
ନିଶ୍ଚିନ୍ତକୋଇଲି,୧୧ା୬(ଅଶୋକ ମହାପାତ୍ର): କଟକ ଜିଲା ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ଅଗ୍ନିକାଣ୍ଡ। ବୁଧବାର ପୂର୍ବାହ୍ନରେ ମହାପୁରୁଷଙ୍କ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଥିଲା।
ପ୍ରଶାସନିକ ଅବହେଳା ପାଇଁ ଦୀପରୁ ଅଗ୍ନିକାଣ୍ଡ ଘଟି ପୀଠ ଉପରେ ନିଆଁ ଲାଗିଯାଇଥିଲା। ପୋଲିସ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।