ଥାନା ଘେରିଲେ ୫ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ମଦ ବ୍ୟବସାୟୀଙ୍କ ଗିରଫ ଦାବି

ଦାରିଙ୍ଗବାଡ଼ି,୧୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ତୁଡ଼ି ବିଜୁ ଗ୍ରାମରେ ମଦ ବିରୋଧ କରୁଥିବା ମହିଳାଙ୍କୁ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କ ଆକ୍ରମଣରେ ୨ ମହିଳା ଗୁରୁତର ହୋଇଛନ୍ତି। ଏନେଇ ଆନ୍ଦୋଳନ କରୁଥିବା ଶତାଧିକ ମହିଳା ବୁଧବାର ବ୍ରାହ୍ମଣୀଗାଁ ଥାନାକୁ ଘେରି ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ପରେ ପୋଲିସ ଲୋକଙ୍କୁ ବୁଝାଶୁଝା କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ପରେ ଉତ୍ତ୍ୟକ୍ତ ଲୋକ ଗାଁକୁ ଫେରିଥିଲେ।

ପ୍ରକାଶ ଯେ, ତୁଡ଼ିବିଜୁ ଗ୍ରାମରେ କିଛି ଲୋକ ଚୋରାମଦ କାରବାର ରୀତିମତ ଭାବେ କରୁଥିବା ବେଳେ ଗାଁରେ ଯୁବପିଢ଼ି ଓ ପୁରୁଷ ଲୋକମାନେ ଚୋରାମଦ ପିଇକି ଗାଁରେ ଶୃଙ୍ଖଳା ଭଙ୍ଗ ହେଉଥିଲା ଏନେଇ ଗାଁ ରେ ବୈଠକ କରାଯାଇ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କୁ ଏହା ନ କରିବାକୁ ପରାମର୍ଶ ଦିଆଯିବା ସହ ଗୋଟିଏ ସପ୍ତାହ ମଧ୍ୟରେ ମଦ ବ୍ୟବସାୟ ବନ୍ଦ କରିବୁ ବୋଲି ବ୍ୟବସାୟୀମାନେ ନିଜ ଆଡୁ ରାଜି ହୋଇଥିଲେ କିନ୍ତୁ ପୂର୍ବଭଳି ମଦ ରନ୍ଧା ଓ ବ୍ୟବସାୟ ଜାରି ରଖିଥିବାରୁ ୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଚୋରାମଦ କାରବାର କରୁଥିବା ବିପ୍ର ମଲିକଙ୍କ ଘରେ ରବିବାର ସନ୍ଧ୍ୟାରେ ପହଞ୍ଚି ମଦ ଭାଟି ଓ ମହୁଲ ପୋଚକୁ ନଷ୍ଟ କରିଥିଲେ ଏହି ସମୟରେ ମଦ ବ୍ୟବସାୟୀ ବିପ୍ର ଏବଂ ତାଙ୍କ ସ୍ତ୍ରୀ ସଂଗୀତା ଦୁହେଁ ମଦ ବିରୋଧୀ ଆନ୍ଦୋଳନ କରିଥିବା ମହିଳାଙ୍କୁ ଢେଲା ମାଡ଼ କରିଥିଲେ। ଏଥିରେ ମହିଳାଙ୍କ ମଧ୍ୟରେ ମମତା ଦେଶମାଝୀ ଏବଂ ପରବାସୀ ମଲିକ ଗୁରୁତର ହୋଇଥିଲେ। ମହିଳାମାନେ ବ୍ରାହ୍ମଣୀଗାଁ ଥାନାରେ ମୌଖିକ ଅଭିଯୋଗ କରିଥିଲେ ତେବେ ପୋଲିସ ତାଙ୍କୁ ଗିରଫ କରୁ ନ ଥିବା ଅଭିଯୋଗରେ ବୁଧବାର ଉକ୍ତ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ବ୍ରାହ୍ମଣୀଗାଁ ଥାନା ଘେରିଥିଲେ। ଥାନାରେ ଉପନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଉକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୋଟିସ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ଲୋକଙ୍କୁ କହିଥିଲେ। ପରେ ସେଠାରୁ ଉତ୍ତ୍ୟକ୍ତ ଲୋକ ନିଜ ଘରକୁ ଫେରିଥିଲେ। ପୋଲିସ ଏନେଇ ଏକ ମାମଲା( ୬୧/୨୫))ରୁଜୁ କରି ଅଧିକ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଚାଲିଥିବା ଜୁଆ ଖେଳ: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

ମହିଳାଙ୍କୁ ନିର୍ଯାତନା ଦେଖି ତାତିଲେ ମହିଳା: ଶାଶୁ , ବଡ଼ଯାଆଙ୍କୁ ନିର୍ଧୁମ ଛେଚିଲେ, ଭିଡିଓ ଭାଇରାଲ

ହାଟଡିହୀ, ୫/୧୦ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଏକ ଗ୍ରାମରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?