ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର ସ୍ବେଚ୍ଛାସେବୀମାନେ ମାନବିକତାର ପରିଚୟ ଦେଇଛନ୍ତି। ସ୍ବେଚ୍ଛାସେବୀମାନେ ବାହାଡ଼ାପଦର, ଚଢ଼େୟାପଲ୍ଲୀ ଓ ଗମ୍ଭାରୀଗୋଛା ଗ୍ରାମରେ ପହଞ୍ଚି ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବନ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା।

ବାହାଡ଼ାପଦର ଗ୍ରାମର ସ୍ବେଚ୍ଛାସେବୀ ଓ ଏନଏସଏସ ସ୍ବେଚ୍ଛାସେବୀମାନେ ମିଳିତ ଭାବେ ଏହି ସେବା କାର୍ଯ୍ୟକୁ ସଫଳ କରିଥିଲେ। ଭଞ୍ଜନଗର ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖାଦ୍ୟ ବଣ୍ଟନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବରିଷ୍ଠ ଶିକ୍ଷକ ନେତା ଜଗବନ୍ଧୁ ଜେନା ଓ ଜାତୀୟ ସେବା ଯୋଜନା ଅଧିକାରୀ ବାବୁଲା ପ୍ରଧାନ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବା ନେଇ ତଦାରଖ କରିଥିଲେ।

ଏହା ପୂର୍ବରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ଏନଏସଏସ କୋ-ୟୁନିଟ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଖାଦ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀ କୁଷ୍ଠାଶ୍ରମ ସମେତ ବଡ଼କୋଦଣ୍ଡା, ସାନକୋଦଣ୍ଡା, ବାହାଡ଼ାପଦର ଓ ଚଢ଼େୟାପଲ୍ଲୀ ଆଦି ଗ୍ରାମରେ ବଣ୍ଟନ କରାଯାଇଥିଲା।

ଏଥିସହ ଗତ ଗୁରୁବାର ବନ୍ୟା ସମୟରେ ଏନଏସଏସ ସ୍ବେଚ୍ଛାସେବୀମାନେ ବନ୍ୟାଜଳ ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ବିପଦ ସମୟରେ ସ୍ବେଚ୍ଛାସେବୀମାନଙ୍କ ଏହି ନିଃସ୍ବାର୍ଥପର ସେବା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଗୁଡ଼ାରି ପୋଲିସର ‘ରନ୍ ଫର୍ ୟୁନିଟି’: ଦେଶପ୍ରେମ-ଏକତାର ସଂକଳ୍ପ

ଗୁଡ଼ାରି, ୩୧।୧୦(ପ୍ରମୋଦ କୁମାର ପତି): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜନ୍ମଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଡ଼ାରି ପୋଲିସ ପକ୍ଷରୁ ଏକ ‘ରନ୍…

UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ସହିତ…

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବଲାଙ୍ଗୀରରେ ‘ରନ୍ ଫର୍ ୟୁନିଟି’: ଏକତାର ବାର୍ତ୍ତା ଦେଲେ ପୋଲିସ ବାହିନୀ

ବଲାଙ୍ଗୀର, ୩୧।୧୦(ସୁନିଲ କୁମାର ମହାନ୍ତି): ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ବଲାଙ୍ଗୀର ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ…

ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟ୍‌କା! ନଭେମ୍ୱର ୧ରୁ ବଢିବ ଇଲେକ୍ଟ୍ରି ବିଲ୍‌, ପ୍ରତି କିଲୋଓ଼୍ବାଟ୍‌ ପିଛା ଲାଗିବ…

ନୂଆଦିଲ୍ଲୀ,୩୧।୧୦: ରାଜ୍ୟରେ ବିଜୁଳି ସଂଯୋଗ (Electricity Connection) ମହଙ୍ଗା ହୋଇଯାଇଛି ଏବଂ ନଭେମ୍ୱର ୧ ରୁ ନୂଆ ଦର ଲାଗୁ ହେବ। ନୂଆ ବିଜୁଳି ସଂଯୋଗ ପାଇଁ…

ଧରିତ୍ରୀ ପ୍ରଭାବ: ୨୪ ଦିନ ପରେ ଖୋଲିଲା ହାତୀଲିମୁଣ୍ଡା ୟୁପି ସ୍କୁଲ

ଅମରପାଲି,୩୧ା୧୦(ପୀତାମ୍ବର ସାହୁ):ଶେଷରେ ଅଭିଭାବକଙ୍କ ଦାବି ପୂରଣ ହେବା ସହ ୨୪ ଦିନ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର କ୍ଲଷ୍ଟର ଅନ୍ତର୍ଗତ ହାତୀଲିମୁଣ୍ଡା ଉଚ୍ଚ ପ୍ରାଥମିକ…

ଭାରତକୁ ହରାଇବାର ଖୁସି ମନାଇଲେ ପାକ ପ୍ରଧାନମନ୍ତ୍ରୀ: ସୋସିଆଲ ମିଡିଆରେ ଲେଖିଲେ ଏମିତି, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସେସ୍‌ରେ ଅକ୍ଟୋବର ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ୪ ଉଇକେଟ୍‌ରେ ବିଜୟୀ ହୋଇଥିଲା। ହଂକଂ…

ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩୧।୧୦: ଜାତୀୟ ରାଜପଥ ପ୍ରାଧିକରଣ (NHAI) ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ୧ ନଭେମ୍ବର ୨୦୨୬ରୁ କନସେସନାଲ ଆନୁଆଲ ଲୋକାଲ ପାସ (Concessional Annual…

ଜଳବନ୍ଦୀ ଗ୍ରାମରେ ପହଞ୍ଚିଲା ରିଲିଫ ସାମଗ୍ରୀ: ଲୋକଙ୍କ ଦୁଃଖ ବୁଝିଲେ ବିଧାୟକ

ଗଞ୍ଜାମ,୩୦।୧୦ (ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?