ବାପା-ଝିଅଙ୍କୁ ଧକ୍କା ଦେଲା ଅଜଣା କାର୍‌: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡ଼ି, ୩୧।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଜଣା କାର୍‌ ଧକ୍କାରେ ବାପା ଓ ତାଙ୍କ ୬ ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇବା ପରେ ଧଳା ରଙ୍ଗର କାର୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏନେଇ ଅଭିଯୋଗ ପରେ ଦାରିଙ୍ଗବାଡ଼ି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

ଆହତ ଦୁଇଜଣ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳର ସାଗର କୁମାର ସାହୁ (୩୮) ଓ ତାଙ୍କ ୬ ବର୍ଷର ଝିଅ ନେହାଶ୍ରୀ ସାହୁ। ଦୁର୍ଘଟଣାରେ ଉଭୟଙ୍କ ମୁଣ୍ଡ, ହାତ, ଗୋଡ଼ ଓ ପିଠିରେ ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ଘରକୁ ଯିବାକୁ ଦେଇଥିବା ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ଯିବେ ବୋଲି ସାଗର କହିଛନ୍ତି।

ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ିର ଦୁଇଟି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଚାଲିଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଫଳରେ ବଜାର ଅଞ୍ଚଳରେ ଲୋକଙ୍କ ଭିଡ଼ ଲାଗି ରହୁଛି। ଅଞ୍ଚଳବାସୀ ପରିବାର ସହ ଗଜଲକ୍ଷ୍ମୀ ମେଢ଼ ବୁଲିବାକୁ ଯାଉଥିବା ବେଳେ ୫୯ ନମ୍ବର ଜାତୀୟ ରାଜପଥରେ ଯାନବାହନ ଦ୍ରୁତଗତିରେ ଯାତାୟାତ କରୁଛି। ଏହି ସମୟରେ ଏକ ଧଳା ରଙ୍ଗର କାର୍‌ ଦ୍ରୁତଗତିରେ ଆସି ସାଗର ଓ ତାଙ୍କ ଝିଅଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାର୍‌ ଚାଳକ ଅଟକିବା ପରିବର୍ତ୍ତେ ଗାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏହି ଘଟଣାକୁ ନେଇ ସାଗର କୁମାର ସାହୁ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ଘଟାଇ ଫେରାର ହୋଇଥିବା କାର୍‌କୁ ଚିହ୍ନଟ କରିବା ପାଇଁ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଅବସର ନେବେ ରୋହିତ-କୋହଲି! ବଡ଼ ଖୁଲାସା କରିଦେଲେ ଯୁବରାଜ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ନିକଟରେ ଯୁବରାଜ ସିଂ ବଡ଼ ବୟାନ ଦେଇଛନ୍ତି। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ନିଶ୍ଚିତ ସୁଯୋଗ ମିଳିବା…

ଉତକେଲା-ଭୁବନେଶ୍ୱର ବିମାନ ଭଡ଼ା ୫ ଗୁଣା ବୃଦ୍ଧି: ସାଧାରଣ ଯାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

କେସିଙ୍ଗା,୩୧।୧୦(ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଯାତ୍ରା ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କଳାହାଣ୍ଡି ଜିଲାର ଉତକେଲା ବିମାନବନ୍ଦରରୁ ଭୁବନେଶ୍ୱର ଯିବା ପାଇଁ…

ଶେଷରେ ରୋହିତ ଶର୍ମାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଦେଲା ବଡ଼ ଅପଡେଟ୍‌! IPL ପୂର୍ବରୁ ହଇଚଇ

ନୂଆଦିଲ୍ଲୀ,୩୧।୧୦: IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କିଛି ବଡ଼ ପରିବର୍ତ୍ତନ କରାଯାଇଛି। କିରନ ପୋଲାର୍ଡଙ୍କୁ ଦଳର ନୂଆ ହେଡ କୋଚ ନିଯୁକ୍ତ କରାଯାଇଥିବା ବେଳେ…

ମାତ୍ର ୧୫୭୭ ଦିନରେ ଏମିତି କାରନାମା କଲେ ଅର୍ଶଦୀପ ସିଂହ: ଭାଙ୍ଗିଲେ ୩ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ନିଜ ନାମରେ ଏକାଧିକ ବଡ଼ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

ଭୋଟ ଦେବାକୁ ଆନ୍ଧ୍ର କରୁଛି ବ୍ଲାକ୍‌ମେଲ୍‌: ଲୋକଙ୍କୁ ବୁଝାଇଲେ ବିଧାୟକ

ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ…

ସରକାର ଆଗୁଆ ପ୍ରସ୍ତୁତ ହୋଇଥିଲେ ଏତେ ଖରାପ ଅବସ୍ଥା ହୋଇ ନ ଥାଆନ୍ତା: ବିଜେଡି

ଭୁବନେଶ୍ୱର, ୩୧।୧୦(ସୁନିତ୍‌ ମିଶ୍ର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?