ହାତୀ ସୁରକ୍ଷାରେ ଆଧୁନିକ ଶିକ୍ଷା ଅତ୍ୟନ୍ତ ଜରୁରୀ: ତଥାଗତ ସତପଥୀ

ବାରିପଦା,୨୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଙ୍ଗରିପୋଷିସ୍ଥିତ ଖଇରି ରିସୋର୍ଟରେ ହାତୀର ଗତିକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ‘ସଂଗ୍ରାମ’ ପକ୍ଷରୁ ଆୟୋଜିତ ବୈଠକରେ ସଙ୍ଗଠନର ସମ୍ପାଦକ ତଥା ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଉପସ୍ଥିତ ରହି ହାତୀ ସୁରକ୍ଷାରେ ଆଧୁନିକ ଶିକ୍ଷା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଆଗାମୀ ପିଢ଼ି ପାଇଁ ହାତୀ ସୁରକ୍ଷା ସହିତ ଜଙ୍ଗଲ ସୁରକ୍ଷା କରାଗଲେ ପରିବେଶ ସୁରକ୍ଷା ହୋଇପାରିବ ବୋଲି ସତପଥୀ କହିଥିଲେ। ସମ୍ମାନିତ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆଦ୍ୟାଶା ସତପଥୀ ହାତୀର ଗତିପଥକୁ ନେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ମହୁଚାଷ ମାଧ୍ୟମରେ ହାତୀର ଚଲାପଥରେ ପରିବର୍ତ୍ତନ ଅଣାଯାଇପାରିବ। ସେହିପରି ଲଙ୍କା ତେଲ ଓ ଗୁଣ୍ଡର ଆଘ୍ରାଣ ଦ୍ବାରା ହାତୀକୁ ସୁପଥଗାମୀ କରାଯାଇପାରିବ।

ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସ୍ବତନ୍ତ୍ର ଅତିଥି ଭାବେ ମହାରାଣୀ ରଶ୍ମୀରାଜଲକ୍ଷ୍ମୀ ଭଞ୍ଜଦେଓ ଉପସ୍ଥିତ ରହି ଶିମିଳିପାଳ ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ଜରୁରୀ ବୋଲି କହିଥିଲେ। ସଙ୍ଗଠନର ଉପସଭାପତି ବିଭୁ ପ୍ରସାଦ ଦାସ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ସଙ୍ଗଠନର ସଭାପତି ସଂଯୁକ୍ତା ବସା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ପରିବେଶବିତ୍‌ ତାରା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri