ରବି ଋତୁ ପାଇଁ ପ୍ରଥମ ଧାନ ସଂଗ୍ରହ :୨୫୦ କୁଇଣ୍ଟାଲ…
ନୂଆପଡ଼ା,୨୧ା୫ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରବି ଋତୁ ପାଇଁ ସାରାବଙ୍ଗ ମଣ୍ଡିରୁ ମଙ୍ଗଳବାର ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଛି ା ଜିଲାପାଳ ମଧୁସୂଦନ ଦାଶ ମଣ୍ଡିର ଶୁଭ ଉଦ୍ଘାଟନ କରିଛନ୍ତି। ପ୍ରଥମ ଦିନରେ ୩ ଚାଷୀଙ୍କଠାରୁ ୨୫୦ କୁଇଣ୍ଟାଲ…
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ମହାକାଳପଡ଼ା,୨୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ଗ୍ରାମରେ ଜଙ୍ଗଲି ଦନ୍ତା ବାର୍ହା ଆକ୍ରମଣରେ ୩ ଜଣ ଆହତ ହୋଇ ମେଡିକାଲ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାର୍ହା ଆକ୍ରମଣରେ…
ଗୋରୁ ଚୋରି କରୁଥିବାବେଳେ ଲୁଟେରାଙ୍କୁ ଧରିଲେ ଗ୍ରାମବାସୀ: ଜଣେ ଥାନାରେ ଅଟକ
ନୂଆଦିଲ୍ଲୀ,୨୧।୫: ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅଞ୍ଚଳରୁ ରାତିରେ ଗୋରୁମାନଙ୍କୁ ଚାଲାଣ କରିବା ପାଇଁ ଏକ ଗାଡ଼ିରେ ଲୋଡ୍ କରୁଥିବା ସମୟରେ ଧରି ପକାଇଛନ୍ତି ଗ୍ରାମବାସୀ। ସୂଚନା ମୁତାବକ, ଗତ ବୁଧବାର ରାତିରେ କାଏମା ଅରଖପଦା ଗ୍ରାମରୁ ଏକ…
୬ ପୁଅ ଥାଇ ପରଘରୁ ମାଗିଯାଚି ପେଟ ପୋଷୁଛନ୍ତି ମା’
ମହାକାଳପଡ଼ା,୨୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମା’ଟିଏ ଚାହେଁ ମୋ ପରିବାର ପିଲାମାନେ ଭଲରେ ରୁହନ୍ତୁ। ମା’ଙ୍କ ଆଶୀର୍ବାଦ ପିଲାମାନଙ୍କ ପାଖରେ ଥାଏ। ହେଲେ ମା’ ବୟସର ଅପରାହ୍ନରେ ପହଞ୍ଚତ୍ଲା ବେଳେ ସାହାର ଦେବା ପରିବର୍ତ୍ତେ ଝିଅ ଓ ପୁଅ ଭୁଲି ଯାଉଛନ୍ତି।…
ଜଙ୍ଗଲରେ କେହି ଛାଡ଼ି ପଳାଇଥିଲେ ଶିଶୁପୁତ୍ର: ଉଦ୍ଧାରକଲା ଶିଶୁ ସୁରକ୍ଷା ଟିମ୍
ଦେବଗଡ,୨୧ /୫(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲା ଜମନକିରା ଥାନା ଅଧୀନ କସଡା ଗ୍ରାମ ନିକଟ ଜଙ୍ଗଲରୁ ସ୍ଥାନୀୟ ଜଣେ ମହିଳା ସୋମବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ଲାଳନପାଳନ ପାଇଁ ସେ ତାଙ୍କ ଭଉଣୀକୁ…
ଫିଟୁଛି ପ୍ରିୟଙ୍କାଙ୍କ ଗୁମର: ସୋସିଆଲ ମିଡିଆ, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଜାରି
ପୁରୀ,୨୧ା୫(ଅଜିତ୍ କୁମାର ମହାନ୍ତି):ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲ୍ହୋତ୍ରା ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। ଜ୍ୟୋତିଙ୍କୁ ପୁରୀ ବୁଲାଇବାରେ ସହଯୋଗ…
Video: ଲାଞ୍ଚ ନ ଦେଲେ ପ୍ରମାଣପତ୍ର ରଦ୍ଦ: ତହସିଲ କାର୍ଯ୍ୟାଳୟରେ ହାତଗୁଞ୍ଜା କାରବାରର ଭିଡିଓ ଭାଇରାଲ
ଦାରିଙ୍ଗବାଡି, ୨୧।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ। ବିଶେଷ କରି ଏବେ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇଁ ଅଭିଭାବକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି।…
୧୫ଦିନ ଭିତରେ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ
ନୂଆପଡ଼ା,୨୧ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଧରମପୁର ଗାଁଠାରୁ ହାତିସରା ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ଓ ସେତୁ ନିର୍ମାଣ କରାଯାଇଛି। ରାସ୍ତା ନିର୍ମାଣ ହେବାର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ନ…
ନିଃଶୁଳ୍କ ଦିବ୍ୟାଙ୍ଗ ଶିବିର: ୩୮ ଦିବ୍ୟାଙ୍ଗ ପାଇଲେ କୃତ୍ରିମ ଅଙ୍ଗ
ଦେବଗଡ଼,୨୧ା୫(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ସ୍ଥିତ ମାରୱାଡି ଧର୍ମଶାଳାରେ ମାରୱାଡି ଯୁବାମଞ୍ଚ ଆନୁକୂଲ୍ୟରେ ତଥା ରାଞ୍ଚିସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ସହାୟତାରେ ୪ ଦିନିଆ ନିଃଶୁଳ୍କ ଦିବ୍ୟାଙ୍ଗ ଶିବିର ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,…
ହାଇପ୍ରୋଫାଇଲ ଠକ ଉଇଲିୟମଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା
ଦେବଗଡ,୨୧।୫(ଶଶାଙ୍କ ଶେଖର ଝାଙ୍କର):ନିଜକୁ ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଲକ୍ଷଲକ୍ଷ ଟଙ୍କା ଠକେଇ କରି ଜେଲ ହାଜତରେ ଥିବା ହାଇପ୍ରୋଫାଇଲ ଠକ ଉଇଲିୟମ ହେନେଜ ବିରୋଧରେ ଆଜି…
ବାଉଁଶ ସାମଗ୍ରୀରେ ତିଆରିକଲେ ଜିଲାର ମାନଚିତ୍ର
ନୂଆପଡ଼ା,୨୧ା୫ (ମକାରୁ ବେମାଲ):ବାଉଁଶ ତିଆରି ସାମଗ୍ରୀରେ ଜିଲାର ମାନଚିତ୍ର କରି ପ୍ରଶଂସା ସାଉଁଟିଛନ୍ତି ନୂଆପଡ଼ା ଜିଲା ବୋଡେନ ବ୍ଲକର କାରିଗର। ସେମାନେ ନିତ୍ୟ ବ୍ୟବହାର୍ଯ୍ୟ କୁଲା, ଭୁଗା, ଟୁପା, ପାଛିଆ, ପର୍ଲା, ଚାଙ୍ଗୁଡି ସହ ବିଭିନ୍ନ ଖେଳନା ବାଉଁଶ ପାତିଆରେ ତିଆରି…
ଜଳକଷ୍ଟ ଭୋଗୁଛନ୍ତି ପୋଡ଼ାପଦରବାସୀ: ନାଳପାଣି ସାହା
ଥୁଆମୂଳ ରାମପୁର,୨୧ା୫ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତର ପୋଡ଼ାପଦର ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପୋଡାପଦର ଗ୍ରାମରେ ୧୫ ଆଦିବାସୀ ପରିବାର ରହିଥିବାବେଳେ…

