ଆମ ଜିଲା ଖବର

କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକଙ୍କ ବୈଠକ

ଜି.ଉଦୟଗିରି,୧୯ା୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ୍‌ କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ପ୍ରଥମ ଶିକ୍ଷକ ଏବଂ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ସୁମିତାରାଣୀ ଯୋଶୀରା ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବିକାଶ ପାଣିଗ୍ରାହୀ, ଜଗନ୍ନାଥ…

ଭଞ୍ଜନଗରରେ ଝଡ ତୋଫାନ ସହ ବର୍ଷା:ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଭାଙ୍ଗିଲା କାର

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ଗ୍ରାମରେ ଶନିବାର ଅପରାହ୍ନରେ ପ୍ରବଳ ଝଡ ତୋଫାନ ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଏକ କାର ଉପରେ ପଡ଼ିଯାଇଛି । ଫଳରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି। ସାରେ ଭଞ୍ଜନଗର ଅଞ୍ଚଳରେ ଝଡ…

ଧରାପଡିଲେ ବାଇକ୍ ଚୋର ଗ୍ୟାଙ୍ଗ, ୨୩ବାଇକ୍ ଜବତ

ବରଗଡ଼, ୧୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ୍ ଏକ ବାଇକ ଚୋରି ରାକେଟକୁ ଠାବ କରିଛି। ଏହି ରାକେଟର ୮ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୨୩ ବାଇକ୍ ଜବତ ହୋଇଛି।…

ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ, ରାୟଗଡ଼ା ଶିଶୁ ମଙ୍ଗଳ କମିଟିର ତନାଘନା

ରାୟଗଡା,୧୯।୪(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି। ଜଣେ ୧୪ ବର୍ଷ ତଥା ଷଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ହୋଇଛନ୍ତି। ଏହା ଜଣାପଡିବା ପରେ ଶନିବାର ଆଶା ଓ ଅଙ୍ଗନଓ୍ବାଡ଼ି…

ଭାର ଉତ୍ତୋଳନ ସମର କୋଚିଂ କ୍ୟାମ୍ପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଯୋଜନା

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ ଘରେ ବସି ରହୁଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟର ସମସ୍ତ ଇଣ୍ଡୋର ଷ୍ଟାଡିୟମରେ ବିଭିନ୍ନ ପ୍ରକାର ମାଗଣା ତାଲିମ ଶିବିର ବର୍ତ୍ତମାନ…

ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର: ଛକିରହିଥିଲା ଭିଜିଲାନ୍ସ ,ପରେ ଯାହା ହେଲା…

ସମ୍ବଲପୁର,୧୯।୪: ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର। ମାନେଶ୍ବର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଚାଷଜମିର କିସମ ପରିବର୍ତ୍ତନ କରିବାକୁ ୬ ହଜାର ଲାଞ୍ଚ ନେଉଥିଲା ବେଳେ ପୂର୍ବ ଯୋଜନା ମୁତାବକ ଛକି…

ଦାରିଙ୍ଗବାଡି ବନାଞ୍ଚଳରେ ଅବାଧ ଗଛକଟା ଘଟଣା: ବନ ବିଭାଗ ସେଣ୍ଟ୍ରିଙ୍ଗ ଭାଙ୍ଗି ଜବତ କଲା କାଠ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ): ପୋଲ ନିର୍ମାଣରେ ମୂଲ୍ୟବାନ ଶାଳ କାଠକୁ ସେଣ୍ଟ୍ରିଙ୍ଗରେ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଖବର ଧରିତ୍ରୀରେ ବାରମ୍ବାର ପ୍ରକାଶିତ ପରେ ବନ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। ସକାଳ ସମୟରେ ବନ…

ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟସଚିବ ଶକ୍ତିକାନ୍ତ ଦାସ

କେନ୍ଦୁଝର,୧୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସିଥିବା ବେଳେ ଶନିବାର କେନ୍ଦୁଝର ଗ୍ରସ୍ତରେ ଯାଇ ଘଟଗାଁ ମା’ତାରିଣୀଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ ଟାରେ ସେ ତାଙ୍କ ଧର୍ମପତ୍ନୀଙ୍କ…

ପେଟ ପାଇଁ ଗାଁ ବୁଲୁଛି ଓଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସୁଦୂର ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ କେତେଜଣ ବ୍ୟକ୍ତି ଓଟକୁ ଧରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଗାଁକୁ ଗାଁ ବୁଲି ଧାନ, ଚାଉଳ, ଟଙ୍କା, ପନିପରିବା ଆଦି ଯିଏ ଯାହା ଦେଲା ତାହା ଗ୍ରହଣ କରୁଛନ୍ତି।…

ଚୋରିଯାଇଥିବା ଜେସିବି ଜବତ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡି,୧୯।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ କୁ ମିଳିଛି ବଡ଼ ସଫଳତା। ଚୋରିଯାଇଥିବା ଏକ ଜେସିବିକୁ ପୋଲିସ ଉଦ୍ଧାର କରିବା ସହ ଚୋରି କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣଙ୍କ ହେଲେ ଗଞ୍ଜାମ ଜିଲା ଗାଙ୍ଗପୁରର ଦୁର୍ଯ୍ୟ…

ଦାରିଙ୍ଗବାଡ଼ି ବନାଞ୍ଚଳରେ ଅବାଧ ଗଛକଟା ଘଟଣା: ଖବର ପ୍ରକାଶ ପରେ ବନବିଭାଗର ନିଦ ଭାଙ୍ଗିଲା

ଦାରିଙ୍ଗବାଡ଼ି,୧୯ା୪(ଅରୁଣ ସାହୁ): ଗଞ୍ଜାମ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳର ସିମନବାଡ଼ି ସେକ୍ସନ ବୁରାଙ୍ଗିଆଠାରୁ ବୁଡ଼ାଗୁଡ଼ାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଉକ୍ତ ରାସ୍ତାରେ ଏକାଧିକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛ। ଉକ୍ତ ପୋଲରେ ସେଣ୍ଟ୍ରିଂ ପାଇଁ ଲକ୍ଷାଧିକ ଟଙ୍କାର…

ଯୌତୁକ ପାଇଁ ୯ ମାସର ଗର୍ଭବତୀଙ୍କୁ ମାରିଦେଲେ ଶାଶୁଘର ଲୋକେ

ରାଜନଗର,୧୯।୪(କୃତିବାସ ପ୍ରଧାନ): ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ବାଲିସାହିପାଟଣା ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ମୁତାବକ, ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ବାଲିସାହିପାଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri