ଆମ ଜିଲା ଖବର

ବିଧାୟକ ପ୍ରଦୀପଙ୍କ ଜାମିନ ଆବେଦନ ମାମଲା: କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୫।୧(ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଦେବବ୍ରତ ଦାସ ଏହି ମାମଲାର ଶୁଣାଣି କରି କେସ୍‌ ଡାଏରି ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ...

‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍‌/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୫।୧(ସ୍ବ.ପ୍ର./ଡି.ଏନ୍‌.ଏ.) କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ ଅଭିଯୁକ୍ତ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ଅନ୍ୟ ୧୨...

ନ୍ୟାୟ ଅପେକ୍ଷାରେ ୧୭,୨୨୫

ଯାଜପୁର ଅଫିସ,୫।୧: କଳାବଜାର, ଦୁର୍ନୀତି ଓ ବିଭାଗୀୟ ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଚାଲିିଥିବା ସୁଷମ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଜିଲା ଯୋଗାଣ ଅଧିକାରୀ ଓ ବିଭିନ୍ନ ବ୍ଲକରେ...

ଆଶଙ୍କାରେ ପକାଉଛି ଶିକ୍ଷକ ଅଭାବ

ବଇଣ୍ଡା,୫ା୧(ଡି.ଏନ.ଏ.): ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ହାଇସ୍କୁଲଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ୧୦୦ ଦିନର ପାଠପଢ଼ା ଯେମିତି...

ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ: ୭୫ ଦାଦନ ଶ୍ରମିକ, ୧୦ ନାବାଳକଙ୍କୁ ଉଦ୍ଧାର କଲା ପୋଲିସ

ଖଡିଆଳ,୪।୧: ନୂଆପଡ଼ା ଜିଲା ଖଡିଆଳ ଥାନା ଅଧିନ ରାଣୀପୁର ନିକଟରେ ଥିବା ଏକ ଢ଼ାବା ପାଖରୁ ଖଡିଆଳ ପୋଲିସ ସୋମବାର ୭୫ ଜଣ ଦାଦନ ଶ୍ରମିକ ଏବଂ ୧୦ ଜଣ ନାବାଳକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନେ ବୋଡେନ ବ୍ଳକ ଖିଣମାଲ...

ସରୋଜଙ୍କ ନାର୍କୋ ଆନାଲିସିସ ଟେଷ୍ଟ ଲାଗି ଆବେଦନ

ନୟାଗଡ଼ ଅଫିସ, ୪।୧: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ନୟାଗଡ଼ ଯଦୁପୁର ଗାଁର ସରୋଜ ସେଠୀ ଗିରଫ ହୋଇଥିଲେ। ବର୍ତ୍ତମାନ ସରୋଜ ଜେଲ୍‌ରେ ଥିବା ବେଳେ ତାଙ୍କର ନାର୍କୋ ଆନାଲିସିସ ଟେଷ୍ଟ କରାଯିବ। ଏହି ଘଟଣାର ତଦନ୍ତ କରୁଥିବା...

ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଜବତ: ବଳାତ୍କାର ପରେ ହତ୍ୟା ସନ୍ଦେହ

ବରଗଡ଼ ଅଫିସ,୪।୧: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ସୋମବାର ଜଣେ ନାବାଳିକା(୯)ଙ୍କ ମୃତଦେହ ଜବତ କରାଯାଇଛି। ମୃତ ନାବାଳିକାଙ୍କ ଶରୀରର ମୁଣ୍ଡ, ହାତ ଆଙ୍ଗୁଳି ସହିତ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କ...

ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଆନ୍ଦୋଳନ

କେନ୍ଦୁଝର,୪।୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଧଳପୁର ଗ୍ରାମର ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ଦାବିରେ ଏବଂ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଧଳପୁର ଗ୍ରାମର ଅଭିଭାବକ ଓ ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ: ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି ଅଭିଯୋଗକାରୀ

ଖୋର୍ଦ୍ଧା ଅଫିସ, ୪।୧: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାରୀ ସକାଳେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କହିଛନ୍ତି। ପୋଲିସର ଉପସ୍ଥିତରେ ଯୁବକ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ସେ ହେଲେ ଖୋର୍ଦ୍ଧା...

ବାଘ ଆକ୍ରମଣରେ ଆହତ ସମ୍ବର ଆଖି ବୁଜିଲା

ଠାକୁରମୁଣ୍ଡା,୪।୧(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର ମୃତ୍ୟୁ ଘଟିଛି। ମୃତ ସମ୍ବରକୁ ଜଙ୍ଗଲ ଭିତରେ କଲରାପତରିଆ ବାଘ ଆକ୍ରମଣ କରିଥିବାର...

ସେଲ୍‌ଫି ନେବା ସମୟରେ ନଦୀରେ ଖସି ପଡ଼ିଥିଲେ ଯୁବତୀ: ଆଜି ମିଳିଲା ମୃତଦେହ

ସୁନ୍ଦରଗଡ଼/ବାଲିଶଙ୍କରା,୪।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ ନଦୀର ଘୋଘର ଘାଟକୁ ରବିବାର ପିକ୍‌ନିକ୍‌ କରିବାକୁ ଆସିଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ପାଣିରେ ଖସି ପଡ଼ି ନିଖୋଜ ଥିଲେ। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁରର ଅନୁପମା ପ୍ରଜାପତି(୨୪)।...

୧୦୦ ବଦଳରେ ୨୭ ବେଡ୍‌ରେ ଚିକିତ୍ସା

ସମ୍ବଲପୁର,୪।୧(ବ୍ୟୁରୋ): ବହୁ ବାଦବିବାଦ ପରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ-୧୯ ମେଡିକାଲ କରାଯାଇଥିଲା। ତେବେ କୋଭିଡ ମେଡିକାଲ ଗତ ନଭେମ୍ବର ୧୯ରୁ ଭିମ୍‌ସାର ସ୍ଥାନାନ୍ତର ହେବା ପରେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତିରେ ସୁଧାର ଆସିନାହିଁ। ସେ ସମୟରେ...

ଧାନକିଣା ସରିନି, ମଣ୍ଡି ବନ୍ଦ

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ବିତିବ। ମାତ୍ର ଟୋକନ ସମସ୍ୟା ସାଙ୍ଗକୁ ମନ୍ଥର ଗତିରେ ଉଠାଣ ପ୍ରକ୍ରିୟା ଚାଲିଥିବା ଯୋଗୁ ଧାନ କିଣାବିକା ଶିଥିଳ ହୋଇପଡ଼ିଛି। ଏବେ ମଧ୍ୟ ଜିଲାର...

ବିର୍ଜୁ କୁଲୁଙ୍କ ପତ୍ତା ମିଳୁନି

ସୁନ୍ଦରଗଡ଼,୪।୧(ଡି.ଏନ୍‌.ଏ.) ୨୦ ବର୍ଷ ପାକିସ୍ତାନ ଜେଲ୍‌ରେ ସଜା କାଟିବା ପରେ ଗତ ନଭେମ୍ବରରେ ଜନ୍ମମାଟିକୁ ଫେରିଥିବା ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ବିରଙ୍ଗାଟୋଲିର ବିର୍ଜୁ କୁଲୁ (୫୫) ଶନିବାର ରାତିରେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ଭଉଣୀ...

ଅଭିମାନ କଲେ ଭକ୍ତ: ଗରିବକୁ ମିଳିଲାନି ଦର୍ଶନ

ପୁରୀ ଅଫିସ, ୪।୧: ସର୍ବସାଧାରଣ ଦର୍ଶନବେଳେ ବଡଦାଣ୍ଡରେ ରବିବାର ଅନେକ ଏଭଳି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା, ଯେଉଁମାନେ ବିନା କୋଭିଡ୍‌ ରିପୋର୍ଟରେ ଆସି ମହାପ୍ରଭୁଙ୍କ ଦୁଆରେ ଠିଆ ହୋଇ ଅଭିମାନ ଜାହିର କରୁଥିଲେ। ମହାପ୍ରଭୁଙ୍କ ଦର୍ଶନ ପାଇଁ କେତେଜଣ ଶ୍ରୀମନ୍ଦିର...

ଆବର୍ଜନାରେ ପୋତିହେବାକୁ ବସିିଛି କେନାଲ

କଣାସ,୪।୧(ସ୍ବ.ପ୍ର); କଣାସ ବ୍ଲକର କଣାସ କେନାଲ ଏବେ ଅଳିଆ ଆବର୍ଜନାରେ ପୋତିହେବାକୁ ବସିଲାଣି। ସ୍ଥାନୀୟ ବାସିନ୍ଦାଙ୍କ ସମେତ କଣାସ ହାଟର ବେପାରୀମାନେ ନିକଟସ୍ଥ ଏହି କେନାଲରେ ପଚାସଢ଼ା ପନିପରିବା ଓ ନାନା ପ୍ରକାର ଆବର୍ଜନା ପକାଉଛନ୍ତି। ଫଳରେ ଦୁର୍ଗନ୍ଧ ହେବା...

କଳାହୀରାର କଳାବଜାର

ଯାଜପୁର ଅଫିସ,୪।୧: କଳାହୀରା କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ଷଠିପୁର ପର୍ଯ୍ୟନ୍ତ ଲମ୍ବିଛି। ଏହାର କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଯାଜପୁର ପୋଲିସ ଦ୍ୱାରା ୫ରୁ ଊର୍ଦ୍ଧ୍ୱ ଥର କୋଇଲା କଳାବଜାର ଧରାପଡ଼ିଛି।...

ଶ୍ରୀମନ୍ଦିରକୁ ୨୧ କିଲୋ ରୁପା ଦାନ କଲେ ଶିବ

ପୁରୀ ଅଫିସ,୪।୧: ଭୁବନେଶ୍ୱର ନିବାସୀ ଶିବପ୍ରସାଦ ପଣ୍ଡା ଓ ତାଙ୍କ ପରିବାର ରବିବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨୧ କିଲୋଗ୍ରାମ ରୁପା ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଉପସ୍ଥିତିରେ ଶିବପ୍ରସାଦ ଏହି ଦାନ କରିଛନ୍ତି।...