ହାତୀର ସୁରକ୍ଷା ପାଇଁ ସଂକଳ୍ପ: ଭୀଷ୍ମଗିରି କଲେଜରେ ହାତୀ ସଭା

ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜରେ ଧରିତ୍ରୀ, ଓଡିଶାପୋଷ୍ଟ, ଟ୍ରି ଫାଉଣ୍ଡେସନ, ଶେରଗଡ଼ ଓ ବିକାଶ ସାଥୀ ର ସହଭାଗିତାର ‘ହାତୀ ସଭା’ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ଓ ପରିବେଶ ପାଇଁ ହାତୀର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଖବରଦାତା ଅଶେଷ ନାଥ ମିଶ୍ର ସ୍ଥାନୀୟ ଅଞ୍ଚଳରେ ହାତୀର ପ୍ରଭାବ ବିଷୟରେ ସମ୍ୟକ ଧାରଣା ଦେଇଥିଲେ। ଅଧ୍ୟାପକ କାହ୍ନୁଚରଣ ପାଢ଼ୀ, ଅଧ୍ୟାପିକା ଇତିପ୍ରଭା, ପ୍ରିୟଦର୍ଶିନୀ ପ୍ରଧାନ, ରଶ୍ମିତା କୁମାରୀ ମେକାପ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରି ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ‘ହାତୀ’ର ସୁରକ୍ଷା ଉପରେ ଆଲୋକପାତ କରି ହାତୀ ବନକୁ ବଞ୍ଚାଏ, ବନ ଜଳକୁ ବଞ୍ଚାଏ, ଜଳ ମାଟିକୁ ବଞ୍ଚାଏ, ଏବଂ ଏହି ସବୁ ମିଶି ମଣିଷକୁ ବଞ୍ଚାଏ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ସଭାରେ କଲେଜର ବହୁ ସଂଖ୍ୟକ ଛାତ୍ରୀଛାତ୍ର ଆଲୋଚନାରେ ଅଂଶଗ୍ରହଣ କରି ହାତୀର ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ। ମୁଁ ଆଜି ସଂକଳ୍ପ କରୁଛି ଯେ, ପ୍ରକୃତି ଆମର ଜୀବନ। ହାତୀ ହେଉଛି ପ୍ରକୃତିର ମହତ୍ତ୍ୱପୂର୍ଣ୍ଣ ଅଂଶ। ହାତୀକୁ ସୁରକ୍ଷା କରିବା ଜଙ୍ଗଲକୁ ରକ୍ଷା କରିବା। ପରିବେଶକୁ ସନ୍ତୁଳିତ ରଖିବା ମୋର କର୍ତ୍ତବ୍ୟ। ମୁଁ କେବେ ହାତୀକୁ ହାନି କରିବି ନାହିଁ। କେବେ ଅବୈଧ ଶିକାର କିମ୍ବା ଜଙ୍ଗଲ ଧ୍ବଂସରେ ସହଭାଗୀ ହେବି ନାହିଁ। ହାତୀ ବଞ୍ଚିଲେ ପ୍ରକୃତି ବଞ୍ଚିବ। ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ନେଇ ସଭାରେ ଉପସ୍ଥିତ ଛାତ୍ରୀଛାତ୍ର ବୃନ୍ଦ ଶପଥ ପାଠ କରିଥିଲେ। ଅଧ୍ୟାପକ ଦେବବ୍ରତ ପଣ୍ଡା ସଭାରେ ସଂଯୋଜନା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିକାଶ ସାଥୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ତୁଷାର ବେହେରା, ଅଚ୍ୟୁତ ବିଷୋୟୀ ଓ ଚନ୍ଦ୍ରଶେଖର ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri