ଆମ ଜିଲା ଖବର

ଜାତୀୟ ସ୍କୋଏ ମାର୍ଶଲ ଆର୍ଟ: ଅନୁଗୋଳକୁ ୨ ପଦକ

ଅନୁଗୋଳ ଅଫିସ, ୧୨।୭-ଷଷ୍ଠ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା କଶ୍ମୀର ପହଲ ଗ୍ରାମ ଠାରେ ଜୁନ୍‌ ୧୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନୁଗୋଳ ଜିଲାର କୁନ୍ଦନ କୁମାର...

କଣିହାଁରେ ହାତୀ: ଉଜାଡୁଛନ୍ତି ଫସଲ, ଘର

କଣିହାଁ, ୧୨ା୭(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳରେ କିଛି ଦିନ ହେଲା ୩ ହାତୀ ଆତଙ୍କ ଖେଳାଇଛନ୍ତି। ଗୁରୁବାର ହାତୀପଲ ଦଲକ, ତାଳପଦା, କଣିହାଁ, ହନୁମାନପୁର ପଞ୍ଚାୟତରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଛନ୍ତି। ଦଲକ ଓ ପୋଇପାଳ...

ବର୍ଷା ନାହିଁ, ଚାଷ ଜମି ଫାଟି ଆଁ

ବଅଁରପାଳ, ୧୨।୭(ଡି.ଏନ.ଏ.)-ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ବଅଁରପାଳ ବ୍ଲକରେ ଚଳିତ ବର୍ଷ ବର୍ଷା ଅଭାବ ବେଉଷଣ କାର୍ଯ୍ୟରେ ବାଧା ସାଜିଛି। ବିଲରେ ପାଣି ନ ଥିବାରୁ ବିହୁଡା କାର୍ଯ୍ୟ ହୋଇପାରୁ ନ ଥିବା ଦେଖାଦେଇଛି। ଏପରିକି ଅନେକ ଚାଷ ଜମିରେ...

ଆଜି ଶୈଳଶ୍ରୀକ୍ଷେତ୍ରକୁ ବାହୁଡ଼ିବେ ଶ୍ରୀଜୀଉ: ସନ୍ଧ୍ୟା ସାଢ଼େ ୬ଟାରେ ଛୁଇଁବ ଚକଡ଼ା

ଅନୁଗୋଳ ଅଫିସ, ୧୨।୭-୯ ଦିନ ଜନ୍ମବେଦିରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଶୁକ୍ରବାର ଭଉଣୀ ଭାଇଙ୍କୁ ଧରି ଶୈଳଶ୍ରୀକ୍ଷେତ୍ର ଫେରିବେ ମହାପ୍ରଭୁ ଜଗନ୍ନାଥ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସକାଳୁ ସମସ୍ତ ନୀତିକାନ୍ତି...

ର଼୍ୟାମ୍ପ ଶୋ ଗ୍ରାଣ୍ଡ ଫାଇନାଲରେ ବ୍ରହ୍ମପୁରର ତନିଶା

ବ୍ରହ୍ମପୁର ଅଫିସ,୧୨ା୭: ବୟସ ୧୫ ବର୍ଷ। ଏହି ସ୍ବଳ୍ପ ବୟସରୁ ସେ ଜାତୀୟସ୍ତରରେ ସୃଷ୍ଟି କରିଛନ୍ତି ନିଜର ପରିଚୟ ା ସେ ହେଲେ ବ୍ରହ୍ମପୁର ଅରବିନ୍ଦ ନଗରର ପ୍ରଦୀପ କୁମାର ମିଶ୍ର ଓ ସୌଦାମିନୀ ମିଶ୍ରଙ୍କ କନିଷ୍ଠା କନ୍ୟା ତନିଶା।...

ଜେଲ ଗଲେ କୋଟିପତି ସରପଞ୍ଚ

ବ୍ରହ୍ମପୁର ଅଫିସ,୧୨ା୭-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କୁ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି । ମାମଲା ନଂ ୧୬/୧୯ରେ ତାଙ୍କୁ କୋର୍ଟଚାଲାଣ...

ସିଙ୍ଗାପୁରରେ ଚାକିରି ନାଁରେ ଠକେଇ ମାମଲା: ଅଧିକାରୀଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୨ା୭- ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ନଁାରେ ବାରମ୍ବାର ଠକେଇ ଘଟଣା ଦୃଷ୍ଟିକୁ ଆସୁଛି। ବ୍ରହ୍ମପୁର ସହରରେ ଠକ କମ୍ପାନୀ ଦ୍ୱାରା ବହୁ ଯୁବତୀ ଯୁବକ ଠକେଇର ଶିକାର ହୋଇଛନ୍ତି। ଏଭଳି ଏକ ଠକ...

ଥାନା ଆଇଆଇସି ବଦଳି ଦାବିରେ କବିସୂର୍ଯ୍ୟନଗର ବନ୍ଦ

କବିସୂର୍ଯ୍ୟନଗର,୧୧ା୭-କବିସୂର୍ଯ୍ୟନଗର ଥାନା ଆଇଆଇସି ତପନ କୁମାର ପତି ବରିଷ୍ଠ ଓକିଲ ଭଗବାନ ମହାପାତ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ନେଇ ଆନ୍ଦୋଳନ ଜୋର ଧରିଛି। ଓକିଲ ସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କର ବଦଳି ଦାବି କରିଛି। ଆନ୍ଦୋଳନ ତୃତୀୟ...

ନାବାଳିକାଙ୍କୁ ଅପହରଣ, ବଳାତ୍କାର ମାମଲା : ହାଇଦ୍ରାବାଦରୁ ଅଭିଯୁକ୍ତ ଗିରଫ

ଛତ୍ରପୁର,୧୨ା୭(ଡି.ଏନ.ଏ): ନାବାଳିକାଙ୍କୁ ଅପହରଣ ଓ ପରେ ବଳାତ୍କାର କରିବା ମାମଲାର ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ସ୍ଥାନୀୟ ଅଞ୍ଚଳର ବାବୁଲି ସେଠୀ। ଗୁରୁବାର ତାଙ୍କୁ ବ୍ରହ୍ମପୁରସ୍ଥିତ ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି। ଛତ୍ରପୁର ଅଞ୍ଚଳର ନାବାଳିକାଙ୍କୁ...

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ସ୍ବାମୀ, ସମ୍ପର୍କୀୟ ଗିରଫ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ, ୧୨ା୭(ଡି.ଏନ.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ସ୍ବାମୀ ଏବଂ ତାଙ୍କର ଜଣେ ସମ୍ପର୍କୀୟ ଜୀବନରେ ମାରି ଦେବାକୁ ଉଦ୍ୟମ କରିଛନ୍ତି। ଏ ନେଇ ମହିଳା ଜଣକ...

ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ

କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା ଏଭଳି ଏକ ଜଳପ୍ରପାତ ସମସ୍ତଙ୍କ ଆଢୁଆଳରେ ରହିଯାଇଥିବାରୁ ଏହାର ବିକାଶ ଦାବି ହେଉଛି...

ସରକାରୀ ସହାୟତା ସ୍ବପ୍ନ

ବନ୍ତ, ୧୨।୭(ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେମାନଙ୍କୁ ରହିବା ପାଇଁ ଘର, ଚଳିବା ଲାଗି ଭତ୍ତା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଭଦ୍ରକ...

ସହାୟତା ଅପେକ୍ଷାରେ ବିତୁଛି ଦିନ

ବାହାନଗା, ୧୨ା୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଳକ ରୂପଖଣ୍ଡ ଗ୍ରାମରେ ପକ୍ଷାଘାତ େଋାଗୀ ଶୁକମଣି ମହାଳିକଙ୍କ ପରିବାର ଅସହାୟ ସ୍ଥିତିିରେ ଦିନ ବିତାଉଛନ୍ତି। ଶୁକମଣିଙ୍କ ସ୍ବାମୀ ତ୍ରିଲୋଚନ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ଆଉ କାମଧନ୍ଦା କରିପାରୁ ନାହାନ୍ତି। ଏହି ବୃଦ୍ଧ...

ଏଫଏମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ: ‘ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତି ସୁଯୋଗ ସୃଷ୍ଟି କର’

ବାଲେଶ୍ୱର ଅଫିସ, ୧୨।୭-ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ ୟୁନିଭରସିଟି)ର ଏକବିଂଶତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ଡ. ମଧୁମିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ କଳା...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ କରିଛନ୍ତି ା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶିକ୍ଷା ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ...

ସିଜେଏମ୍‌ଙ୍କ ପୁରୁଷୋତ୍ତମପୁରକୋର୍ଟ ପରିଦର୍ଶନ

ପୁରୁଷୋତ୍ତମପୁର ୧୧ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ଜିଲା ମୁଖ୍ୟ ବିଚାରପତି (ସିଜେଏମ୍‌) ପ୍ରଜ୍ଞା ପରମିତା ରାଉଳ ପରିଦର୍ଶନରେ ଆସିଥିଲେ। ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ବିଭିନ୍ନ ମାମଲାର ବିଚାର କରୁଥିବାବେଳେ ତାର ତଦାରଖ କରିଥିଲେ। ଏହି ପରିଦର୍ଶନ...

ରେକର୍ଡ କଲେ ଶିଳ୍ପୀ ସତ୍ୟ: ୧୨ ଘଣ୍ଟାରେ ନିର୍ମାଣ କଲେ ୧.୫ ଇଞ୍ଚ ଉଚ୍ଚତା ରଥ

ବ୍ରହ୍ମପୁର ଅଫିସ,୧୧ା୭-ନିଜ ରେକର୍ଡକୁ ପୁଣି ଭାଙ୍ଗିଲେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା। ସତ୍ୟ ଶ୍ରୀଗୁଣ୍ଡିଚା ଅବସରରେ ୨.୫ ଇଞ୍ଚ ଉଚ୍ଚତା, ୨ ଇଞ୍ଚ ଓସାରର ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ନିର୍ମାଣ କରି ରେକର୍ଡ ସୃଷ୍ଟି କରିଥିଲେ। ଏବେ ତିନିଠାକୁରଙ୍କ...

ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ସବ୍‌ଜେଲର କର୍ମଚାରୀ ସୁବାସ ଚନ୍ଦ୍ର ବେହେରଦଳାଇ ଏବଂ ସୁପାରି ନେଇଥିବା...