ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ
ଭଦ୍ରକ,୮।୫ (ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୫ ନଂ. ୱାର୍ଡର ହଳଦୀଡିହ ବାଇପାସ୍ଠାରେ ମଙ୍ଗଳବାର ସକାଳେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟଣାର ତଦନ୍ତ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗୋଦାମ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି…
ବିକାଶ ଡିଗ୍ରୀ କଲେଜର ସଫଳତା
ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଯୁକ୍ତତିନି କଳା, ବିଜ୍ଞାନ ଏବଂ ବାଣିଜ୍ୟ ଶେଷବର୍ଷ ପରୀକ୍ଷାରେ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ ବିକାଶ ଡିଗ୍ରୀ କଲେଜର ୨୦ଛାତ୍ରୀଛାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ରହିଛନ୍ତି। ପ୍ରାଣୀ ବିଜ୍ଞାନ ବିଭାଗରେ…
ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ସପ୍ତାହେ ବାକି
ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ଅମଳ ଆରମ୍ଭ ହୋଇଯାଇଛି। ଜିଲାର ଜଳସେଚିତ ଅଞ୍ଚଳରେ ଏହି ପ୍ରକ୍ରିୟା ଜୋର୍ ଧରିଛି। ସେହିପରି ଅଣଜଳସେଚିତ ଅଞ୍ଚଳରେ ମଧ୍ୟ ଚାଷୀମାନେ ଧାନ ଅମଳ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଜିଲାରେ ରବି ଧାନ ସଂଗ୍ରହ…
ନଦୀବନ୍ଧରେ ଯୁବକଙ୍କୁ ହତ୍ୟା
ପାଟକୁରା,୮ା୫(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତ ହରିଦାସପୁର ନଦୀବନ୍ଧରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ହରିଦାସପୁର ଗ୍ରାମର ଜ୍ୟୋତିପ୍ରକାଶ ପରିଡ଼ା(୧୮)। ଜ୍ୟୋତିପ୍ରକାଶ ହରିଦାସପୁର ଚିତ୍ରୋତ୍ପଳା ମହୋତ୍ସବରୁ ବିଳମ୍ବିତ…
ଘରେ ପଶି ୨୫ ଭରି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଗୋପାଳପୁର,୭ା୫(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘରର ବାଡ଼ିପଟ କବାଟ ଭାଙ୍ଗି ଲକ୍ଷ୍ୟଧିକ ଟଙ୍କା ସୁନା ଅଳଙ୍କାର ଓ ୪୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ବୁଧବାର ଗୋଳନ୍ଥରା ଥାନାରେ…
ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ
ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ। ଫଳରେ ଟ୍ରେନ୍ର ୧୭୨୯ ଓ ୧୭୩୧ ନମ୍ବର କୋଚର ଝରକା କାଚରେ ଫାଟ ହୋଇଥିବା…
ବୃଦ୍ଧାଙ୍କୁ କଚାଡ଼ି ମାରିଦେଲେ, ବନ୍ଧାହେଲେ ନାତୁଣୀ- ନାତୁଣୀ ଜ୍ୱାଇଁ
କେନ୍ଦୁଝର,୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ମୁଣ୍ଡା ସାହିରେ ଜଣେ ବୃଦ୍ଧାକୁ ହତ୍ୟା କରିବା ଘଟଣାରେ ନାତୁଣୀ ଏବଂ ନାତୁଣୀ ଜ୍ୱାଇଁଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କର ନାମ ଦୁଲା…
ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ମତ୍ସ୍ୟ ବିଭାଗ ଅଧୀନରେ ହୁମା ଶୁଖୁଆ ହାଟ
ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଦୁଇ ସପ୍ତାହ ଧରି ପଞ୍ଚାୟତ ଜନପ୍ରତିନିଧି ଓ ପଞ୍ଚୁଦୋଳ ଯାତ୍ରା ପରିଚାଳନା କମିଟି ମଧ୍ୟରେ ଲାଗି ରହିଥିବା ବିବାଦ ବୁଧବାର ସମାଧାନ ହୋଇଛି। ଏସିଆ ମହାଦେଶର ସର୍ବ ବୃହତ ପ୍ରସିଦ୍ଧ ହୁମା ଶୁଖୁଆ ହାଟ ମତ୍ସ୍ୟ ବିଭାଗ ଅଧୀନକୁ…
ଶ୍ୱଶୁର ଘର ଗାଁରେ ରଶି ଲଗାଇ ଆତ୍ମହତ୍ୟା କଲେ ଜ୍ୱାଇଁ
ପାଟଣା,୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗପଶି ଶ୍ୱଶୁର ଘର ଗାଁକୁ ଆସିଥିବା ଜଣେ ୨୩ ବର୍ଷୀୟ ଜ୍ୱାଇଁ ବିଲ ମଝିରେ ଥିବା ନିମ୍ବ ଗଛରେ ଗାମୁଛାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ…
ସୀମାରେ ଗୁଳି ବିନିମୟ: ୨୬ ମାଓବାଦୀ ନିହତ
ମାଲକାନଗିରି,୭ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଓ ତେଲଙ୍ଗାନା ସୀମାବର୍ତ୍ତୀ ଅଞ୍ଚଳ କେରାଗୁଟା ଜଙ୍ଗଲରେ ଆଜକୁ ୧୬ ଦିନ ଧରି ସିଆର୍ପିଏଫ୍, ଡିଆରଜି, ଏସ୍.ଟି.ଏଫ୍. ଯବାନମାନେ ଅପରେଶନ ଜାରି ରହିଛି। ତେବେ କେରାଗୁଟା ଜଙ୍ଗଲରେ ଏକ ହଜାରରୁ ଊର୍ଦ୍ଧ୍ୱ ମାଓବାଦୀ…
ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁଙ୍କ ରକ୍ଷା ନେଇ ସଚେତନତା
କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବଗାଡ଼ ବନସୁରକ୍ଷା ସମିତିର ସଭାପତି ଧନୁ ଭୋଇଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଟାଙ୍ଗରା କଟା ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମିତିର ସମ୍ପାଦକ ତଥା ବନପାଳ ଯଶୋବନ୍ତ ନାଏକଙ୍କ…
ରାତି ପାହିଥିଲେ ପଡ଼ିଥାନ୍ତା ହାତଗଣ୍ଠି, ପହଞ୍ଚିଗଲା ପ୍ରଶାସନ, ଆଉ ତା’ ପରେ…
ଦିଗପହଣ୍ଡି,୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଧୀନ ଏକ ଗ୍ରାମରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ସ୍ଥାନୀୟ ପ୍ରଶାସନ ବୁଧବାର ବନ୍ଦ କରିଥିବା ଜଣାପଡ଼ିଛି। ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକାଙ୍କର…
Archives


