ଘରେ ଶେଇଥିଲେ ବାପା ମା’ ଝିଅ: ୧୫ ଭରି ସୁନା ନେଇ ଗଲା ପରେ ବି…

ଧର୍ମଶାଳା,୧୨।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମାନ୍ତିରି ଗାଁର ସୁବ୍ରତ କୁମାର ପଣ୍ଡାଙ୍କ ଘରୁ ରାତି ଅଧରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଓ ଦରକାରି କାଗଜପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ସୁବ୍ରତ ତାଙ୍କ ସ୍ତ୍ରୀ ଓ ଝିଅ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଉକ୍ତ ଘରର ଅନ୍ୟ ଏକ ରୁମର ଝରକା ଭାଙ୍ଗି ଘରେପଶି କଳା କନା ବୁଲାଇ ଛନ୍ତି। ଭୋର ସମୟରେ ଘରର କବାଟ ନ ଖୋଲିବାରୁ ବାହାର ପଟରୁ ଯାଇ ଘରର ଝରକା ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଥିବା ଗଡରେଜ ଭାଙ୍ଗିବା ସହ ସବୁ ଜିନିଷପତ୍ର ବିଛାଡ଼ି ହୋଇ ପଡି ଥିବା ଦେଖିବାକୁ ପାଇଥିଲେ। ୧୫ ଭରିରୁ ଅଧିକ ସୁନା ଅଳଙ୍କାର ସହ ୭୦ ହଜାର ଟଙ୍କା ଓ ଦରକାରି କାଗଜ ପତ୍ର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀକୁକରର ସାହଯ୍ୟ ନିଆଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।
ପାଖ ଘରର ସିସିଟିଭି ଫୁଟେଜରେ ତିନି ଜଣ ସନ୍ଦିଗ୍ଧ ରାତି ଅଧରେ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ସେହିମାନେ ଚୋରି କରିଥିବା ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି। ପୋଲିସ ଏହାକୁ ନେଇ ତଦନ୍ତ କରୁଛି।

Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri