ଆମ ଜିଲା ଖବର

ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ

ରିଷିଡା, ୧୨।୪ (ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତିକୁ ବତିକୁପା ଗ୍ରାମର ଶ୍ରମିକ ମାନେ କର୍ଲାମୁଣ୍ଡା ବିଡ଼ିଓଙ୍କ ଠାରେ ଗତ ୨୫ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀ ଲିପ୍ତ…

ଏକାବେଳେ ୫ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଳିଗଲା ଦୋକାନ ଘର

ବାଲେଶ୍ୱର, ୧୨।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହୋଇଥିବା ଜଣାପଡିଛି l ଦୋକାନ…

ବୁଦ୍ଧ ପୂର୍ଣ୍ଣିମା ପାଇଁ ଶୈବପୀଠ ଚଳଚଞ୍ଚଳ

ନୂଆପଡ଼ା,୧୨ା୫ (ମକାରୁ ବେମାଲ):ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ପୂର୍ଣ୍ଣିମା ପାଇଁ ନୂଆପଡ଼ା ଜିଲାର ଶୈବପୀଠଗୁଡ଼ିକ ଶନିବାରଠାରୁ ଚଳଚଞ୍ଚଳ ହୋଇଉଠିଛି। ପବିତ୍ର ବୃଦ୍ଧ ପୂର୍ଣ୍ଣିମାରେ ବୁଡ ପକାଇ ଶୈବାଳୟରେ ଜଳ ଅର୍ପଣ ପାଇଁ ଶ୍ରଦ୍ଧାଳୁମାନେ ପୂର୍ବରୁ ଆସି ଡେରା ପକାଇଛନ୍ତି। ନୂଆପଡ଼ା ସଦର…

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ

ନୂଆପଡା,୧୨ା୫ (ମକାରୁ ବେମାଲ):ଚେନ୍ନାଇରେ ଦାଦନ ଖଟିବାକୁ ଯାଇଥିବା ନୂଆପଡା ଜିଲା କୋମନା ଥାନା କୋନାବିରା ଗାଁର ଜଣେ ଯୁବକଙ୍କ ରବିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ସେ ହେଲେ କୋନାବିରା ଗାଁର ପୂର୍ଣ୍ଣ ପରାଭୁଏ (୩୨) । ପୂର୍ଣ୍ଣ ତାଙ୍କ…

ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ: ଏ ଯାଏଁ ସରିନି ୪୦ ପ୍ରତିଶତ କାମ

ଭବାନୀପାଟଣା,୧୨ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନର ନିର୍ମାଣ କାମ ଅତ୍ୟାଧୁନିକ ଢାଞ୍ଚାରେ ହେବା ପାଇଁ ସ୍ଥାନୀୟ ଲୋକେ ଆଶା କରୁଥିଲେ। ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନଧରି ଆରମ୍ଭ ହୋଇଥିବା ସତ୍ତ୍ୱେ ପରେ ମନ୍ଥର ଗତିରେ ଚାଲିବା ଓ…

୪୮ ପ୍ରହର ନାମଯଜ୍ଞ ଉଦଯାପିତ: ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କଲେ ବିଧାୟକ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଲିସିଙ୍ଗିରେ ୭ ଦିନବ୍ୟାପି ଚାଲିଥିବା ୪୮ ପ୍ରହର ନାମଯଜ୍ଞ ସୋମବାର ସକାଳ ୮ ଟାରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ରାତିରେ ନାମଯଜ୍ଞରେ ଯୋଗଦେଇ ବିଶଶାନ୍ତି…

ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍‌ସାରରେ ମିଳିଲାନି ରକ୍ତ

ସମ୍ବଲପୁର/ଝାରସୁଗୁଡ଼ା,୧୨ା୫(ପ୍ରମୋଦ ବହିଦାର/ଆଶିଷ ରଞ୍ଜନ ଦାଶ):ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କୁ ଶନିବାର ‘ଓ’ ପଜିଟିଭ୍‌ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଭିମ୍‌ସାର ରକ୍ତଭଣ୍ଡାରରେ…

ବଢୁଛି ଖରା, ଜମୁଛି ତାଳସଜ ବେପାର

ପଦ୍ମପୁର,୧୨ା୫ (ପ୍ରଦୀପ୍ତ ଦାଶ):ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି। ତାପମାତ୍ରା ବଢ଼ୁଥିବା ବେଳେ ଲୋକଙ୍କୁ ଗୁଳୁଗୁଳି ବିଶେଷ କଷ୍ଟ ଦେଉଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ରାସ୍ତା କଡ଼ର ସରବତ, ସୋଢ଼ା ମସଲା, ତରଭୁଜ, କାକୁଡ଼ି, ଆଖୁପଣା ପ୍ରଭୃତି…

ଡାକ୍ତରଖାନାରୁ ମହିଳା ରୋଗୀ ନିଖୋଜ

ରେଢାଖୋଲ,୧୧ା୫(ଅଚ୍ୟୁତାନନ୍ଦ ପୁରୋହିତ): ସ୍ବାମୀଙ୍କ ମାଡରେ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ନିଖୋଜ ହୋଇଯାଇଛନ୍ତି। ଏନେଇ ମହିଳାଙ୍କ ମା’ ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ବୌଦ୍ଧ ଥାନା ଟାଙ୍ଗରପାଲି ଗ୍ରାମର ମୂଳବାସିନ୍ଦା ମା’ ଗୁରୁବାରୀ ବେହେରା କରିଥିବା…

ଟାଓ୍ବାର ଅଛି, ସେବା ନାହିଁ

ଦାରିଙ୍ଗବାଡି,୧୧ା୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅଧିକାଂଶ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ଏକାଧିକ ଗ୍ରାମରେ ନେଟୱର୍କ ସେବା ମିଳିନାହିଁ। ଫଳରେ ସେବା ପାଇବାରୁ ଅଞ୍ଚଳବାସୀ ବଞ୍ଚିତ ହୋଇଛନ୍ତି। ଉକ୍ତ ବ୍ଲକ ଝିଞ୍ଜିରିଗୁଡା…

ମା’, ପୁଅଙ୍କୁ ଆକ୍ରମଣ: ଥାନାରେ ମାମଲା

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗ୍ରାମରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଜିନି ବିଷୋୟୀ ଏବଂ ତାଙ୍କ ପୁଅ ଲାବଣ୍ୟ ବିଷୋୟୀଙ୍କୁ ବବୁଲ ବିଷୋୟୀ ଓରଫ ରୁଦ୍ର ଆକ୍ରମଣ କରିଥିବା ଅଭିଯୋଗ…

ନୃସିଂହ ଉତ୍ସବରେ ଠାକୁରଙ୍କୁ ଦର୍ଶନ କଲେ ବିଧାୟକ

ଗଞ୍ଜାମ,୧୧।୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଚାଲିଥିବା ନୃସିଂହ ଚତୁର୍ଦ୍ଧଶୀ ଉତ୍ସବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଠାକୁରଙ୍କ ଦର୍ଶନ କରିଥିଲେ l ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏନ୍‌ଏସି ଚେୟାରମ୍ୟାନ ପ୍ରତିନିଧି ବିନୋଦ ଚନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?