ଗ୍ରାହକଙ୍କୁ ସଠିକ୍‌ ସେବା ଯୋଗାଇ ପାରୁନି ଏଟିଏମ୍‌, ୧୦ ମାସରୁ ଊର୍ଦ୍ଧ୍ୱ ହେବ…

ଥୁଆମୂଳ ରାମପୁର,୨୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦରସ୍ଥିତ ଆଇଟିଡିଏ ୪ ନମ୍ବର ମାର୍କେଟ କମ୍ପ୍ଲେକ୍ସରେ ଆକ୍ସିସ୍‌ ବ୍ୟାଙ୍କ ଦ୍ବାରା ସ୍ଥାପିତ ଏଟିଏମ୍‌ ଦୀର୍ଘ ୧୦ମାସରୁ ଊର୍ଦ୍ଧ୍ୱ ସମୟ ହେବ ବନ୍ଦ ରହିଥିବା ବେଳେ ଗ୍ରାହକଙ୍କ ମନରେ ଅସନ୍ତୋଷ ଦାନା ବନ୍ଧିଛି। ଥୁଆମୂଳ ରାମପୁର ବ୍ଲକଟି ୨୪ଟି ପଞ୍ଚାୟତକୁ ନେଇ ଗଠିତ ବ୍ଲକ ହୋଇଥିବା ବେଳେ ୨୦୧୧ ଜନଗଣନା ଅନୁସାରେ ଏହି ବ୍ଲକ ଜନସଂଖ୍ୟା ହାରାହାରି ୭୭ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରିଛନ୍ତି। ଏହି ବ୍ଲକରେ ହାତ ଗଣତି କିଛି ବ୍ୟାଙ୍କ ରହିଛି ଯେମିତି କି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ପୋଷ୍ଟାଲ ବ୍ୟାଙ୍କ ଭଳି ବ୍ୟାଙ୍କ ରହିଥିବା ବେଳେ ଏହି ବ୍ଲକରେ କେବଳ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ୨ଟି ଏଟିଏମ୍‌ ଏବଂ ଆକ୍ସିସ ବ୍ୟାଙ୍କ ତରଫରୁ ଏକମାତ୍ର ଏଟିଏମ୍‌ ସ୍ଥାପନ କରାଯାଇଛି, କିନ୍ତୁ ଥୁଆମୂଳ ରାମପୁରଠାରେ ସ୍ଥାପିତ ଏହି ଆକ୍ସିସ ବ୍ୟାଙ୍କ ଏଟିଏମ୍‌ ଅଚଳାବସ୍ଥାରେ ଥିବାବେଳେ ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସ୍ଥାପନ କରିଥିବା ଗୁଣୁପୁରସ୍ଥିତ ପେଟ୍ରୋଲ ପମ୍ପଠାରେ ଏବଂ ଗୋଟେ ବ୍ୟାଙ୍କ ଶାଖା ସମ୍ମୁଖରେ ସ୍ଥାପନ କରାଯାଇଥିବା ଏଟିଏମ୍‌ ହିଁ ଲୋକଙ୍କ ସେବାରେ ରହିଛି। ହେଲେ ତାହା ମଧ୍ୟ ଅଧିକାଂଶ ସମୟରେ ଲୋକଙ୍କ ସେବାରେ ନିୟମିତ ସେବା ଯୋଗାଇବାରେ ଅବହେଳା ରହୁଛି ବୋଲି ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଇ ଦେଇଛି। ଉକ୍ତ ବ୍ଲକ ହେଉଛି ଏକ ଆଦିବାସୀ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହିଠିକାର ଜନସାଧାରଣ କୃଷି ଉପରେ ନିର୍ଭର କରନ୍ତି। ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟ ହୋଇଥିବାରୁ ଏଠାରେ ବ୍ଲକସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟ ରହିଛି। ଏହାଯୋଗୁ ଉକ୍ତ ସ୍ଥାନକୁ ପ୍ରତିଦିନ ବିଭିନ୍ନ କାମ ନେଇ ଶହ ଶହ ଲୋକଙ୍କର ଭିଡ଼ ହୋଇଥାଏ। ଲୋକମାନେ ନିଜ ଘରୁ ଟଙ୍କା ଧରି ଆସି ନ ଥିଲେ ବହୁ ହଇରାଣ ହରକତ ହେବାକୁ ପଡ଼ିଥାଏ। ବର୍ତ୍ତମାନ ପଡ଼ୋଶୀ ରାୟଗଡ଼ା ଓ ନବରଙ୍ଗପୁର ଜିଲାର ବ୍ୟବସାୟୀମାନେ ଏହିସ୍ଥାନକୁ ବ୍ୟବସାୟୀ କରିବା ପାଇଁ ଆସୁଛନ୍ତି, ତେଣୁ ଲୋକେ କିଣାକିଣି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନ ଧରି ଆସିଲେ ସେମାନେ ନାନାଦି ଅସୁବିଧା ଭୋଗୁଥିବା ଦେଖାଯାଏ l ଆକ୍ସିସ୍‌ ପକ୍ଷରୁ ବିଗତ କିଛି ବର୍ଷ ତଳେ ଏଠାରେ ଅଞ୍ଚଳର ଲୋକଙ୍କ ସୁବିଧା ଯୋଗାଇ ଦେବା ଦୃଷ୍ଟିରେ ଏକ ଏଟିଏମ୍‌ ସ୍ଥାପନ ହୋଇଥିଲା। ମାତ୍ର ଗତ ୧୦ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଛି ହେଲେ ଏଟିଏମ୍‌ କାରବାର ବନ୍ଦ ଅଛି। ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସୁଫଳ ହେଉନାହିଁ।

ଏନେଇ ୯୮୬୧୪୪୮୪୮୮ ନମ୍ବରରେ ଆକ୍ସିସ୍‌ ବ୍ୟାଙ୍କ କ୍ଲଷ୍ଟର ହେଡ୍‌ ବିକାଶ ଚନ୍ଦ୍ର ସାହୁ ଯୋଗାଯୋଗ କରି ଏ ସମ୍ପର୍କରେ ପଚାରି ବୁଝିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଫୋନ୍‌ ଉଠାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri