ଭୋଟ ଦେବାକୁ ଆନ୍ଧ୍ର କରୁଛି ବ୍ଲାକ୍‌ମେଲ୍‌: ଲୋକଙ୍କୁ ବୁଝାଇଲେ ବିଧାୟକ

ନନ୍ଦପୁର,୩୧ା୧୦(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ଓ ପ୍ରଶାସନିକ ଉଷ୍ମତା ସେତିକି ଘନାଉଛି। ଶୁକ୍ରବାର ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତର ରାଇପାହାଡ ଗ୍ରାମ ପରିଦର୍ଶନକରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସେଠାରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉଥିବା ଆବାସ ଗୃହ, ଶୌଚାଳୟ, ରାସ୍ତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍‌କରଣ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା, ଗାଁ ରାସ୍ତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗ୍ରାମରେ ଥିବା ୫୦ରୁ ଊର୍ଦ୍ଧ୍ୱ ଭୋଟର ତଥା ଆନ୍ଧ୍ର-ଓଡ଼ିଶା ୨ ରାଜ୍ୟର ଭୋଟରକାର୍ଡଧାରୀଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଇଥିଲେ। ରାଜ୍ୟର ସ୍ବାଭିମାନ ରକ୍ଷାକରି ଆନ୍ଧ୍ର ନିର୍ବାଚନରେ ସାମିଲ ନ ହେବାକୁ କହିଛନ୍ତି। ଗାଁରେ ଥିବା ୧୯ ପରିବାରର ପିଲାମାନେ ଆନ୍ଧ୍ର ସ୍କୁଲରେ ପଢ଼ୁଥିବାରୁ ଭୋଟ ଦେବାକୁ ଆନ୍ଧ୍ର ପ୍ରାର୍ଥୀଙ୍କ ପକ୍ଷରୁ ଏକରକମର ବ୍ଲାକ୍‌ମେଲ୍‌ କରାଯାଉଥିବା ଗ୍ରାମବାସୀ କହିଛନ୍ତି।
ଗ୍ରାମକୁ ଓଡ଼ିଶା ବିଦ୍ୟୁତ୍‌ ଆସିଛି, ଟ୍ରାନ୍ସଫର୍ମର ବସିଛି। ଘରେ ଘରେ ମିଟର ସ୍ଥାପନ କରାଯାଇଛି। କିନ୍ତୁ ପୂର୍ବରୁ ଆନ୍ଧ୍ର ପକ୍ଷରୁ ମାଗଣା କରେଣ୍ଟ ଥିବାରୁ ଓଡ଼ିଶା ଟିପିଏସ୍‌ଓଡିଏଲ୍‌ କର୍ତ୍ତୃପକ୍ଷ ବିଦ୍ୟୁତ୍‌ ସଂଯୋଗ ଦେଇପାରୁନାହିଁ ବୋଲି ଗ୍ରାମବାସୀ ବିଧାୟକଙ୍କୁ କହିଛନ୍ତି। ସେହିଭଳି ଗାଁ ପାଇଁ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ମଝିରେ ଏକ ବିଦ୍ୟୁତ୍‌ ଖୁଣ୍ଟ ଥିବାରୁ ଆର୍‌ଡି ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ କରିପାରୁ ନ ଥିବା କହିଛନ୍ତି। ଅକ୍ଟୋବର ୨ରେ ରାଇପାହାଡ଼କୁ ନିଶାମୁକ୍ତ ଗ୍ରାମଭାବେ ଘୋଷଣା କରାଯାଇ ନିଶାମୁକ୍ତ ଗ୍ରାମ ଫଳକ ଲାଗିଛି। କିନ୍ତୁ ଗ୍ରାମବାସୀ ବ୍ୟବହାର କରୁଥିବା ପାହାଡ଼ି ଝରଣାରେ ପାର୍ଶ୍ୱ ଡୁମୁରିଗୁଡ଼ା ଗ୍ରାମର କେତେଜଣ ସେଠାରେ ଦେଶୀମଦ ଭାଟି କରି ରାଇପାହାଡ଼ ଗାଁକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ଗ୍ରାମବାସୀ ବିଧାୟକଙ୍କୁ ଅଭିଯୋଗ କରିଥିଲେ। ଜିଲାପାଳ, ଏସ୍‌ପି, ବିଡିଓ, ତହସିଲଦାର, ଅବକାରୀ, ଟିପିଏସ୍‌ଓଡିଏଲ୍‌ ଓ ଆର୍‌ଡି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଗସ୍ତବେଳେ ବ୍ଲକ୍‌ କଂଗ୍ରେସ ସଭାପତି ମଦନ ହାଡ଼ପୁଟିଆ, ବିଧାୟକ ପ୍ରତିନିଧି କାମେଶ କାମୁଡ଼ି, ବିରଞ୍ଚତ୍ ମାଟାମ ଓ ପାଡୁଆ ଥାନା ଏସ୍‌ଆଇ ସୁରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

ସରକାର ଆଗୁଆ ପ୍ରସ୍ତୁତ ହୋଇଥିଲେ ଏତେ ଖରାପ ଅବସ୍ଥା ହୋଇ ନ ଥାଆନ୍ତା: ବିଜେଡି

ଭୁବନେଶ୍ୱର, ୩୧।୧୦(ସୁନିତ୍‌ ମିଶ୍ର): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜାରି ହୋଇଥିବା ସତ୍ତ୍ୱେ ଗଞ୍ଜାମ…

୨୦୨୭ରେ ଏତିକି ଦିନ ରହିବ ସରକାରୀ ଛୁଟି: ଆସିଲା ଲିଷ୍ଟ୍‌

ଭୁବନେଶ୍ୱର,୩୧ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି ତାଲିକା ପ୍ରକାଶ ପାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ତାଲିକା ଅନୁଯାୟୀ, ବର୍ଷକ ମଧ୍ୟରେ…

ଭାଙ୍ଗିଲା ଭୁଟାନ ଗ୍ଲେସିଅର ହ୍ରଦ

ଥିମ୍ପୁ, ୩୧ା୧୦: ଭୁଟାନରେ ଏକ ଗ୍ଲେସିଅର ହ୍ରଦ ଭାଙ୍ଗିବା ଜନିତ ବନ୍ୟା(ଜିଏଲ୍‌ଓଏଫ୍‌) କାରଣରୁ ଉତ୍ତର ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ଉଚ୍ଚ ବନ୍ୟା ସତର୍କତା ଜାରି କରାଯାଇଛି। ସଙ୍କୋଶ…

ଭାରତକୁ ହରାଇବା ପରେ ଖୁସି ପ୍ରକଟ କଲେ କିୱି ଅଧିନାୟକ: କହୁ କହୁ କହିଦେଲେ ଏମିତି, ଭାରତୀୟ ଖେଳାଳି ଶୁଣିଲେ…

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ମାଟିରେ ଲଗାତାର ୩ଟି ମ୍ୟାଚ ଜିତିବା ପରେ ଚତୁର୍ଥ ଟି-୨୦ ମ୍ୟାଚରେ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ଅକଲାଣ୍ଡରେ ଖେଳାଯାଇଥିବା ଚତୁର୍ଥ ଟି-୨୦…

ଅଭିଷେକ-ବୈଭବଙ୍କୁ ନେଇ ଯୁବରାଜଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା! ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୩୧।୧୦: ବିଶ୍ୱର ସବୁଠାରୁ ବିସ୍ଫୋରକ ଓପନିଂ ବ୍ୟାଟରଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି ଅଭିଷେକ ଶର୍ମା। ତାଙ୍କର ବର୍ତ୍ତମାନର ଦମ୍‌ଦାର ଫର୍ମ ଦର୍ଶାଉଛି ଯେ, ରାଙ୍କିଂରେ…

BCCIର ବଡ଼ ନିଷ୍ପତ୍ତି: ଟିମ ଇଣ୍ଡିଆରୁ ବିଦାୟ ନେବେ ନୀତୀଶ ରେଡ୍ଡୀ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ପରେ ଯୁବ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତୀୟ ଦିନିକିଆ ଦଳରୁ ରିଲିଜ କରିବାକୁ ବଡ଼ ନିଷ୍ପତ୍ତି ନେଇଛି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?