତ ସୁନା ଉପସ୍ଥିତ ରହି ଛାତ୍ରୀଛାତ୍ର ତଥା ଅଭିଭାବକ ମାନଙ୍କୁ ନିପୁଣ ଓଡିଶା ବିଷୟ ଓ ଶିକ୍ଷା ସଚେତନତା ଉପରେ ଅବଧାରଣା କରିଥିଲେ। ଶିକ୍ଷକ ଉପେନ୍ଦ୍ର ଖମାରୀ କାର୍ଯ୍ୟକ୍ରମ ପରିଚାଳନା ଏବଂ କେନ୍ଦ୍ର ସଂଯୋଜକ ଲୋକନାଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।.


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?