ଆମ ଜିଲା ଖବର

ସକାଳୁ ସକାଳୁ ପୁରୀରେ ବଡ଼ ଅଘଟଣ, ୩ ଭକ୍ତଙ୍କ ମୃତ୍ୟୁ, ଅନେକ ଆହତ

ପୁରୀ, ୨୯।୬: ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିଆ ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି। ସୂଚନାଥାଉ କି, ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି।…

ରଥଟଣା ବିଳମ୍ବରୁ ରାଜନୀତି

ଶ୍ରୀକ୍ଷେତ୍ର ପୁରୀରେ ଶୁକ୍ରବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିର୍ଦ୍ଧାରିତ ସମୟ ଅପରାହ୍ନ ୪ଟାରେ ହୋଇପାରି ନ ଥିଲା। ପରମ୍ପରା ଅନୁଯାୟୀ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଅପରାହ୍ନ ୪ଟା ୧୦ରେ ଗଡ଼ିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଶ୍ରଦ୍ଧାଳୁ ଟାଣିନେଇଥିଲେ।…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୫ ଗୁରୁତର

ନୂଆପଡ଼ା,୨୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ ଶନିବାର ବାଇକ୍‌ ଦୁର୍ଘଟଣାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ମଳିଥିବା ସୂଚନା ମୁତାବକ, କୋମନା ଥାନା ଜତଗଡ ପଞ୍ଚାୟତ ଗଡଗଡ ବାହଲି ଗାଁର ରାଇସିଂ…

କୋଟିଆରେ ୫ ମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ

ପଟ୍ଟାଙ୍ଗି,୨୮ା୬(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ପ୍ରଥମଥର ରାଜ୍ୟର ୫ ମନ୍ତ୍ରୀ ରଥଯାତ୍ରାରେ ଅଂଶଗ୍ରହଣ କରିଥିବାରୁ ସୀମାନ୍ତବାସୀଙ୍କୁ ଉତ୍ସାହିତ କରିଛି। କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥିତ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି।…

ପାର୍କିଂକୁ ନେଇ ଦୁଇ ପଡ଼ୋଶୀ ଗଣ୍ଡଗୋଳ: ବୁଲିଲା ଖଣ୍ଡା, ଭିଡିଓ ଭାଇରାଲ

ଗୋପାଳପୁର,୨୮।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ରାସ୍ତା ମଝିରେ ଟ୍ରାକ୍ଟର ରଖିବା ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ପଡୋଶୀ ଜଣକ ରାଗିଯାଇ ଖଣ୍ଡା ଧରି ଅନ୍ୟଜଣଙ୍କ ଘର ସମ୍ମୁଖରେ ଆତଙ୍କ ଖେଳାଇଛନ୍ତି। ଏହାର…

୧ରୁ ଖୋଲିବ ହୋଟେଲ, ଜଳଖିଆ ଦୋକାନ

ଧର୍ମଶାଳା,୨୮ା୬(ଶବି ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଆସନ୍ତା ୧ ତାରିଖରୁ ସମସ୍ତ ହୋଟେଲ୍‌, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦି ଖୋଲିବ। ଏନେଇ ଜିଲାପାଳ ଚିଠି ସଂଖ୍ୟା ୪୮୬୩, ତା:୨୮/୦୬/୨୦୨୫ରେ ଶନିବାର ଏକ ନିର୍ଦ୍ଦେଶନାମା ଜାରି…

ରଥଯାତ୍ରା ଦେଖିବାକୁ ଯାଉଥିଲେ: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୪ ଜୀବନ

ନୂଆପଡା,୨୮।୬(ମକାରୁ ବେମାଲ): ନୂଆପଡା ଜିଲା କୋମନା ଥାନା ଅଧୀନ ପାଳସିପାଣି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ଶନିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ…

ଧାର୍ଯ୍ୟ ସମୟ ସରିବାକୁ ଆଉ ୨ ଦିନ: ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

କୋଟପାଡ଼,୨୮ା୬(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ନଷ୍ଟ ହେଉଥିବା ବେଳେ ଏହାକୁ ନିର୍ଦ୍ଧାରିତ ସମୟରେ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସୂତିପଦର ପଞ୍ଚାୟତ ଡଙ୍ଗିରି ୬୩ ନଂ ଜାତୀୟ ରାଜପଥରେ…

ଦିଗପହଣ୍ଡିରେ ବାସି ଗୁଣ୍ଡିଚା ଯାତ୍ରା ପରମ୍ପରା: ରଥ ଟାଣିଲେ ସହସ୍ରାଧିକ ଶ୍ରଦ୍ଧାଳୁ

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅନେକ ବର୍ଷ ପୂର୍ବରୁ ଚାଲି ଆସିଥିବା ବାସି ଗୁଣ୍ଡିଚା ଯାତ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଶନିବାର ଅପରାହ୍ନ ୪ଟା ୪୫ ମିନିଟରେ ରଥଟଣା ଆରମ୍ଭ ହୋଇଥିଲା। ପାଗ ଅନୁକୂଳ ରହିଥିବା ଯୋଗୁଁ…

କୋଟିଆରେ ରଥଯାତ୍ରା: ହଜାର ହଜାର ଭକ୍ତଙ୍କ ଗ୍ରହଣରେ ୪ ମନ୍ତ୍ରୀଙ୍କ ସହ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ/ପଟ୍ଟାଙ୍ଗି,୨୮ା୬(ଅମିତାଭ ବେହେରା/ଶରତ କୁମାର ଧଳ)-ପୁରୀରେ ରୀତିନୀତି ଅନୁଯାୟୀ ୩ ଠାକୁରଙ୍କ ରଥଯାତ୍ରା ପାଳନ ହୋଇଥିବା ବେଳେ ଏହାର ଗୋଟିଏ ଦିନ ପରେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ…

ହେଲ୍‌ମେଟ ନାହିଁ ତ ପେଟ୍ରୋଲ ନାହିଁ କଡ଼ାକଡ଼ି କରାଯିବ…

ନୂଆପଡ଼ା,୨୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଭାଗୃହରେ ଶନିବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଆମ ବସ୍‌ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତଙ୍କ ଅଧ୍ୟକ୍ଷତାରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର…

ଶ୍ରୀଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

ରିଷିଡ଼ା,୨୮ା୬ (ସୁଶାନ୍ତ ମଲ୍ଲିକ) -କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ରିଷିଡ଼ା ମାଉସୀ ମା’ ମନ୍ଦିରରେ ଶନିବାର ଶ୍ରୀଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନକରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ମନ୍ଦିର କମିଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?