ଧରିତ୍ରୀ ପ୍ରଭାବ: ୨୪ ଦିନ ପରେ ଖୋଲିଲା ହାତୀଲିମୁଣ୍ଡା ୟୁପି ସ୍କୁଲ

ଅମରପାଲି,୩୧ା୧୦(ପୀତାମ୍ବର ସାହୁ):ଶେଷରେ ଅଭିଭାବକଙ୍କ ଦାବି ପୂରଣ ହେବା ସହ ୨୪ ଦିନ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର କ୍ଲଷ୍ଟର ଅନ୍ତର୍ଗତ ହାତୀଲିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁଣିଥରେ ପାଠପଢ଼ା ସ୍ବାଭାବିକ ହୋଇଛି। ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟରେ ତାଲା ପକାଇ ଅଭିଭାବକମାନେ ଦେଇଥିବା ଆନ୍ଦୋଳନ ସମ୍ପର୍କରେ ଧରିତ୍ରୀରେ କ୍ରମାଗତ ଖବର ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେଶନରେ ନିଯୁକ୍ତି ଦିଆଯାଇଛି। ଏହାପରେ ଅଭିଭାବକମାନେ ତାଲା ଖୋଲିବାକୁ ରାଜି ହୋଇଥିବାବେଳେ ଶୁକ୍ରବାରଠାରୁ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ହାତୀଲିମୁଣ୍ଡା ୟୁପି ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲା। ବିଦ୍ୟାଳୟରେ ବାଲବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୮ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ଜଣେ ମାତ୍ର ଶିକ୍ଷକ ବରୁଣ କଲତାଙ୍କ ଉପରେ ସମସ୍ତ ଶ୍ରେଣୀର ଶିକ୍ଷାଦାନ ଦାୟିତ୍ୱ ରହିଥିଲା। ପ୍ରଧାନଶିକ୍ଷକ ଭରତ ପ୍ରଧାନଙ୍କ ପଦୋନ୍ନତି ପରେ ଅନ୍ୟତ୍ର ବଦଳି ହେବାରୁ ବିଦ୍ୟାଳୟରେ ଏହି ସମସ୍ୟା ଉପୁଜିଥିଲା। ଏ ନେଇ ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ଦାବିରେ ଗତ ୬ ତାରିଖରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳରେ ଦୀର୍ଘ ୨୪ ଦିନ ଧରି ବିଦ୍ୟାଳୟରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଏହି ସମସ୍ୟାକୁ ନେଇ ଧରିତ୍ରୀରେ ଗତ ୮ ତାରିଖରେ ‘ଶିକ୍ଷକ ଦାବିରେ ହାତୀଲିମୁଣ୍ଡା ୟୁପି ସ୍କୁଲରେ ତାଲା’ ଏବଂ ୧୭ ତାରିଖରେ ‘୧୧ ଦିନ ହେଲା ହାତୀଲିମୁଣ୍ଡା ୟୁପି ସ୍କୁଲରେ ତାଲା’ ଶୀର୍ଷକରେ ଦୁଇଟି ଖବର ପ୍ରକାଶ ପାଇଥିଲା। ଦ୍ୱିତୀୟ ଖବର ପ୍ରକାଶ ପରେ ଦଶହରା ଛୁଟି ଶେଷ ହୋଇ ସ୍କୁଲ ଖୋଲିବା ପରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ସ୍ଥାନୀୟ ସିଆର୍‌ସିସି କମ୍ଭୁଧର ପଧାନ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ, ଶୁକ୍ରବାର ଖଣ୍ଡହତା ୟୁପି ସ୍କୁଲର ଶିକ୍ଷୟିତ୍ରୀ କମଳିନୀ ସେଠୀଙ୍କୁ ହାତୀଲିମୁଣ୍ଡା ୟୁପି ସ୍କୁଲକୁ ଡେପୁଟେଶନରେ ନିଯୁକ୍ତି ଦିଆଯାଇଛି। ଏହାପରେ ଅଭିଭାବକମାନେ ଆନ୍ଦୋଳନରୁ ଓହରି ବିଦ୍ୟାଳୟ ଖୋଲିବାକୁ ସମ୍ମତି ଜଣାଇଥିଲେ। ନୂତନ ଭାବେ ଯୋଗଦେଇଥିବା ଶିକ୍ଷୟିତ୍ରୀ ସେଠୀଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ସମେତ ଅନ୍ୟ ସଭ୍ୟାସଭ୍ୟ, ଶିକ୍ଷକ ବରୁଣ କଲତା ଏବଂ ବହଳପଦର କ୍ଲଷ୍ଟର ସିଆର୍‌ସିସି ପ୍ରଧାନ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀଙ୍କ ଯୋଗଦାନ ପରେ ବିଦ୍ୟାଳୟରେ ଏବେ ଦୁଇଜଣ ଶିକ୍ଷକଙ୍କ ଦ୍ୱାରା ପାଠପଢ଼ା ଚାଲିଛି। ଦୀର୍ଘଦିନର ବନ୍ଦ ପରେ ବିଦ୍ୟାଳୟ ଖୋଲିଥିବାରୁ ଅଭିଭାବକ ଓ ଗ୍ରାମବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବନ୍ୟାରେ ମାନବିକତାର ପରିଚୟ ଦେଲେ ଏନଏସଏସ ସ୍ବେଚ୍ଛାସେବୀ

ଭଞ୍ଜନଗର, ୩୧।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) କୋ-ୟୁନିଟ୍‌ର…

ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟ୍‌କା! ନଭେମ୍ୱର ୧ରୁ ବଢିବ ଇଲେକ୍ଟ୍ରି ବିଲ୍‌, ପ୍ରତି କିଲୋଓ଼୍ବାଟ୍‌ ପିଛା ଲାଗିବ…

ନୂଆଦିଲ୍ଲୀ,୩୧।୧୦: ରାଜ୍ୟରେ ବିଜୁଳି ସଂଯୋଗ (Electricity Connection) ମହଙ୍ଗା ହୋଇଯାଇଛି ଏବଂ ନଭେମ୍ୱର ୧ ରୁ ନୂଆ ଦର ଲାଗୁ ହେବ। ନୂଆ ବିଜୁଳି ସଂଯୋଗ ପାଇଁ…

ଭାରତକୁ ହରାଇବାର ଖୁସି ମନାଇଲେ ପାକ ପ୍ରଧାନମନ୍ତ୍ରୀ: ସୋସିଆଲ ମିଡିଆରେ ଲେଖିଲେ ଏମିତି, ୟୁଜର୍ସ କହିଲେ…

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସେସ୍‌ରେ ଅକ୍ଟୋବର ୩୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ୪ ଉଇକେଟ୍‌ରେ ବିଜୟୀ ହୋଇଥିଲା। ହଂକଂ…

ନଭେମ୍ବର ୧ରୁ ନୂଆ ନିୟମ: NHAIର ନୂଆ ପାସ୍‌କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୩୧।୧୦: ଜାତୀୟ ରାଜପଥ ପ୍ରାଧିକରଣ (NHAI) ସ୍ଥାନୀୟ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଇ ୧ ନଭେମ୍ବର ୨୦୨୬ରୁ କନସେସନାଲ ଆନୁଆଲ ଲୋକାଲ ପାସ (Concessional Annual…

ଜଳବନ୍ଦୀ ଗ୍ରାମରେ ପହଞ୍ଚିଲା ରିଲିଫ ସାମଗ୍ରୀ: ଲୋକଙ୍କ ଦୁଃଖ ବୁଝିଲେ ବିଧାୟକ

ଗଞ୍ଜାମ,୩୦।୧୦ (ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି।…

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ଏହି ଦିନ ଅବସର ନେବେ ରୋହିତ-କୋହଲି! ବଡ଼ ଖୁଲାସା କରିଦେଲେ ଯୁବରାଜ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ନିକଟରେ ଯୁବରାଜ ସିଂ ବଡ଼ ବୟାନ ଦେଇଛନ୍ତି। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ନିଶ୍ଚିତ ସୁଯୋଗ ମିଳିବା…

ଉତକେଲା-ଭୁବନେଶ୍ୱର ବିମାନ ଭଡ଼ା ୫ ଗୁଣା ବୃଦ୍ଧି: ସାଧାରଣ ଯାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

କେସିଙ୍ଗା,୩୧।୧୦(ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଯାତ୍ରା ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କଳାହାଣ୍ଡି ଜିଲାର ଉତକେଲା ବିମାନବନ୍ଦରରୁ ଭୁବନେଶ୍ୱର ଯିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?