Odisha Elections 2024

ଆମ ଜିଲା ଖବର

ଶିକ୍ଷୟିତ୍ରୀଙ୍କ ବଦଳି ଦାବି ନେଇ ସ୍କୁଲରେ ତାଲା

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୪ା୨: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି ଜୋର ଧରିଛି। ସୋମବାର ଅଭିଭାବକଙ୍କ ସମେତ ଗ୍ରାମବାସୀ ଏହି ଦାବି ନେଇ ବିଦ୍ୟାଳୟରେ ତାଲା...

କେନ୍ଦ୍ରୀୟ ଯୋଜନା ହଡ଼ପ ବିରୋଧରେ ଆନ୍ଦୋଳନ

କେନ୍ଦୁଝର/ଚମ୍ପୁଆ,୧୪ା୨(ସ୍ବ.ପ୍ର.): କେନ୍ଦୁଝର ଲୋକସଭା କ୍ଷେତ୍ରର ବିଭିନ୍ନ ସାଂଗଠନିକ ଚର୍ଚ୍ଚାକୁ ନେଇ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଶନିବାର କେନ୍ଦୁଝର ଗସ୍ତ କରିଥିଲେ। ଜିଲା ଭାଜପା କାର୍ଯ୍ୟାଳୟରେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଂଯୋଜନାରେ ଏକ ବୈଠକ...

ତେଜିଲେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ

ବାଲେଶ୍ୱର ଅଫିସ, ୧୪।୨: ବାଲେଶ୍ୱର ଜିଲାରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀରେ ଟଙ୍କା ଜମା ରଖି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନେ ଟଙ୍କା ଫେରସ୍ତ ପାଇଁ ‘ଆର୍ଥତ୍କ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ’ ମାଧ୍ୟମରେ ୫ଦିନ ଧରି ଜିଲାର ବିଭିନ୍ନ ତହସିଲ...

ରେଳ ବିକାଶରେ ଜିଲାକୁ ଅବହେଳା

ବାରିପଦା ଅଫିସ,୧୪।୨: କେନ୍ଦ୍ରର ଭାଜପା ସରକାର ରେଳ ବଜେଟ୍‌ରେ ମୟୂରଭଞ୍ଜ ଜିଲାକୁ ଅବହେଳା କରିଥିବା ଅଭିଯୋଗ ଆଣି ବିଜେଡି ପକ୍ଷରୁ ସୋମବାର ତିନି ଘଣ୍ଟିଆ ପ୍ରତିବାଦ କରାଯାଇଛି। ଜିଲା ମୁଖ୍ୟାଳୟ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାରେ ଦଳ ବିକ୍ଷୋଭ...

ପେଟ୍ରୋଲ ଢାଳି ନିଆଁ ଲଗାଯାଇଛି: ଭାଜପା

ଦେବଗଡ଼,୧୪।୨(ଡି.ଏନ୍‌.ଏ.) : ଦେବଗଡ଼ ପୌରପରିଷଦ କାଉନସିଲ ହଲରେ ରବିବାର ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାଜପା । ଭାଜପା ପକ୍ଷରୁ ସ୍ଥାନୀୟ ବିଧାୟକଙ୍କ ବାସଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ...

ଜେଲରୁ କଏଦୀ ଫେରାର

ଭବାନୀପାଟଣା,କର୍ଲାମୁଣ୍ଡା/ରୁପ୍ରାରୋଡ,୧୪।୨(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ମ. ରାମପୁର ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଫେରାର ହୋଇଥିବା ଜଣାପଡିଛି। ଫେରାର୍‌ କଏଦୀ ଜଣକ ନର୍ଲା ଥାନା ରୁପ୍ରାରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝି। ଏକ ଘରୋଇ ଗଣ୍ଡଗୋଳ ମାମଲାରେ ନର୍ଲା ପୋଲିସ...

ସମସ୍ୟା ତୁଟିଲେ ୫ ହଜାର ହେକ୍ଟରରେ ଫସଲ ହେବ

କେନ୍ଦ୍ରାପଡ଼ା ଅଫିସ, ୧୪ା୨:ଶିଳ୍ପବିହୀନ କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଏହାସତ୍ତ୍ୱେ ରାଜ୍ୟ ସରକାର ଜଳସେଚନ ପରି ମୁଖ୍ୟ ସମସ୍ୟାକୁ ଦୂରକରୁନାହାନ୍ତି। ପୂର୍ବରୁ ବ୍ରାହ୍ମଣୀ ଓ ଗୋବରୀ ମଧ୍ୟରେ ଥିବା ସଂଯୋଗ ଜଳପଥ ଏବେ ବନ୍ଦ ହୋଇପଡ଼ିଛି। ଫଳରେ ଜଳସେଚନ ଅବ୍ୟବସ୍ଥାରୁ ୫...

ଧିମେଇ ଚାଲିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କୋଠା ନିର୍ମାଣ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.):ଚଣ୍ଡିଖୋଲସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଏହାର ପରିବର୍ଦ୍ଧିତ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ଦୀର୍ଘ ୩ ବର୍ଷ ହେଲା ଚାଲିଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି। ଚାରବାଟିଆ ପୂର୍ତ୍ତବିଭାଗ ଅଧୀନରେ ବଡ଼ଚଣା ଉପଖଣ୍ଡ କାର୍ଯ୍ୟାଳୟ ଦ୍ୱାରା କରାଯାଉଥିବା...

ବୃଦ୍ଧା ବାପାଙ୍କ କାନ୍ଧରେ ଯୁବା ପୁଅର ବୋଝ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.):ଯେଉଁ ବୟସରେ ପୁଅ ଖଟି ରୋଜଗାର କରି ନିଜ ପିତାମାତାଙ୍କୁ ପ୍ରତିପୋଷଣ କରିବାର କଥା ସେତେବେଳେ ବୃଦ୍ଧ ବାପାଙ୍କ ଉପରେ ବୋଝ ପାଲଟିଛନ୍ତି ୩୦ବର୍ଷର ପୁଅ ା ଭାଗ୍ୟର ବିଡ଼ମ୍ବନା, ଯେଉଁ ଯନ୍ତ୍ରଣା କି କହିହୁଏ ନାହିଁ କି ସହି...

ଗରିବଙ୍କ ପାଇଁ ଆବାସ ଯୋଜନା ସ୍ୱପ୍ନ

କୋରେଇ,୧୪ା୨(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଦିନକୁ ଦିନ ଅସନ୍ତୋଷ ଘନୀଭୂତ ହେବାରେ ଲାଗିଛି । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ପାଇବାକୁ ଗରୀବ ହିତାଧିକାରୀମାନେ ପଞ୍ଚାୟତଠାରୁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି...

ବ୍ରାହ୍ମଣୀ ନଦୀ ବାମପାଶର୍‌ବ ବନ୍ଧରୁ ଅତଡ଼ା ଖସୁଛି

ପଟ୍ଟାମୁଣ୍ଡାଇ,୧୪ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ ପଞ୍ଚାୟତ ଦାମୋଦରପାଟଣା, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ବ୍ରାହ୍ମଣୀ ନଦୀ ବନ୍ଧର ବାମପାର୍ଶ୍ୱର କେତେକ ସ୍ଥାନରୁ କ୍ରମାଗତ ଭାବେ ଅତଡ଼ା ଧସିବାରେ ଲାଗିଛି। ଫଳରେ ପାଖରେ ଥିବା...

ନିର୍ମାଣର ୧ ମାସ ପରେ ଉଠିଯାଉଛି ପିଚୁ

ବାଲିକୁଦା,୧୪ା୨(ସ୍ବ.ପ୍ର.):ଜଗତ୍‌ସିଂହପୁର ଗ୍ରାମ ଉନ୍ନୟନ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାସେ ପୂର୍ବେ ମରିଚପୁର-ବନ୍ଦର ରାସ୍ତା ନିର୍ମାଣ ହୋଇଥିଲା। ମାତ୍ର ଏଠାରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଜିଲାର ବଙ୍ଗୋପସାଗର ଓ ଦେବୀନଦୀର ସଙ୍ଗମସ୍ଥଳ ହେଉଛି ବନ୍ଦର ା ଏଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri