ଜଳବନ୍ଦୀ ଗ୍ରାମରେ ପହଞ୍ଚିଲା ରିଲିଫ ସାମଗ୍ରୀ: ଲୋକଙ୍କ ଦୁଃଖ ବୁଝିଲେ ବିଧାୟକ

ଗଞ୍ଜାମ,୩୦।୧୦ (ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ଏହି ପରିପ୍ରେକ୍ଷୀରେ ରାଜପୁର ପଞ୍ଚାୟତ ଅନ୍ତର୍ଗତ ରାଜପୁର ଓ ରାଜନାପଲ୍ଲୀ ଗ୍ରାମର ଜଳବନ୍ଦୀ ପ୍ରଭାବିତ ପରିବାରଙ୍କ ନିକଟରେ ପହଞ୍ଚିଛନ୍ତି ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ଓଡ୍ରାଫ ଟିମ୍‌ର ସହଯୋଗରେ ବିଧାୟକ ଗ୍ରାମଗୁଡ଼ିକରେ ପହଞ୍ଚି ପ୍ରଭାବିତ ପରିବାରଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ମହମବତୀ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ଜଳବନ୍ଦୀ ଯୋଗୁ ଘରେ ଅଟକି ରହିଥିବା ଲୋକଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଇବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ବୁଝିଥିଲେ। ବିପର୍ଯ୍ୟୟ ସମୟରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା ଉପରେ ଏହି ପଦକ୍ଷେପ ଗୁରୁତ୍ୱ ବହନ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର…

ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟ୍‌କା! ନଭେମ୍ୱର ୧ରୁ ବଢିବ ଇଲେକ୍ଟ୍ରି ବିଲ୍‌, ପ୍ରତି କିଲୋଓ଼୍ବାଟ୍‌ ପିଛା ଲାଗିବ…

ନୂଆଦିଲ୍ଲୀ,୩୧।୧୦: ରାଜ୍ୟରେ ବିଜୁଳି ସଂଯୋଗ (Electricity Connection) ମହଙ୍ଗା ହୋଇଯାଇଛି ଏବଂ ନଭେମ୍ୱର ୧ ରୁ ନୂଆ ଦର ଲାଗୁ ହେବ। ନୂଆ ବିଜୁଳି ସଂଯୋଗ ପାଇଁ…

ଧରିତ୍ରୀ ପ୍ରଭାବ: ୨୪ ଦିନ ପରେ ଖୋଲିଲା ହାତୀଲିମୁଣ୍ଡା ୟୁପି ସ୍କୁଲ

ଅମରପାଲି,୩୧ା୧୦(ପୀତାମ୍ବର ସାହୁ):ଶେଷରେ ଅଭିଭାବକଙ୍କ ଦାବି ପୂରଣ ହେବା ସହ ୨୪ ଦିନ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର କ୍ଲଷ୍ଟର ଅନ୍ତର୍ଗତ ହାତୀଲିମୁଣ୍ଡା ଉଚ୍ଚ ପ୍ରାଥମିକ…

ଭାରତକୁ ହରାଇବାର ଖୁସି ମନାଇଲେ ପାକ ପ୍ରଧାନମନ୍ତ୍ରୀ: ସୋସିଆଲ ମିଡିଆରେ ଲେଖିଲେ ଏମିତି, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସେସ୍‌ରେ ଅକ୍ଟୋବର ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ୪ ଉଇକେଟ୍‌ରେ ବିଜୟୀ ହୋଇଥିଲା। ହଂକଂ…

ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩୧।୧୦: ଜାତୀୟ ରାଜପଥ ପ୍ରାଧିକରଣ (NHAI) ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ୧ ନଭେମ୍ବର ୨୦୨୬ରୁ କନସେସନାଲ ଆନୁଆଲ ଲୋକାଲ ପାସ (Concessional Annual…

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ଏହି ଦିନ ଅବସର ନେବେ ରୋହିତ-କୋହଲି! ବଡ଼ ଖୁଲାସା କରିଦେଲେ ଯୁବରାଜ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ନିକଟରେ ଯୁବରାଜ ସିଂ ବଡ଼ ବୟାନ ଦେଇଛନ୍ତି। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ନିଶ୍ଚିତ ସୁଯୋଗ ମିଳିବା…

ଉତକେଲା-ଭୁବନେଶ୍ୱର ବିମାନ ଭଡ଼ା ୫ ଗୁଣା ବୃଦ୍ଧି: ସାଧାରଣ ଯାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

କେସିଙ୍ଗା,୩୧।୧୦(ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଯାତ୍ରା ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କଳାହାଣ୍ଡି ଜିଲାର ଉତକେଲା ବିମାନବନ୍ଦରରୁ ଭୁବନେଶ୍ୱର ଯିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?