ଗଛରେ ବାଇକ୍‌ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ବଘିଆପଡ଼ା,୭ା୭(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜହ୍ନାପଙ୍କ-ଖଲିଆପାଲି ରାସ୍ତାର ତାଳଗରୀ ଛକରେ ରବିବାର ରାତିରେ ଏକ ବାଇକ ଆରୋହୀ ବିଜାପଦର ଗ୍ରାମକୁ ଯାଉଥିବା ସମୟରେ ଏକ ନିମ୍ବ ଗଛରେ ପିଟି ହେବାରୁ ବାଇକ ଆରୋହୀ ଗୁରୁତର ହୋଇଥିଲେ। ବିଜାପଦର ଗ୍ରାମର ସିଦ୍ଧାନ୍ତ ମହାପାତ୍ର (୧୯) ତାଙ୍କ ବାଇକ୍‌ ନଂ ଓଡି ୩୧ ସି ୨୨୪୬ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନିମ୍ବଗଛରେ ପିଟିହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ l ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ବଘିଆପଡ଼ା ଫାଣ୍ଡି ଅଧିକାରୀ ବ୍ରହ୍ମlନନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନଙ୍କୁ ମିଳିଲା ବଡ଼ ଅଫର୍‌: ଏବେ…

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତ ଦମଦାର ଅଭିନୟ କରନ୍ତି କିନ୍ତୁ ‘ଧୂରନ୍ଧର-୨’ରେ ତାଙ୍କର ଖଳନାୟକ ଭୂମିକା ବେଶ୍‌ ପ୍ରଶଂସନୀୟ। ଏହି…

ବଫେଟ୍‌, ଷ୍ଟିଫେନ୍‌ଙ୍କ ସହ ଖାଇବାକୁ ୯୦ ଲକ୍ଷ ଡଲାର

ନ୍ୟୁୟର୍କ, ୧୬ା୫ : ଆମେରିକାର ବିଶିଷ୍ଟ ପୁଞ୍ଜି ନିବେଶକ ୱାରେନ ବଫେଟ୍‌ ଏବଂ ବାସ୍କେଟବଲ୍‌ ତାରକା ଷ୍ଟିଫେନ୍‌ କରିଙ୍କ ସହ ମଧ୍ୟାହ୍ନଭୋଜନ କରିବା ପାଇଁ ଜଣେ ବ୍ୟକ୍ତି…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ପରିବେଶ ପ୍ରଦୂଷିତ ଅଭିଯୋଗ: ମା’ ତାରିଣୀ ପଥର କ୍ରଶର ୟୁନିଟକୁ ସିଲ୍ କଲା ପ୍ରଶାସନ                     

ଦିଗପହଣ୍ଡି,୧୫|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଡ଼ଙ୍କାରି ମୌଜା ରେ ଥିବା ମା ‘ ତାରିଣୀ ପଥର କ୍ରଶର ୟୁନିଟ କୁ…

କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା: ନିଲମ୍ବିତ ହେଲେ ବରଗଡ଼ ବିଇଓ, ଡିଇଓ 

ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ)- କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଏବଂ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ…

ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ : ତାଲିମ ନେଲେ…

ଦିଗପହଣ୍ଡି,୧୫ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଗତ ୫ ତାରିଖ ଠାରୁ…

ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ: କେଏସୟୁବିର ବଡ଼ ସଫଳତା

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ୩ ଶେଷ ବର୍ଷ (ସ୍ନାତକ) କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷାଫଳ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ଏଥିରେ ଭଞ୍ଜନଗର କବି…

ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ଗଢ଼ିଉଠିଲା ପ୍ରେମ, ଜାଣିବା ପରେ ହାଣିଲେ…

ଦିଗପହଣ୍ଡି,୨୫ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri